ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା, ଜଣେ ଅଭିଯୁକ୍ତ ଗିରଫ

author img

By

Published : Sep 20, 2022, 8:11 AM IST

ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା, ଜଣେ ଅଭିଯୁକ୍ତ ଗିରଫ

ଜମ୍ମୁକାଶ୍ମୀରର ପେହେଲଗାମ ମାର୍କେଟରେ ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ଅନନ୍ତନାଗ ପୋଲିସ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା (Stone pelting on Emraan Hashmi in Pahalgam) । । ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଅନନ୍ତନାଗ ପୋଲିସ । ଏନେଇ ଅନନ୍ତନାଗ ପୋଲିସ ସୂଚନା ଦେଇ କହିଛି ଯେ, ''ସେପ୍ଟେମ୍ବର ୧୮ ତାରିଖରେ ପେହେଲଗାମ ମାର୍କେଟ ନିକଟରେ ଇମ୍ରାନ ହାସମୀଙ୍କ ଫିଲ୍ମ ସୁଟିଂ ଚାଲିଥିଲା, ଏହି ସମୟରେ ତାଙ୍କୁ ପଥର ମାଡ ହୋଇଥିଲା । ଗିରଫ ବ୍ୟକ୍ତି ଜଣଙ୍କ କ୍ରୁ ମେମ୍ବରଙ୍କ ଉପରକୁ ପଥର ଫିଙ୍ଗିଥିବା ବେଳେ ତାହା ଇମ୍ରାନ ହାସମୀଙ୍କୁ ମାଡ ହୋଇଥିଲା । ସନ୍ଧ୍ୟା ୭ଟା ୧୫ ମନିଟ ସମୟରେ ସୁଟିଂ ଶେଷ ହେବା ପରେ ଏହି ଅଘଟଣ ଘଟିଥିଲା । ଏନେଇ ପେହେଲଗାମ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣଙ୍କୁ ଗିରଫ କରିଛି'' ।

ଏହା ମଧ୍ୟ ପଢନ୍ତୁ-Money laundering case: ଦ୍ବିତୀୟ ଥର ପାଇଁ ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା କଲା EOW

ମିଳିଥିବା ସୂଚନା ଅନୁଯାୟୀ ହାସମୀ ଏବେ ନିଜର ଅପକମିଂ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂ ପାଇଁ କିଛି ଦିନ ହେବ କାଶ୍ମୀରରେ ଅଛନ୍ତି । ସୁଟିଂ ଶେଷ ହେବା ପରେ ହାସମୀ ସ୍ଥାନୀୟ ପେହେଲଗାମ ମାର୍କେଟକୁ ଯାଇଥିଲେ । ସେଠାରେ ତାଙ୍କୁ କିଛି ଦୁର୍ବୃତ୍ତ ପଥର ମାଡ କରି ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଘାଟିରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରି ଚର୍ଚ୍ଚାକୁ ଆସିଥିଲେ ବିଚ୍ଛିନ୍ନତାବାଦୀ । ପରେ ଏହି ପରମ୍ପରାରେ ସ୍ଥାନୀୟ ଯୁବକ,ଯୁବତୀ ଓ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ସମସ୍ୟା ପାଇଁ ଭାରତୀୟ ସେନା ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଧାରା 370 ଓ ଅନୁଚ୍ଛେଦ 35-(କ) ଉଚ୍ଛେଦ ପରେ ଘାଟିରେ ଏହି ପରମ୍ପରା ପ୍ରାୟତଃ ବନ୍ଦ ହୋଇଥିଲା । ବିଛିନ୍ନତାବାଦୀ ଓ ଭାରତ ବିରୋଧୀ ନାରା ଦେଉଥିବା କିଛି ସଂଗଠନ ଯୁବକ, ଯୁବତୀଙ୍କୁ ଏପରି କରିବା ପାଇଁ ପ୍ରବର୍ତ୍ତାଇବାରେ ସଫଳ ନହେବାରୁ ଏପରି ଘଟଣା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଘାଟିରେ ମଧ୍ୟ ସାଧାରଣ ଲୋକେ ପୋଲିସ ଓ ସୁରକ୍ଷା ବଳକୁ ସହଯୋଗ କରିବା ଆରମ୍ଭ କରିଥିଲେ ।ପରେ ଆତଙ୍କବାଦୀ ୟାସୀନ ମଲ୍ଲିକକୁ ଦଣ୍ଡାଦେଶ ଶୁଣାଇବା ବେଳେ ମଲ୍ଲିକର ଘର ଓ ଆଖାପାଖ ଅଞ୍ଚଳରେ ଉତ୍ତେଜନା ଓ ପଥର ମାଡ ଘଟଣା ଦେଖିବାକୁ ମିଳିଥିଲା । ଏନେଇ ପୋଲିସ କଠୋର ହେବା ସହ ଏକାଧିକ ଯୁବକଙ୍କୁ ଗିରଫ କରିଥିଲା । ଏବେ ପୁଣି କିଛି ମାସର ବ୍ୟବ୍ୟଧାନ ମଧ୍ୟରେ ଅଭିନେତା ଇମ୍ରାନ ହାସମି ପଥର ମାଡର ଶିକାର ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.