ETV Bharat / international

ଆମେରିକାରେ ପୁଣି ଗୁଳିକାଣ୍ଡ; 4 ପୋଲିସ ଅଧିକାରୀ ମୃତ, 5 ଆହତ - US Shooting

author img

By ETV Bharat Odisha Team

Published : Apr 30, 2024, 7:03 AM IST

Updated : Apr 30, 2024, 7:46 AM IST

ଆମେରିକାରେ ପୁଣି ଗୁଳିକାଣ୍ଡ; ୩ ପୋଲିସ ଅଧିକାରୀ ମୃତ, ୫ ଆହତ
ଆମେରିକାରେ ପୁଣି ଗୁଳିକାଣ୍ଡ; ୩ ପୋଲିସ ଅଧିକାରୀ ମୃତ, ୫ ଆହତ

US Shooting: ଆମେରିକାର ଚାର୍ଲୋଟେରେ ଗୁଳିକାଣ୍ଡ । ଆତତାୟୀଙ୍କ ଗୁଳିମାଡରେ 4 ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଆହତ । ଅଧିକ ପଢନ୍ତୁ

ୱାଶିଂଟନ: ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ସୋମବାର ଅପରାହ୍ନରେ ଉତ୍ତର କରୋଲିନାର ଚାର୍ଲୋଟେରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଡେପୁଟି ମାର୍ଶଲଙ୍କ ସମେତ 4 ଜଣ ପୋଲିସ ଅଧିକାରୀଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଆହତ ହୋଇଛନ୍ତି । ଚାର୍ଲୋଟେ ସ୍ଥିତ ଏକ ଘରକୁ ୱାରେଣ୍ଟ ସର୍ଭ କରିବାକୁ ଯାଇଥିବା ବେଳେ ଘର ଭିତରୁ ଗୁଳିମାଡ ହୋଇଥିଲା । କିଛି ବନ୍ଧୁକଧାରୀ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ତେବେ ପୋଲିସ ଗୁଳିରେ ଜଣେ ଅଭିଯୁକ୍ତ ମଧ୍ୟ ଟଳିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ମୃତକର ପରିଚୟ ସାର୍ବଜନୀନ କରାଯାଇନାହିଁ ।

ଚାର୍ଲୋଟେ-ମେକଲେନବର୍ଗ ପୋଲିସ ମୁଖ୍ୟ ଜନି ଜେନିଙ୍ଗସ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ୱାରେଣ୍ଟ ସର୍ଭ କରିବାକୁ ଉକ୍ତ ଘରେ ପହଞ୍ଚିବା ବେଳେ ଜଣେ ଦୁର୍ବୃତ୍ତ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ତେବେ ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ତା'ର ମୃତ୍ୟୁ ହୋଇଥିଲା । ଏହାପରେ ଘର ଭିତରୁ ଆଉ ଜଣେ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ଆମେରିକା ମାର୍ଶଲ ଟାସ୍କ ଫୋର୍ସର ୩ ଜଣ ଅଧିକାରୀଙ୍କ ପ୍ରାଣହାନି ଘଟିଛି । ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ପୋଲିସ ଏବଂ ଆତତାୟୀଙ୍କ ମଧ୍ୟରେ ଏହି ଗୁଳିମାଡ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ଆଖି ବୁଜିଲେ 3 ଭାରତୀୟ ମହିଳା - Three Indians Killed In US

ଦୀର୍ଘ ୩ ଘଣ୍ଟା ପରେ ପୋଲିସ ଘର ଭିତରେ ପଶିଥିଲା । ଘରୁ ଗୋଟିଏ ହାଇ-ପାୱାର ରାଇଫଲ ଜବତ ହୋଇଛି । ଏଥିସହ ଏହି ଘଟଣା ସମୟରେ ଘର ଭିତରେ ଜଣେ ମହିଳା ଏବଂ ୧୭ ବର୍ଷୀୟ ନାବାଳକ ଥିବାବେଳେ ଏବେ ଦୁହିଁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମାର୍ଶଲ ସର୍ଭିସ ସ୍ପଷ୍ଟ କରିଛି ଯେ, ଗୁଳିମାଡରେ ଜଣେ ଏଜେଣ୍ଟ ନିପାତ ହୋଇଛି । ତା'ର ନାମ ସାର୍ବଜନୀନ କରାଯାଇ ନାହିଁ । ତେବେ କିଛି ଅଧିକାରୀ ଆହତ ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ଗୁଳିମାଡରେ ସେମାନେ ମଧ୍ୟ ଆହତ ହୋଇଛନ୍ତି ।

ସୋମବାର ଅପରାହ୍ନ ୫ଟା ୪୦ ମିନିଟ ସମୟରେ ଏହି ଘଟଣା ଘଟିଥିଲା । ଗୁଳିମାଡ ଘଟଣା ପରେ ଉକ୍ତ ଘରକୁ ଖାଲି କରାଯାଇଥିବା ବେଳେ ସେହି ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପୋଲିସ କହିଛି । ସ୍ଥାନୀୟ ଲୋକଙ୍କୁ ଭୟଭୀତ ହୋଇ ଅନ୍ୟତ୍ର ଯିବାର ଆବଶ୍ୟକତା ନଥିବା ଆଶ୍ବସନା ଦିଆଯାଇଛି ।

Last Updated :Apr 30, 2024, 7:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.