ଓଡିଶା

odisha

KBC season 14: ପ୍ରଥମ କୋଟିପତି ହେଲେ କବିତା ଚାଓ୍ବାଲା

By

Published : Sep 20, 2022, 10:20 AM IST

KBC season 14: ପ୍ରଥମ କରୋଡପତି ହେଲେ କବିତା ଚାଓ୍ବାଲା

ପପୁଲାର ରିଆଲିଟି ଶୋ' କୌନ୍‌ ବନେଗା କରୋଡପତିର ସିଜନ ୧୪ର ପ୍ରଥମ କରୋଡପତି ହେଲେ ମହାରାଷ୍ଟ୍ର ଗାନ୍ଧୀନଗରର କବିତା ଚାଓ୍ବାଲା । ଅଧିକ ପଢନ୍ତୁ

ମୁମ୍ବାଇ:ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ' ‘କୌନ୍‌ ବନେଗା କରୋଡପତି’ (Kaun Banega Crorepati) ଦର୍ଶକଙ୍କ ମଧ୍ୟରେ ବର୍ତ୍ତମାନ ପାଲଟିଛି ଚର୍ଚ୍ଚାର ବିଷୟ । କାରଣ ଏହାର 14ତମ ସଂସ୍କରଣକୁ ମିଳିଛି ଏହାର ପ୍ରଥମ କରୋଡପତି । ମହାରାଷ୍ଟ୍ର ଗାନ୍ଧୀନଗରର କବିତା ଚାଓ୍ବାଲା (Kavita Chawla first crorepati in KBC) ଚଳିତ ସିଜିନର ବନିଛନ୍ତି ପ୍ରଥମ କୋଟିପତି ।

KBC season 14: ପ୍ରଥମ କରୋଡପତି ହେଲେ କବିତା ଚାଓ୍ବାଲା

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଦିର୍ଘ ୨୨ ବର୍ଷର ପ୍ରଚେଷ୍ଟା ପରେ ସେ ଏହି ସଫଳତା ପାଇଛନ୍ତି । ଏହା ପୂର୍ବରୁ ୨୦୧୩ରରେ ସେ ଏହି ଶୋରେ ଅଂଶ ଗ୍ରହଣ କରି ଟପ ୧୦ ମଧ୍ୟରେ ରହିଥିଲେ, କିନ୍ତୁ କୋଟିପତି ହୋଇପାରିନଥିଲେ । କବିତା ଚାଓ୍ବାଲାଙ୍କ ଶିକ୍ଷାଗତା ଯୋଗ୍ୟତା ଯୁକ୍ତ ଦୁଇ ହୋଇଥିବାବେଳେ କୌନ୍‌ ବନେଗା କରୋଡପତି ଶୋ ଜିତିବା ତାଙ୍କର ଏକ ସ୍ବପ୍ନ ଥିଲା, କରୋଡପତି ହେବା ପରେ ସେ ବେଶ ଖୁସି ଅଛନ୍ତି ।

ଇଟିଭି ଭାରତଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କବିତା ଚାଓ୍ବାଲା ୨୨ ବର୍ଷର ଯାତ୍ରା ଏବଂ ଆଗାମୀ ଭବିଷ୍ୟତ ଯୋଜନା ବିଷୟରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, "ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ବିଫଳ ହୁଅନ୍ତି ନାହିଁ, ତେଣୁ ସମସ୍ତେ ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ କଛିନ ପରିଶ୍ରମ କରିବାକୁ ପଡିବ, ଆଉ ଦିନେ ଦିନେ ଏହା ସଫଳତାର ଶୀର୍ଷରେ ପହଞ୍ଚାଇବ, ମୁଁ ଜିତିଯିବା ଟଙ୍କା ମୋ ପୁଅର ପାଠପଢାରେ ଖର୍ଚ୍ଚ କରିବି ବୋଲି କହିଛନ୍ତି ଚାଓ୍ବାଲା ।"

KBC season 14: ପ୍ରଥମ କରୋଡପତି ହେଲେ କବିତା ଚାଓ୍ବାଲା

ସେ ଆହୁରି ମଧ୍ୟ କହିଛନ୍ତି ଯେ, "କୌନ୍‌ ବନେଗା କରୋଡପତିରେ ସିଜନ ୧୪ରେ ପ୍ରଥମ କୋରଡପତି ହେବା ମୋ ପାଇଁ ଏକ ସ୍ବପ୍ନ ଥିଲା, ଯେତେବେଳେ ଆମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟସିଟରେ ବସିଥିବାବେଳେ ପ୍ରଥମ କରୋଡପତି ଭାବେ ମୋ ନାଁ ନିଆଗଲା ସେତେବେଳେ ମୁଁ ବିଶ୍ବାସ କରିପାରିଲି ନାହିଁ ବୋଲି କହିଛନ୍ତି ଚାଓ୍ବାଲା ।''

ଏହା ମଧ୍ୟ ପଢନ୍ତୁ-ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା, ଜଣେ ଅଭିଯୁକ୍ତ ଗିରଫ

ତାଙ୍କ ସ୍ୱାମୀ ବିଜୟ ଚୱାଲା ଜଣେ ବ୍ୟବସାୟୀ ଅଟନ୍ତି, ସେ ଋଣ କରିଥିବାବେଳେ ଜିତିଥିବା ଟଙ୍କାରେ ସେ ଋଣ ପରିଷଦ କରିବେ, ଏଥି ସହ ଏହି ଟଙ୍କାରେ ବିଶ୍ୱ ଭ୍ରମଣରେ ଯିବାସହ ଏକ ବଙ୍ଗଳା କିଣିବାର ସ୍ୱପ୍ନ ସାକାର କରିବାରେ ସାହାଯ୍ୟ କରିବ ବୋଲି ଚାଓ୍ବାଲା କହିଛନ୍ତି । କେବିସିରୁ ଫେରିବା ପରେ ତାଙ୍କୁ ତାଙ୍କ ପରିବାର ସଦସ୍ୟ ସ୍ୱାଗତ କରିଥିଲେ । ଏଥିରେ ପରିବାର ସମସ୍ତ ସଦସ୍ୟ ଓ ସମ୍ପର୍କୀୟମାନେ ଉପସ୍ଥିତଥିଲେ ।

ଏନେଇ ପରିବାର ଲୋକେ କହିଛନ୍ତି ଯେ, "କବିତା ଚାଓ୍ବାଲା କୌନ୍‌ ବନେଗା କରୋଡପତିରେ ଅଂଶ ଗ୍ରହଣ କରି ଏକ କୋଟି ଜିତିଛନ୍ତି ଏବଂ ଚଳିତ ସିଜିନର ପ୍ରଥମ କରୋଡପତି ହୋଇଛନ୍ତି, ଏହା ଆମ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ।''

ABOUT THE AUTHOR

...view details