ଓଡିଶା

odisha

Kushi: ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମର ଟ୍ରେଲର

By

Published : Aug 7, 2023, 3:58 PM IST

ବଡ ପରଦାରେ ରିଲିଜ ହେବାକୁ ଯାଉଛି ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର କୁସି । ବର୍ତ୍ତମାନ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ପ୍ରଶଂସକମାନେ ଉତ୍ସାହର ସହ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Kushi: ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମର ଟ୍ରେଲର
Kushi: ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମର ଟ୍ରେଲର

ହାଇଦ୍ରାବାଦ:ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ସାଉଥ ତାରକା ବିଜୟ ଦେବରକୋଣ୍ଡାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ 'କୁସି' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଫ୍ୟାନ୍ସମାନେ ଫିଲ୍ମ ଘୋଷଣା ହେବା ଦିନଠାରୁ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ। ଏହାରି ମଧ୍ୟରେ ବର୍ତ୍ତମାନ ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେନେଇ ତାରିଖ ଘୋଷଣା କରିଛନ୍ତି ।

ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ଏବଂ ଗୀତ ଏପର୍ଯ୍ୟନ୍ତ ରିଲିଜ୍ ହୋଇଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଆଜି ସୋସିଆଲ ମିଡିଆରେ ନିର୍ମାତାମାନେ ଫିଲ୍ମରୁ ବିଜୟ ଏବଂ ସାମନ୍ଥାଙ୍କ ରୋମାଣ୍ଟିକ ଫଟୋ ସେୟାର କରି ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ବିଜୟ ମଧ୍ୟ ଏହି ପୋଷ୍ଟରକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମର ଟ୍ରେଲର କେତେ ମିନିଟ୍ ଅଛି ତାହା ମଧ୍ୟ ଅଭିନେତା କହିଛନ୍ତି । ବିଜୟ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି, କୁସି ଟ୍ରେଲର ଅଗଷ୍ଟ 9ରେ ରିଲିଜ ହେବ । ଫିଲ୍ମର ଟ୍ରେଲର ଅବଧି ହେଉଛି 2.41 ମିନିଟ୍। ଏହି ଫିଲ୍ମ ସେପ୍ଟେମ୍ବର 1ରେ ରିଲିଜ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଚିକିତ୍ସା ପାଇଁ 25କୋଟି ଟଙ୍କା ଋଣ ନେଇନାହାନ୍ତି ସାମନ୍ଥା, କହିଲେ-ମୁଁ ମୋର ଯତ୍ନ ନେଇ ପାରିବି

'କୁସି' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମକୁ ନିର୍ଦ୍ଦେଶକ ଶିବ ନିର୍ବାଣ ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଜଣେ ସେନା ଅଧିକାରୀ (ବିଜୟ ଦେବରକୋଣ୍ଡା) ଏବଂ କାଶ୍ମୀରି ଝିଅ(ସାମନ୍ଥା)ଙ୍କ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ନବୀନ ୟର୍ନନି ଏବଂ ୱାଇ ରବି ଶଙ୍କର । ଏହି ଚଳଚ୍ଚିତ୍ରଟି ମୈତ୍ରୀ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ବିଜୟ ଏବଂ ସାମନ୍ଥାଙ୍କ ବ୍ୟତୀତ ଜୟରାମ, ଭେନେଲା କିଶୋଲାର ଏବଂ ସଚିନ ଖେଡକରଙ୍କ ଭଳି ଦମଦାର ଅଭିନେତା ମୁଖ୍ୟ ଭୂମିକାରେ ନଜର ଆସିବେ। ସେପଟେ ଜୁଲାଇ 28ରେ କୁସିର ଟାଇଟଲ୍ ଟ୍ରାକ୍ ଗୀତ ରିଲିଜ ହୋଇଥିଲା । ଗୀତଟି ହେଶାମ ଅବଦୁଲ୍‌ ୱାହାବଙ୍କ ଦ୍ୱାରା ରଚନା କରାଯାଇଥିଲା । ଏହି ଗୀତ ରିଲିଜ ହେବା ଦିନଠାରୁ ଏହି ଗୀତଟି ୟୁଟ୍ୟୁବ୍‌ରେ 11 ମିଲିୟନରୁ ଅଧିକ ଭ୍ୟୁ ମିଳି ସାରିଲାଣି । ତେବେ ଗୀତ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଫିଲ୍ମ ମଧ୍ୟ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details