ଓଡିଶା

odisha

ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍, ଜବରଦସ୍ତ କମେଣ୍ଟ ମାରିଲେ ୟୁଜର୍ସ

By

Published : Apr 23, 2022, 3:39 PM IST

ୱିଲ୍ ସ୍ମିଥ୍‌ଙ୍କୁ ଆଜି (23 ଏପ୍ରିଲ୍) ମୁମ୍ବାଇର କଲିନା ବିମାନବନ୍ଦରରେ ସ୍ପଟ କରାଯାଇଥିଲା । ଏହି ଘରୋଇ ବିମାନବନ୍ଦରରୁ ଆମେରିକା ଫେରୁଥିବାର ଦେଖାଯାଇଥିଲା । ଅଧିକ ପଢନ୍ତୁ

ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍
ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍

ମୁମ୍ବାଇ: ଓସ୍କାର 2022 (Oscars 2022)ରେ ହାସ୍ୟ ଅଭିନେତା କ୍ରିସ୍ ରକ୍‌ଙ୍କୁ ଚାପୁଡ଼ା ମାରିବା ପରେ ୱିଲ୍ ସ୍ମିଥ୍ ଗଣମାଧ୍ୟମ ନଜରରୁ ଗାଏବ ହୋଇଯାଇଥିଲେ । ୱିଲ ସ୍ମିଥଙ୍କ ବିଷୟରେ ସାରା ବିଶ୍ୱରେ ଗୋଟିଏ ଚର୍ଚ୍ଚା ହେଉଛି କି ସେ ଏବେ ମୁମ୍ବାଇରେ ସମୟ ବିତାଉଛନ୍ତି । ହଁ, ୱିଲ୍ ସ୍ମିଥ୍‌ଙ୍କୁ ଆଜି (23 ଏପ୍ରିଲ୍) ମୁମ୍ବାଇର କଲିନା ବିମାନବନ୍ଦରରେ ସ୍ପଷ୍ଟ କରାଯାଇଥିଲା । ଏହି ଘରୋଇ ବିମାନ ବନ୍ଦରରୁ ଆମେରିକା ଫେରୁଥିବାର ଦେଖାଯାଇଥିଲା ।

ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍

ISKCONରେ ଥିଲେ କି ସ୍ମିଥ୍ ?

କୁହାଯାଉଛି ଯେ ବିମାନବନ୍ଦରରେ ୱିଲ ସ୍ମିଥଙ୍କ ସହ ISKCON ସହିତ ଜଡିତ ଜଣେ ବ୍ୟକ୍ତି ଥିଲେ । ଶୁଣିବାକୁ ମିଳୁଛି ଯେ ୱିଲ ସ୍ମିଥ ମହାରାଷ୍ଟ୍ରର ୱାଡାରେ ଅବସ୍ଥିତ ଶ୍ରୀ ଶ୍ରୀ ରାଧା ବୃନ୍ଦାବନବିହାରୀ (ISKCON) ରେ ଥିଲେ। ଏଠାରେ ସେ ତିନି ଦିନ ରହିଥିଲେ। ୱିଲ୍ ସ୍ମିଥ୍ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି । ସେ ଅତୀତରେ ମଧ୍ୟ ଭାରତ ଆସିଛନ୍ତି। ଏହାସହିତ ସେ ସଦ୍‌ଗୁରୁଙ୍କୁ ମଧ୍ୟ ଭେଟିଛନ୍ତି। ୱିଲ ସ୍ମିଥ ଭଗବତ୍ ଗୀତା ଉପରେ ତାଙ୍କର ଭାବନାକୁ ମୋଟିଭେସନାଲ ସ୍ପିକର ଜୟ ଶେଟ୍ଟୀଙ୍କ ସହ ସେୟାର କରିଥିଲେ । ତାଙ୍କର ଏହି ଭିଡିଓଟି ବହୁତ ଲୋକପ୍ରିୟ ହୋଇଥିଲା ।

ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍

ଏହା ମଧ୍ୟ କୁହାଯାଉଛି ଯେ ୱିଲ ସ୍ମିଥ ଗତ କିଛି ଦିନ ହେବ ମୁମ୍ବାଇର ଜୁହୁରେ ଅବସ୍ଥିତ ଜେଡବ୍ଲୁ ମ୍ୟାରିଅଟ ହୋଟେଲରେ ରହିଥିଲେ। ଆଜି ବିମାନବନ୍ଦରରେ ୱିଲ ସ୍ମିଥ ବେକରେ ବଡ ମାଳା ପକାଇଥିବାର ନଜର ଆସିଥିଲେ। ସେ ଏକ ଧଳା ଟି-ସାର୍ଟ ଏବଂ କଳା ଶର୍ଟ ପିନ୍ଧିଥିଲେ । ବିମାନବନ୍ଦରରେ ଅନେକ ଲୋକଙ୍କ ସହ ଫଟୋ ପାଇଁ ମଧ୍ୟ ପୋଜ୍ ଦେଇଥିଲେ ।

ଟ୍ରୋଲ କଲେ ୟୁଜର୍ସ

ମୁମ୍ବାଇ ଏୟାରପୋର୍ଟରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍

ଉଲ୍ଲେଖଥାଉ କି, ଯେତେବେଳେ ୱିଲ ସ୍ମିଥ ମୁମ୍ବାଇ ଆସିଥିଲେ, ସେତେବେଳେ ଭାରତର ଲୋକମାନେ ତାଙ୍କର ମଜା ଉଡାଇବାରେ ଲାଗିଥିଲେ। ୱିଲ୍ ସ୍ମିଥ୍ ସେୟାର କରିଥିବା ଭିଡିଓରେ ଜଣେ ୟୁଜର ଲେଖିଛନ୍ତି, ' ଆପଣଙ୍କୁ ଚାପୁଡ଼ା ମାରିଦେବ, ଅଧିକ ଲାଗନ୍ତୁନି, ସେ ବଲିଉଡର ନୁହଁନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଭାଇ, ତାଙ୍କ ପତ୍ନୀଙ୍କ ନାମ ନିଅ ନାହିଁ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details