Putin arrest warrant: ପୁଟିନ ବିରୋଧରେ ଆଇସିସିର ଗିରଫ ପରୱାନା

author img

By

Published : Mar 18, 2023, 7:23 AM IST

Putin arrest warrant

ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆଇସିସିର ଗିରଫ ପରଓ୍ବାନା ଜାରି । ଅଧିକ ପଢନ୍ତୁ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା । ଗତକାଲି(ଶୁକ୍ରବାର) ଅନ୍ତର୍ଜାତୀୟ ଅପରାଧିକ କୋର୍ଟ(ଆଇସିସି)ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି । ୟୁକ୍ରେନରେ ଘଟୁଥିବା ଯୁଦ୍ଧ ଅପରାଧକୁ ଦାୟୀ କରି ଆଇସିସି ପୁଟିନକୁ ଦାୟୀ କରିଛନ୍ତି ।

ଏନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ," ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ ଦାୟୀ । ୟୁକ୍ରେନ ଉପରେ ଆକ୍ରମଣ କରି ସେଠାରୁ ଛୋଟ ପିଲାଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାସହ ସାଧାରଣ ନାଗରିକଙ୍କୁ ଋଷକୁ ସ୍ଥାନାନ୍ତର କରାଯାଉଛି । ଏସବୁ ପାଇଁ ପୁଟିନ ଦାୟୀ ।" ଏହି ଅଭିଯୋଗରେ ଆଇସିସି କୋର୍ଟ ପୁଟିନଙ୍କ ବିରୋଧରେ ପ୍ରଥମ ଥର ପାଇଁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟର ଅଧ୍ୟକ୍ଷ ପିୟୋଟର ହାଁଫମସ୍କି ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, "ଆଇସିସି ପକ୍ଷରୁ ଓ୍ବାରେଣ୍ଟ ଜାରି କରାଯାଇଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କେବଳ ଅନ୍ତରାଷ୍ଟ୍ରୀୟ ସମୁଦାୟ ଉପରେ ନିର୍ଭର । ଓ୍ବାରେଣ୍ଟ ଲାଗୁ କରିବା ପାଇଁ କୋର୍ଟଙ୍କ ପାଖରେ ନିଜସ୍ବ ପୋଲିସ ଫୋର୍ସ ନାହାନ୍ତି । ଆଇସିସି କେବଳ ଏକ ଅଦାଲତ ଭାବେ କାମ କରୁଛି ।"

ଋଷର ପ୍ରତିକ୍ରିୟା: ଆଇସିସିରେ କୌଣସି ଋଷର ନାଗରିକଙ୍କ ଭାଗ୍ୟ ପରୀକ୍ଷା ହୋଇପାରିବ ନାହିଁ କାରଣ ମସ୍କୋ କୋର୍ଟର ଅଧିକାରକୁ ସ୍ୱୀକୃତି ଦିଏ ନାହିଁ । ଏନେଇ ଶୁକ୍ରବାର ଦିନ ଋଷର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜାଖରୋଭା କହିଛନ୍ତି କି, "ଆଇସିସିର ନିଷ୍ପତ୍ତି ଆମ ଦେଶ ପାଇଁ କୌଣସି ମୂଲ୍ୟ ରଖେନାହିଁ । ୟୁକ୍ରେନ ମଧ୍ୟ ଅଦାଲତର ସଦସ୍ୟ ନାହିଁ, କିନ୍ତୁ ଏହାର ଅଞ୍ଚଳ ଉପରେ ଆଇସିସି ଅଧିକାର ପ୍ରଦାନ କରିଛନ୍ତି । ଏକ ବର୍ଷ ପୂର୍ବେ ତଦନ୍ତ ଆରମ୍ଭ ହେବା ପରଠାରୁ ଆଇସିସି ଓକିଲ କରିମ ଖାନ ଚାରିଥର ସେହି ସ୍ଥାନ ପରିଦର୍ଶନ କରିଛନ୍ତି ।"

ଆଇସିସି ପକ୍ଷରୁ କୁହାଯାଇଛି, "ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତି ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଋଷ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ଋଷକୁ ବେଆଇନ ଭାବେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି । " ଏନେଇ ଆଇସିସିର ଓକିଲ ଖାନ କହିଛନ୍ତି, " ମୁଁ ମାର୍ଚ୍ଚ ପହିଲାରେ ଦକ୍ଷିଣ ୟୁକ୍ରେନର ସୀମାନ୍ତଠାରୁ ଦୁଇ କିଲୋମିଟର ଦୂରରେ ରହିଥିବା ଏକ ଶିଶୁ ଯତ୍ନ ଗୃହକୁ ପରିଦର୍ଶନ କରିଥିଲି । ସେଠାରେ ପିଲାମାନଙ୍କୁ ନିର୍ଯାତନା ଦିଆଯାଉଛି । ୟୁକ୍ରେନ ଉପରେ ଆକ୍ରମଣ କରି ସେଠାରୁ ଛୋଟ ପିଲାଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା କେତେ ଦୁଃଖ ସେହି ଦୃଶ୍ୟ ହିଁ ବୟାନ କରୁଥିଲା । "

ୟୁକ୍ରେନ ନାଗରିକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ: ହ୍ୟୁମାନ୍ ରାଇଟ୍ସର ସହଯୋଗୀ ଅନ୍ତର୍ଜାତୀୟ ନ୍ୟାୟ ନିର୍ଦ୍ଦେଶକ ବାଲ୍କିସ୍ ଜରା କହିଛନ୍ତି, " ଆଇସିସି ପୁଟିନକୁ ଏକ ଅପରାଧୀ କହିଛନ୍ତି । ୟୁକ୍ରେନରେ କରୁଥିବା ଅପରାଧକୁ ପାଇଁ ସେ ପ୍ରଥମ ଥର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅପରାଧରେ ପୁଟିନଙ୍କୁ ଜେଲ ହୋଇପାରେ । ନ୍ୟାୟ ଏବଂ ୟୁକ୍ରେନର ନାଗରିକମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ ।"

ତଦନ୍ତ ସମୟରେ ନିର୍ଯାତନାର ପ୍ରମାଣ ମିଳିଥିଲା: ଗୁରୁବାର ଦିନ ଯାଞ୍ଚ କରିବା ସମୟରେ ୟୁକ୍ରେନରେ ନାଗରିକଙ୍କୁ ନିର୍ଯାତନା ସହ ସ୍ଥାନାନ୍ତର କରିବା ପାଇଁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ସମାନ ଅଭିଯୋଗରେ ଋଷର ଶିଶୁ ଅଧିକାର କମିଶନ ମାରିଆ ଆଲେକସେୟେଭନା ଲଭୋଭା-ବାଲୋଭାଙ୍କ ନାଁରେ ମଧ୍ୟ ଓ୍ବାରେଣ୍ଟ ଜାରି କରାଯାଇଛି । ମାନବାଧିକାର ସଙ୍ଗଠନ ଗୁଡିକ ଆଇସିସିର ରାୟକୁ ସ୍ବାଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.