Earthquake hits Assam: ଭୂମିକମ୍ପରେ ଥରିଲା ଆସାମ, କେର୍ମାଡେକ ଦ୍ବୀପରେ ପୁଣି ୫.୦ ତୀବ୍ରତାର ଭୂକମ୍ପ

author img

By

Published : Mar 18, 2023, 12:35 PM IST

ଆସାମର ଜୋରହଟରେ ଭୂମିକମ୍ପ

ଆସାମର ଜୋରହାଟରେ ଭୂମିକମ୍ପ ଝଟକା । ଦୁଇ ଦିନ ପରେ ପୁଣିଥରେ ନ୍ୟୁଜିଲାଣ୍ଡ କେର୍ମାଡେକ ଦ୍ବୀପରେ ୫.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ଅଧିକ ପଢନ୍ତୁ

ଗୌହାଟ୍ଟୀ: ଭୂକମ୍ପରେ ଥରିଲା ଆସାମ । ଆସାମର ଜୋରହାଟରେ ଆଜି ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଜୋରହାଟ ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହି ସମୟରେ ଲୋକମାନେ ଭୟରେ ଘର ବାହାରକୁ ଚାଲିଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ସକାଳ ୯ଟା ୦୩ ମିନିଟ୍ ସମୟରେ ଏହି ଭୂମିକମ୍ପ ସଂଗଠିତ ହୋଇଥିଲା । ଏହାର ଗଭୀରତା ୫୦ କିମି ରହିଥିଲା । ତେବେ ଏନେଇ ଧନଜୀବନ ହାନି ସମ୍ପର୍କରେ କୌଣସି ସୂଚନା ମିଳିନି ।

ସେହିପରି ଆଜି ନ୍ୟୁଜିଲାଣ୍ଡର କେର୍ମାଡେକ ଦ୍ବୀପରେ ପୁଣିଥରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୧୦ କିଲୋମିଟର ରହିଛି । ତେବେ ଏହି ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ନେଇ ଏଯାଏଁ ସୂଚନା ହସ୍ତଗତ ହୋଇନାହିଁ । କହିରଖୁଛୁ କି, ଦୁଇ ଦିନ ତଳେ ଅର୍ଥାତ୍ ଗତ ଗୁରୁବାର କେର୍ମାଡେକ ଦ୍ବୀପରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିଲା । ଏପରି ବଡ ଧରଣର ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । କେର୍ମାଡେକ ଦ୍ବୀପରେ ୩୦୦ କିମି ମଧ୍ୟରେ ସୁନାମୀ ହେବା ନେଇ ଅନୁମାନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି

ସେହିପରି ଆଜି ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପାଖାପାଖି ୭ଟା ସମୟରେ ଆଫଗାନିସ୍ତାନର ଫୟଜାବାଦରେ ୪.୩ ତୀବ୍ରତାର ଭୂମିକମ୍ପ ସଂଗଠିତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ମଧ୍ୟ କୌଣସି ଧନଜୀବନ କ୍ଷତି ନେଇ କୌଣସି ସୂଚନା ଆସିନାହିଁ । ଯଦି ଆଫଗାନିସ୍ତାନରେ ଭୂକମ୍ପ କଥା କହିବା, ତାହାହେଲେ ବିଗତ ଦଶନ୍ଧିରେ ଭୂକମ୍ପ ଯୋଗୁଁ ୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ନିକଟରେ ତୁର୍କୀ ଓ ସିରିୟାରେ ଆସିଥିବା ଭୂମିକମ୍ପ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଦୁଇ ବର୍ଷ ପରେ ଫେସବୁକ-ୟୁଟ୍ୟୁବକୁ ଫେରିଲେ ଟ୍ରମ୍ପ, ପୋଷ୍ଟ କରି ଲେଖିଲେ ଆଇ ଏମ ବ୍ୟାକ୍‌ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.