ETV Bharat / entertainment

ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ, ୭ ବର୍ଷ ପରେ ବଲିଉଡକୁ ଫେରିବେ

author img

By ETV Bharat Odisha Team

Published : Jan 30, 2024, 2:23 PM IST

Atif Aslam Comeback To Bollywood: ପାକିସ୍ତାନୀ ଗାୟକ ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ । ବର୍ତ୍ତମାନ ଦୀର୍ଘ ୭ ବର୍ଷ ପରେ ସେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ।

ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ, ୭ ବର୍ଷ ପରେ ବଲିଉଡକୁ ଫେରିବେ କଣ୍ଠଶିଳ୍ପୀ
ଅତିଫ ଅସଲାମଙ୍କ ଉପରୁ ହଟିଲା ବ୍ୟାନ, ୭ ବର୍ଷ ପରେ ବଲିଉଡକୁ ଫେରିବେ କଣ୍ଠଶିଳ୍ପୀ

ହାଇଦ୍ରାବାଦ: ପାକିସ୍ତାନୀ ଗାୟକ ଅତିଫ ଅସଲାମଙ୍କ ଉପରୁ ବ୍ୟାନ ହଟିଛି । ଦୀର୍ଘ ୭ରୁ ୮ ବର୍ଷ ବିରତି ନେବା ପରେ ସେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଅତିଫ୍ ଅସଲମ୍ ସଙ୍ଗିନୀ ଭାଇ ହରେଶ ଏବଂ ଧର୍ମେଶଙ୍କ ତାଙ୍କ ଆଗାମୀ ଫିଲ୍ମ ନେଇ ଆଲୋଚନା କରୁଥିବା ଜଣାପଡିଛି । ସଙ୍ଗିନୀ ବ୍ରଦର୍ସ ମୋସନ୍ ପିକ୍ଚର୍ସର ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଫିଲ୍ମ ସହ ଗାୟକ ବଲିଉଡକୁ କମବ୍ୟାକ କରିବେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରର ନାମ ହେଉଛି 'ଲଭ ଷ୍ଟୋରୀ ଅଫ ୯୦'(Love Story Of 90's)। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ସଙ୍ଗିନୀ ବ୍ରଦର୍ସ ପାକିସ୍ତାନୀ ଗାୟକ ଅତିଫ ଅସଲାମଙ୍କ ସହ ଏହି ଫିଲ୍ମରେ ଏକାଠି କାମ କରୁଥିବା ନେଇ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ୭ରୁ ୮ ବର୍ଷ ପରେ ଅତିଫ ଆମ ଫିଲ୍ମ ସହ ଦମଦାର ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଆମେ ଅତ୍ୟନ୍ତ ଖୁସି ଯେ ଅତିଫ ଅସଲାମ ଆମ ଚଳଚ୍ଚିତ୍ର LSO90ରେ ପ୍ରଥମ ଗୀତ ଗାଇଛନ୍ତି । ଏହି ଫିଲ୍ମରେ ତାଙ୍କର ଗୋଟିଏ ଗୀତ ରହିଛି । ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ମଧ୍ୟ ନିର୍ମାତା ଦାବି କରିଛନ୍ତି ।

LSO90 ର ନିର୍ମାତା ଆହୁରି ମଧ୍ୟ କହିଛନ୍ତି, ଅଧ୍ୟୟନ ସହ ସେମାନଙ୍କ ବଲିଉଡ ଚଳଚ୍ଚିତ୍ର ପାଇଁ ଅତିଫ ଅସଲାମଙ୍କୁ କାଷ୍ଟ କରିବା ଏକ ଚ୍ୟାଲେଞ୍ଜିଂ ଥିଲା । ସେ କହିଛନ୍ତି, ଫିଲ୍ମର କାହାଣୀ ଉପରେ ଅତିଫଙ୍କ ଧ୍ୟାନ ଥିଲା । ତାଙ୍କୁ ଫିଲ୍ମ ବିଷୟରେ ତାଙ୍କର ସମସ୍ତ ସୂଚନା ଦେବାକୁ ପଡିଥିଲା । ଏହାପରେ ଅତିଫ ଫିଲ୍ମର କାହାଣୀକୁ ବହୁତ ପସନ୍ଦ କରିଥିଲେ ଏବଂ ଫିଲ୍ମରେ ଏକ ଗୀତ ଗାଇବାକୁ ହଁ କହିଥିଲେ ।

କହିରଖୁଛୁ କି, ଅତିଫ ବ୍ୟତୀତ ଉଦିତ ନାରାୟଣ ଏବଂ ଅମିତ ମିଶ୍ର ମଧ୍ୟ ଏହି ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ସଙ୍ଗୀତ ବହୁତ ରୋମାଞ୍ଚକର ହେବାକୁ ଯାଉଛି ଏଥିସହ ଏହି ଚଳଚ୍ଚିତ୍ରରେ ଅଦୟାୟନ ସୁମନ ଏବଂ ମିସ୍ ୟୁନିଭର୍ସ ଦିବିତା ରାୟ ନଜର ଆସିବେ ବୋଲି କୁହାଯାଉଛି । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ ବୋଲି ନିର୍ମାତା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖ ଖାନଙ୍କ ବିଷୟରେ ପାକିସ୍ତାନ ଅଭିନେତ୍ରୀଙ୍କ ବଡ ବୟାନ, କହିଲେ...

ସୂଚନା ଥାଉକି, ପୁଲୱାମାରେ ୧୪ ଫେବୃଆରୀ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଥିଲା । କେବଳ ପାକିସ୍ତାନୀ ଗାୟକ ନୁହେଁ ବରଂ ତାରକାମାନଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା । ତେବେ ଗତ ବର୍ଷ ବମ୍ବେ ହାଇକୋର୍ଟ ଏହି ପ୍ରତିବନ୍ଧକକୁ ବଢାଇବାକୁ ଦାବି କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାର ଅର୍ଥ ଆନୁଷ୍ଠାନିକ ଭାବେ ବର୍ତ୍ତମାନ ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଯାହାପରେ ଅତିଫ ଅସଲାମ ବଲିଉଡକୁ କମବ୍ୟାକ କରିବା ସହ ଅନେକ ପାକିସ୍ତାନୀ କଳାକାର ମଧ୍ୟ ବଲିଉଡକୁ ଫେରିବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.