ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

author img

By

Published : Sep 21, 2022, 10:49 AM IST

Updated : Sep 21, 2022, 11:34 AM IST

ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । 58 ବର୍ଷ ବୟସରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲି ଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜୀବନ ଯୁଦ୍ଧରେ ହାରିଗଲେ କମେଡି ଦୁନିଆର ବେତାଜ ବାଦଶାହା । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି ହୋଇଥିବା ଭେଟେରାନ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର 58 ବର୍ଷ ବୟସରେ ଦେହାନ୍ତ ହୋଇଛି । କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବାଦଶାହା । ବିଭିନ୍ନ ରିୟଲିଟି ସୋ'ରେ ତାଙ୍କ କମେଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିବା ରାଜୁ ହଠାତ ଏମିତି କନ୍ଦେଇ ଚାଲିଯିବେ କେହି ବିଶ୍ବାସ କରିପାରୁନାହାନ୍ତି ।

  • Comedian Raju Srivastava passes away in Delhi at the age of 58, confirms his family.

    He was admitted to AIIMS Delhi on August 10 after experiencing chest pain & collapsing while working out at the gym.

    (File Pic) pic.twitter.com/kJqPvOskb5

    — ANI (@ANI) September 21, 2022 " class="align-text-top noRightClick twitterSection" data=" ">

ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ 10ରେ ହୃଦଘାତ ହୋଇଥିଲା । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ 42 ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା କି ତାଙ୍କ ଚେତା ଫେରୁନଥିଲା ।

ରାଜୁ ଫିଟନେସର ଯତ୍ନ ନେଉଥିଲେ

ରାଜୁ ଶ୍ରୀବାସ୍ତବ ତାଙ୍କ ଫିଟନେସର ଯତ୍ନ ନେଉଥିଲେ । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ପ୍ରଶଂସକଙ୍କୁ ହସାଇବା ତାଙ୍କର ଲକ୍ଷ୍ୟ ଥିଲା । ଆପଣ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଅନେକ ମଜାଳିଆ ମଜାଳିଆ ଭିଡିଓ ଦେଖିବାକୁ ପାଇବେ । ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଏହି ବ୍ୟଙ୍ଗ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସ୍ମୃତିରେ ରହିବେ । ରାଜୁ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।

ରାଜୁ କମେଡି ସୋ’ରୁ ସ୍ୱୀକୃତି ପାଇଥିଲେ

ରାଜୁ ଶ୍ରୀବାସ୍ତବ ଶୋବିଜ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲା । ସେ ଅନେକ ଚଳଚ୍ଚିତ୍ର ଏବଂ ସୋ’ରେ କାମ କରିଥିଲେ । ରାଜୁ ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇଥିଲେ । ରାଜୁ କମେଡି ସୋ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରୁ ତାଙ୍କର ସ୍ୱୀକୃତି ପାଇଲେ । ଏହି ସୋ’ର ସଫଳତା ପରେ ରାଜୁ ଆଉ ପଛକୁ ଚାହିଁ ନଥିଲେ । ରାଜୁ ଶ୍ରୀବାସ୍ତବ ଜଣେ ଅଭିନେତା, ହାସ୍ୟ ଅଭିନେତା ତଥା ଜଣେ ନେତା ଥିଲେ। ସେ ବିଜେପି ସହ ଜଡିତ ଥିଲେ । ରାଜୁ କୌଣସି ଗଡଫାଦର ବିନା ଏତେ ସଫଳତା ହାସଲ କରିବା ପ୍ରେରଣାଦାୟକ ଅଟେ ।

ରାଜୁ ଶ୍ରୀବାସ୍ତବଙ୍କ ଚଳଚ୍ଚିତ୍ର

ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍‌ ସହ ଯୋଡ଼ି ହୋଇରହିଥିଲେ । ତାଙ୍କୁ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ଦେଖିବାକୁ ମିଳିଥିଲା । ଏହା ସହିତ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Last Updated :Sep 21, 2022, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.