ETV Bharat / entertainment

ଚିକିତ୍ସା ପାଇଁ 25କୋଟି ଟଙ୍କା ଋଣ ନେଇନାହାନ୍ତି ସାମନ୍ଥା, କହିଲେ-ମୁଁ ମୋର ଯତ୍ନ ନେଇ ପାରିବି

author img

By

Published : Aug 5, 2023, 4:25 PM IST

ମାୟୋସିଟିସ୍ ଚିକିତ୍ସା ପାଇଁ 25 କୋଟି ଟଙ୍କା ଋଣ ନେଇଥିବା ଖବରକୁ ସାମନ୍ଥା ରୁଥ ପ୍ରଭୁ ଅସ୍ବୀକାର କରିଛନ୍ତି । ଶୁକ୍ରବାର ଦିନ ଆର୍ଥିକ ସହାୟତା ଲୋଡିଥିବା ଖବର ଭାଇରାଲ ହେବା ପରେ ଏହାକୁ ଖଣ୍ଡନ କରିବା ପାଇଁ ଅଭିନେତ୍ରୀ ସୋସିଆଲ ମିଡିଆର ସାହାରା ନେଇଛନ୍ତି । ଅଧିକ ପଢନ୍ତୁ

ସାମନ୍ଥା ରୁଥ ପ୍ରଭୁ
ସାମନ୍ଥା ରୁଥ ପ୍ରଭୁ

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଏଥର ଅଭିନେତ୍ରୀଙ୍କ ଲାଇମଲାଇଟକୁ ଆସିବାର କାରଣ ହେଉଛି ତାଙ୍କର ପୋଷ୍ଟ ଏବଂ ଚଳଚ୍ଚିତ୍ର ସହିତ ଅସୁସ୍ଥତା । ଅଭିନେତ୍ରୀ ସାମନ୍ଥା ସ୍ବାସ୍ଥ୍ୟଗତ (ମାୟୋସିଟିସ୍) କାରଣରୁ ଅଭିନୟରୁ ବିରତି ନେଇ କିଛି ସମୟ ପାଇଁ ଚର୍ଚ୍ଚାରେ ଥିଲେ। ଏହାପୂର୍ବରୁ, ଅଭିନେତ୍ରୀ ଚିକିତ୍ସା ପାଇଁ ଏକ ବର୍ଷର ବିରତି ନେଇଥିବାର ଖବର ସାମ୍ନାକୁ ଆସିଥିଲା, ପରେ କୁହାଯାଉଥିଲା ଯେ ସେ ଏଥିପାଇଁ ଜଣେ ଅଭିନେତାଙ୍କଠାରୁ କୋଟି ଟଙ୍କା କୋଟି ଋଣ ନେଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ଏହି ଖବରକୁ ଅସ୍ୱୀକାର କରିବା ସହ ସୋସିଆଲ ମିଡିଆର ସାହାରା ନେଇଛନ୍ତି। ଏବଂ କହିଛନ୍ତି କି, ସେ ନିଜର ଯତ୍ନ ନିଜେ ନେଇପାରିବେ ।

ଟଙ୍କା ଋଣ ନେଇଥିବା ଖବରକୁ ଅସ୍ବୀକାର କଲେ ସାମନ୍ଥା
ଟଙ୍କା ଋଣ ନେଇଥିବା ଖବରକୁ ଅସ୍ବୀକାର କଲେ ସାମନ୍ଥା

25 କୋଟି ଟଙ୍କାର ଋଣ

ଏକ ରିପୋର୍ଟ ଅନୁଯାୟୀ ସାମନ୍ଥା ଚିକିତ୍ସା ପାଇଁ ଜଣେ ପ୍ରସିଦ୍ଧ ତେଲୁଗୁ ସିନେମା ଅଭିନେତାଙ୍କଠାରୁ 25 କୋଟି ଟଙ୍କାର ଋଣ ନେଇଥିଲେ। ବର୍ତ୍ତମାନ ସାମନ୍ଥା ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି ଏବଂ ଏହି ମିଥ୍ୟା ଖବରକୁ ନିନ୍ଦା କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ହଜାର ହଜାର ଲୋକ ମାୟୋସିଟିସରେ ପୀଡିତ। ତେଣୁ ଏହି କ୍ଷେତ୍ରରେ, ସୂଚନା ଦେବାବେଳେ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ।

ସାମନ୍ଥା ଲେଖିଛନ୍ତି, ମାୟୋସିଟିସର ଚିକିତ୍ସା ପାଇଁ 25 କୋଟି ? କେହି ଜଣେ ଆପଣଙ୍କୁ ବହୁତ ଭୁଲ ସୂଚନା ଦେଇଛନ୍ତି । ମୁଁ ଖୁସି ଯେ ମୁଁ ଏହାର କେବଳ ଛୋଟ ଅଂଶ ଖର୍ଚ୍ଚ କରୁଛି । ଅଭିନେତ୍ରୀ କହିଛନ୍ତି ଯେ, ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଯେତିକି ବି କାମ କରିଛନ୍ତି, ସେଥିପାଇଁ ଟଙ୍କା ଭାବରେ ତାଙ୍କୁ ପଥର ମିଳୁନଥିଲା । ତେଣୁ ଏଭଳି ପରିସ୍ଥିତିରେ ସେ କାହାଠାରୁ ଋଣ ନନେଇ ଅତି ସହଜରେ ନିଜର ଯତ୍ନ ନେଇପାରିବେ ।

ସାମନ୍ଥା ଚିକିତ୍ସା ପାଇଁ ଦକ୍ଷିଣ କୋରିଆ ଯାଇପାରନ୍ତି

ସାମନ୍ଥା ଗତ ବର୍ଷ ପ୍ରକାଶ କରିଥିଲେ ଯେ ସେ ମାୟୋସିଟିସ୍ ନାମକ ଏକ ବିରଳ ଅଟୋଇମ୍ୟୁନ୍ ରୋଗରେ ପୀଡିତ ଥିଲେ। ଏବେ ସେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଚଳଚ୍ଚିତ୍ରରୁ ଏକ ବର୍ଷ ବିରତି ନେଇଛନ୍ତି । ଏହା ସହିତ ଅଭିନେତ୍ରୀ ସେହି ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ଫେରାଇ ଦେଇଛନ୍ତି ଯେଉଁଥିପାଇଁ ସେ ନିର୍ମାତାମାନଙ୍କଠାରୁ ଅଗ୍ରୀମ ଦେୟ ନେଇଥିଲେ । କୁହାଯାଉଛି ଯେ ଆମେରିକା ପରେ ଅଭିନେତ୍ରୀ ତାଙ୍କ ଚିକିତ୍ସା ପାଇଁ ଦକ୍ଷିଣ କୋରିଆ ମଧ୍ୟ ଯାଇପାରନ୍ତି।

ଏହା ମଧ୍ୟ ପଢନ୍ତୁ: ତଥାକଥିତ ପୁରୁଷବନ୍ଧୁଙ୍କ ସହ ବିଦେଶରେ ନ୍ୟାସା ଦେବଗନ, ଭାଇରାଲ ହେଉଛି ଫଟୋ

ମାୟୋସିଟିସ୍ କ’ଣ?

ମାୟୋସିଟିସରେ ପୀଡିତ ବ୍ୟକ୍ତିଙ୍କ ମାଂସପେଶୀ ବହୁତ ଦୁର୍ବଳ ହୋଇଯାଏ । ରୋଗୀକୁ କେବଳ ବସିବାରେ ଅସୁବିଧା ହୁଏ ନାହିଁ, ବରଂ ଗିଳିବା, ପାହାଚ ଚଢିବା ଏବଂ ଓଜନ ସାମଗ୍ରୀ ଉଠାଇବାରେ ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏହି ସମୟରେ, ଡ୍ରିପ୍ରେସନ ଏକ ସମସ୍ୟା ମଧ୍ୟ ହୋଇପାରେ ।

ସାମନ୍ଥାଙ୍କ ଆଗାମୀ ପ୍ରୋଜେକ୍ଟ

ସାମନ୍ଥାଙ୍କୁ ଖୁବ୍ ଶୀଘ୍ର ଆମାଜନ୍ ପ୍ରାଇମ୍ ଭିଡିଓର ଲୋକପ୍ରିୟ ୱେବ୍ ସିରିଜ୍ 'ସିଟାଡେଲ୍'ର ଭାରତୀୟ ସଂସ୍କରଣରେ ଦେଖିବାକୁ ମିଳିବ । ଏହି କ୍ରମରେ ସେ ବରୁଣ ଧାୱନଙ୍କ ବିପକ୍ଷରେ ଯୋଡି ହୋଇଛନ୍ତି ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି 'ଦ ଫ୍ୟାମିଲି ମ୍ୟାନ୍' ଫେମ୍‌ ରାଜ ଏବଂ ଡି.କେ। ଏହା ବ୍ୟତୀତ ଅଭିନେତ୍ରୀ ବିଜୟ ଦେବରାକୋଣ୍ଡାଙ୍କ ସହ ଫିଲ୍ମ 'କୁଶି'ର ଏକ ଅଂଶ , ଯାହା ସେପ୍ଟେମ୍ବର 1 ରେ ପ୍ରେକ୍ଷାଳୟକୁ ଆସିବ। ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ସହିତ ସାମନ୍ଥା ଏବଂ ବିଜୟ ଦ୍ୱିତୀୟ ଥର ବଡ ପରଦାରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.