ETV Bharat / entertainment

ବ୍ୟାନ ହଟିବା ପରେ ଭାରତରେ ପୁଣି ଅତିଫଙ୍କ ଜଲୱା, ମାଲାୟାଲମରେ କରିବେ ଡେବ୍ୟୁ - Atif Aslam Malayalam Debut

author img

By ETV Bharat Odisha Team

Published : Apr 29, 2024, 6:01 PM IST

ବ୍ୟାନ ହଟିବା ପରେ ଭାରତରେ ପୁଣି ଅତିଫଙ୍କ ଜଲୱା, ମାଲାୟାଲମରେ କରିବେ ଡେବ୍ୟୁ
ବ୍ୟାନ ହଟିବା ପରେ ଭାରତରେ ପୁଣି ଅତିଫଙ୍କ ଜଲୱା, ମାଲାୟାଲମରେ କରିବେ ଡେବ୍ୟୁ

Atif Aslam Malayalam Debut: ୨୦୨୩ ମସିହାରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ହଟାଯିବା ପରେ ପ୍ରସିଦ୍ଧ ଗାୟକ ଅତିଫ ଅସଲାମ ଭାରତୀୟ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଥମେ ହିନ୍ଦୀରେ ନିଜର ଗୀତର ରେକର୍ଡ କରିସାରିଛନ୍ତି । ବର୍ତ୍ତମାନ ସେ ମାଲାୟାଲମ୍ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ହାଇଦ୍ରାବାଦ: ଭାରତୀୟ ସିନେମାରେ ପୁଣି ପାକିସ୍ତାନୀ ପ୍ରଖ୍ୟାତ ଗାୟକ ଅତିଫ ଅସଲାମଙ୍କ ଜଲୱା ଦେଖିବାକୁ ମିଳିବ । ୨୦୨୩ରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ହଟାଯିବା ପରେ ପ୍ରସିଦ୍ଧ ଗାୟକ ଅତିଫ ଅସଲାମ ଭାରତୀୟ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି । ୭ ବର୍ଷର ବ୍ୟବଧାନ ପରେ ଭାରତୀୟ ସିନେମାରେ କମବ୍ୟାକ କରୁଛନ୍ତି ଅତିଫ । ତେବେ ସେ ହିନ୍ଦୀ ଗୀତର ରେକର୍ଡ କରିସାରିଥିବା ବେଳେ ଏବେ ସେ ମାଲାୟାଲମ୍ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଭାରତରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ହଟାଯିବା ପରେ ଅତିଫ ତାଙ୍କର ପ୍ରଥମ ଗୀତ ରେକର୍ଡ କରିସାରିଛନ୍ତି । ତେବେ ତାଙ୍କର ଦ୍ୱିତୀୟ ଗୀତ ହିନ୍ଦୀରେ ନୁହଁ ବରଂ ମାଲାୟାଲମ ଅଟେ । ଅତିଫ ଅଭିନେତା ସେନ ନିଗମଙ୍କ ଆଗାମୀ ଚଳଚ୍ଚିତ୍ର 'ହାଲ୍' ସହ ମାଲାୟାଲମ୍ ଡେବ୍ୟୁ ପାଇଁ କରିବେ । ସେନ ନିଗମ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ ସେ ଗାୟକଙ୍କ ଖୁବ ପ୍ରଶଂସା କରିଛନ୍ତି ।

ସଚିନ ନିଗମ ଇନଷ୍ଟାଗ୍ରାମରେ ଅତିଫ ଅସଲମଙ୍କ ସହ ଏକ ଫଟୋ ସେୟାର କରି ଗାୟକଙ୍କ ସହ କାମ କରିବାର ସୁଯୋଗ ନେଇ ଉତ୍ସାହ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଆଦତ, ୱୋ ଲମହେ, ତେରେ ବିନ୍ ଭଳି ତୁମର ପ୍ରାୟ ସମସ୍ତ ଗୀତଗୁଡ଼ିକ ମୋ ହୃଦୟର ସର୍ବଦା ନିକଟତର । ତୁମର ସ୍ୱର ଆମ ମନକୁ ଛୁଇଁଥାଏ । ମୁଁ ତୁମକୁ ଭେଟିବାର ସୁଯୋଗ ପାଇଥିବାରୁ ମୁଁ ପ୍ରକୃତରେ ଭାଗ୍ୟବାନ ମନେ କରୁଛି ଏବଂ ତୁମେ 'ହାଲ'ରେ ଏକ ଗୀତ ପାଇଁ ସ୍ୱର ଦେଇଛ । ମୋତେ ଏହି ଗୀତ ବେଶ ଭଲ ଲାଗୁଛି ଏବଂ ମୁଁ ଆଶା କରେ ସମସ୍ତେ ମଧ୍ୟ ଏହାକୁ ଭଲ ପାଇବେ । ଏହି ଗୀତକୁ ନବାଗନ୍ତୁକ ନନ୍ଦାଗୋପାନ ଭି ଏହି ଗୀତ ରଚନା କରିଥିବା ମୃଦୁଲ ମେର ଏବଂ ନୀରଜ କୁମାର ଏହାକୁ ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ, ୭ ବର୍ଷ ପରେ ବଲିଉଡକୁ ଫେରିବେ

ସୂଚନା ଥାଉକି, ପୁଲୱାମାରେ ୧୪ ଫେବୃଆରୀ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଥିଲା । କେବଳ ପାକିସ୍ତାନୀ ଗାୟକ ନୁହେଁ ବରଂ ତାରକାମାନଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା । ତେବେ ଗତ ବର୍ଷ ବମ୍ବେ ହାଇକୋର୍ଟ ଏହି ପ୍ରତିବନ୍ଧକକୁ ବଢାଇବାକୁ ଦାବି କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାର ଅର୍ଥ ଆନୁଷ୍ଠାନିକ ଭାବେ ବର୍ତ୍ତମାନ ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଯାହାପରେ ଅତିଫ ଅସଲାମ ବଲିଉଡକୁ କମବ୍ୟାକ କରିବା ସହ ଅନେକ ପାକିସ୍ତାନୀ କଳାକାର ମଧ୍ୟ ବଲିଉଡକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.