Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି

author img

By

Published : Mar 16, 2023, 8:35 AM IST

Earthquake hits in New Zealand

ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡ: ସକାଳୁ ସକାଳୁ ବଡଧରଣର ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । କେର୍ମାଡେକ୍‌ ଦ୍ବୀପରେ ଏହି ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଆଜି ସକାଳୁ ଏହି ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ଭୂକମ୍ପର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଏହା ସହ ଅକ୍ଷାଂଶ ୩୦.୩୪ ଏବଂ ଦ୍ରାଘିମା ୧୭୫.୧୭ ରେକର୍ଡ କରାଯାଇଛି । ଭୂକମ୍ପ ନେଇ ସକାଳ ୬ଟା ୪୦ରେ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଏହି ଭୟଙ୍କର ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଦ୍ବୀପରେ ୩୦୦ କିମି ମଧ୍ୟରେ ସୁନାମୀ ହେବା ନେଇ ଅନୁମାନ କରାଯାଇଥିବା ବେଳେ ଆଲର୍ଟ ମଧ୍ୟ ଜାରି କରାଯାଇଛି । ବଡ ଧରଣର ଭୂକମ୍ପ ହେତୁ କ୍ଷୟକ୍ଷତି ଆଶଙ୍କା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ବ୍ୟାଙ୍କ ସଙ୍କଟ: ଦେବାଳିଆ ହୋଇଥିବା ସିଲିକନ ଭ୍ୟାଲି ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ଜମାକାରୀ

ପ୍ରକାଶଥାଉକି, ଗତ ଫେବୃଆରୀ ୧୫ ତାରିଖରେ ମଧ୍ୟ ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟୁଜଲାଣ୍ଡର ଉତ୍ତର ପଶ୍ଚିମରେ ଥିବା ୱେଲିଙ୍ଗଟନରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲର ତୀବ୍ରତା ୬.୧ ରେକର୍ଡ କରାଯାଇଥିଲା । ନ୍ୟୁଜିଲାଣ୍ଡରେ ବାତ୍ୟା ଗ୍ରାବିଏଲର ତାଣ୍ଡବ ପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: IndiGo flight diverted: ମଝି ଆକାଶରେ ଯାତ୍ରୀଙ୍କ ଉଡିଗଲା ପ୍ରାଣବାୟୁ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଏହାର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମର ପାରାପାରମୁ ଠାରୁ ୫୦ କିମି ଦୂରରେ ରହିଥିବାବେଳେ ଗଭୀରତା ୭୬ କିଲୋମିଟର ରେକର୍ଡ କରାଯାଇଥିଲା । ଭୂକମ୍ପର ଏତେ ଭୟଙ୍କର ଥିଲା ଯେ, ୧୫ ମିନିଟ ମଧ୍ୟରେ ୩୧ ହଜାରରୁ ଅଧିକ ଲୋକ ଏହାକୁ ଅନୁଭବ କରିଥିଲେ ।

ସୂଚନାଥାଉକି, ବାତ୍ୟା ଗ୍ରାବିଏଲ ଯୋଗୁଁ ନ୍ୟୁଜିଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ଘଟି ତିନିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଅନ୍ଧାରରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.