ETV Bharat / international

ଇରାନରେ ସମଲିଙ୍ଗୀ ସମ୍ପର୍କକୁ ଦଣ୍ଡନୀୟ ଅପରାଧ: ୧୫ବର୍ଷ ପର୍ଯ୍ୟନ୍ତ ଜେଲ, ମାନବାଧିକାର ସଙ୍କଟରେ କହି ପାଶ୍ଚାତ୍ୟ ଦେଶର କଡା ନିନ୍ଦା - Iraq Same Sex relation

author img

By ETV Bharat Odisha Team

Published : Apr 29, 2024, 7:27 AM IST

Iraq same sex relations Law
Iraq same sex relations Law

Iraq same sex relations Law: ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ । ଏଥିପାଇଁ ହୋଇପାରେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ । ପାଶ୍ଚାତ୍ୟ ଦେଶଗୁଡିକ କଲେ ନିନ୍ଦା । ମାନବାଧିକାର ସଙ୍କଟରେ । ଅଧିକ ପଢନ୍ତୁ

ବାଗଦାଦ୍: ଇରାକରେ ସମଲିଙ୍ଗୀ ସମ୍ପର୍କ ଅପରାଧ । ଏହି ଅପରାଧ ପାଇଁ ହୋଇପାରେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ । ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ କରିବା ଲାଗି ଆଗତ ବିଲ ଇରାକ ସଂସଦରେ ପାରିତ ହୋଇଛି । ସମଲିଙ୍ଗୀ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିପାରେ ବୋଲି ସଂଶୋଧିତ ଆଇନରେ ଉଲ୍ଲେଖ ରହିଛି । ଏହି ନୂଆ ଆଇନ ଦ୍ୱାରା ଦେଶର ଧାର୍ମିକ ଭାବନା ସୁରକ୍ଷିତ ରହିପାରିବ ବୋଲି ସମର୍ଥକମାନେ ମତ ରଖିଥିବା ବେଳେ ଅନ୍ୟପଟେ ଏହାକୁ କଡା ନିନ୍ଦା କରିଛନ୍ତି ଆମେରିକା, ବ୍ରିଟିଶ ଭଳି ପାଶ୍ଚାତ ଦେଶ । ଏହି ଆଇନ ମାନବାଧିକାରକୁ ସଙ୍କଟରେ ପକାଇବ ବୋଲି କୁହାଯାଇଛି ।

ସମଲିଙ୍ଗୀ ସମ୍ପର୍କ ସମ୍ପର୍କିତ ଇରାକରେ ପାରିତ ନୂଆ ଆଇନ ଅନୁଯାୟୀ, ସମଲିଙ୍ଗୀ ସମ୍ପର୍କ ଅପରାଧ ଅଟେ । ସମଲିଙ୍ଗୀ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିପାରେ । ଆଉମଧ୍ୟ ଇରାନରେ ସମଲୈଙ୍ଗିକତା କିମ୍ବା ବେଶ୍ୟାବୃତ୍ତିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଓ ଲିଙ୍ଗ ପରିବର୍ତ୍ତନ କରୁଥିବା ଡାକ୍ତରଙ୍କୁ ମଧ୍ୟ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିବ । ଉଦ୍ଦେଶ୍ୟମୂଳକ ଭାବେ ମହିଳାଙ୍କ ପରି ବ୍ୟବହାର କରୁଥିବା ପୁରୁଷଙ୍କୁ ଏକ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିବ । ଓ୍ବାଇଫ ସ୍ବାଇପ ବା ସ୍ତ୍ରୀଙ୍କୁ ଅଦଳବଦଳ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନୂଆ ଆଇନ ବଳରେ ଦଣ୍ଡିତ କରାଯିବ । ସେମାନଙ୍କୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିବ । ସମଲିଙ୍ଗୀ ସମ୍ପର୍କରୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି ।

ଏହାମଧ୍ୟ ପଢନ୍ତୁ.. ସମଲିଙ୍ଗୀ ବିବାହ କଲେ ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ

ଅନ୍ୟପଟେ ଇରାକର ଏହି ଆଇନ ମାନବାଧିକାର ଉପରେ ଆକ୍ରମଣ କହି ଅନେକ ଦେଶ ଏହାକୁ ସମାଲୋଚନା କରିଛନ୍ତି । ଆମେରିକା ଭଳି ପାଶ୍ଚାତ ଦେଶ ଏହାକୁ କଡା ନିନ୍ଦା କରିଛନ୍ତି । ଏହି ଆଇନ ମାନବାଧିକାର ଓ ମୌଳିକ ସ୍ୱତନ୍ତ୍ରତାକୁ ସଙ୍କଟରେ ପକାଉଥିବା କହିଛି ଆମେରିକା ।ଏନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି, "ଆମେରିକା, ଇରାକୀ ପ୍ରତିନିଧି ପରିଷଦ ଦ୍ୱାରା ପାରିତ କରାଯାଇଥିବା ଆଇନକୁ ନେଇ ଚିନ୍ତିତ ।ସଂଶୋଧିତ ଆଇନରେ ବେଶ୍ୟାବୃତ୍ତି ଓ ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରାଯାଇଛି । ଯାହା ସାମ୍ବିଧାନିକ ଭାବେ ମାନବଧିକାର ଓ ମୌଳିକ ସ୍ୱତନ୍ତ୍ରତାକୁ ସଙ୍କଟରେ ପକାଉଛି । ଇରାନର ଏହି ଆଇନ ମାନବଧିକାରକୁ ସଙ୍କଟରେ ପକାଇବା ସହ ଅର୍ଥନୀତି ଓ ବୈଦେଶିକ ପୁଞ୍ଜି ବିନିଯୋଗକୁ ଦୁର୍ବଳ କରିବ ।"

ଏହି ଆଇନ ଇରାକରେ LGBTQ+ ସମୁଦାୟଙ୍କ ପାଇଁ ଅଭିଶାପ ସଦୃଶ୍ୟ ଅଟେ । ତେବେ ଇରାକର କିଛି ନାଗରିକ ଏହାକୁ ସମର୍ଥନ କରୁଥିବା ବେଳେ ଅନେକ ଏହାକୁ ବିରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.