ଓଡିଶା

odisha

ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

By

Published : Sep 22, 2022, 7:58 AM IST

ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ ଶିଖା, କହିଲେ- ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ହାସ୍ୟ ଅଭିନେତାଙ୍କ ପତ୍ନୀ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଶିଖା ରୟ କହିଛନ୍ତି, ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିଜ କମେଡି ସହିତ ସମସ୍ତଙ୍କ ମୁହଁରେ ହସ ଆଣିଥିବା ରାଜୁ ଶ୍ରୀବାସ୍ତବ ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ । ରାଜୁ ଶ୍ରୀବାସ୍ତବ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ବି ଲୋକଙ୍କୁ ହସାଉଥିଲେ । ରାଜୁଙ୍କ କ୍ୟାରିୟର ଯେତେ କଠିନ ଥିଲା ତାଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନଥିଲା । ତାଙ୍କ ପ୍ରେମକୁ ଜିତିବାକୁ, ରାଜୁଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ବୁଧବାର ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ରାୟ ତାଙ୍କ ସ୍ୱାମୀଙ୍କ ବିୟୋଗରେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସୁସ୍ଥ ହେବା ପରେ ସେ ଫେରି ଆସିବେ ବୋଲି ଆଶା କରିଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶିଖା ରୟ କହିଛନ୍ତି, 'ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ । ମୁଁ ବର୍ତ୍ତମାନ କ’ଣ କହିପାରିବି ? ସେ ଜୀବନ ସହ ବହୁତ ଲଢିଥିଲେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିଥିଲେ, ମୁଁ ଦିନରାତି ପ୍ରାର୍ଥନା କରୁଥିଲି ଏବଂ ଆଶା ଥିଲା ସେ ଶୀଘ୍ର ସୁସ୍ଥ ହୋଇଯିବେ, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା, ମୁଁ କେବଳ କହିପାରିବି ଯେ ସେ ଜଣେ ପ୍ରକୃତ ଯୋଦ୍ଧା ଥିଲେ।’’

ଏହା ବି ପଢନ୍ତୁ: Raju Srivastav: ରାଜୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଗଣମାଧ୍ୟମ ଅନୁଯାୟୀ, ରାଜୁଙ୍କ ପତ୍ନୀ ଶିଖା 42 ଦିନ ହସ୍ପିଟାଲରେ ରହି ତାଙ୍କର ଯତ୍ନ ନେଉଥିଲେ । ରାଜୁ ଶ୍ରୀବାସ୍ତବଙ୍କ ପରିବାର ମଧ୍ୟ ସମୟ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ ଦେଉଥିଲେ । ଏଥି ସହିତ ରାଜୁଙ୍କ ପରିବାର ସଦସ୍ୟ ମଧ୍ୟ ଆଶା କରିଥିଲେ ଯେ ସେ ଭଲ ହୋଇ ଫେରିବେ, କିନ୍ତୁ ରାଜୁଙ୍କ ଦେହାନ୍ତ ସମସ୍ତଙ୍କୁ ଶୋକ ସାଗରକୁ ଠେଲି ଦେଇଛି । ପ୍ରିୟ ହାସ୍ୟ ଅଭିନେତାକୁ ହରାଇ ମ୍ରିୟମାଣ ସମସ୍ତେ ।

ଏହା ବି ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁଙ୍କ ପ୍ରେମ କାହାଣୀ

ରାଜୁ ଶ୍ରୀବାସ୍ତବ ତାଙ୍କ ପତ୍ନୀ ଶିଖାଙ୍କୁ ବହୁତ ଭଲ ପାଉଥିଲେ । ରାଜୁ-ଶିଖାଙ୍କ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ । ରାଜୁ ତାଙ୍କ ଭାଇଙ୍କ ବିବାହରେ ଶିଖାଙ୍କୁ ଭେଟିଥିଲେ ଏବଂ ଶିଖା ପାଇଁ 12 ବର୍ଷ ଅପେକ୍ଷା କରିଥିଲେ | ଯେତେବେଳେ ସେ ପ୍ରଥମ ଥର ପାଇଁ ଭେଟିଲେ ଏବଂ ସେତେବେଳେ ସ୍ଥିର କରିନେଇଥିଲେ ଯେ ସେ କେବଳ ଶିଖାଙ୍କୁ ହିଁ ବିବାହ କରିବେ । ତେବେ ରାଜୁ ଶିଖାଙ୍କ ସହ କଥା ହେବା ପାଇଁ ତେବେ ସାହସ ଜୁଟାଇ ପାରିନଥିଲେ ଏବଂ ଏଭଳି ପରିସ୍ଥିତିରେ ଦିନେ ତାଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ସେ ଶିଖାଙ୍କ ଘରକୁ ପ୍ରସ୍ତାବ ଆଣିଥିଲେ । ଏହା ପରେ ରାଜୁ ଏବଂ ଶିଖା ୧୭ମଇ ୧୯୯୩ରେ ବିବାହ କରିଥିଲେ।

ABOUT THE AUTHOR

...view details