ETV Bharat / entertainment

ବଡ ପରଦାରେ ମୁକ୍ତିଲାଭ କଲା ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର 'ତେଜସ୍ୱନୀ' - TEJASWINI Film RELEASED

author img

By ETV Bharat Odisha Team

Published : Apr 28, 2024, 10:48 PM IST

TEJASWINI Film RELEASED
TEJASWINI Film RELEASED

Odia Film Released: ରିଲିଜ ହେଲା ଓଡ଼ିଆ ଫିଲ୍ମ ତେଜସ୍ୱିନୀ । ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଅଧିକ ପଢନ୍ତୁ

TEJASWINI Film RELEASED

ଭୁବନେଶ୍ବର: ବଡ ପରଦାରେ ମୁକ୍ତିଲାଭ କରିଛି ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱନୀ । ଆଜି ଭୁବନେଶ୍ୱରର ସ୍ତୁତି ହଲରେ ଏହାର ପ୍ରିମିଅର ହୋଇଥିବା ବେଳେ ହାଉସ ଫୁଲ ରହିଥିଲା । ସିନେମାଟି ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଛି । ଏହି ଫିଲ୍ମ ଗଞ୍ଜାମ ଜିଲ୍ଲାର ସେବିକା କେ କ୍ରୀଷ୍ଣା କୁମାରୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ସମାଜ ପାଇଁ ୧୬ଟି ସଚେତନତା ବାର୍ତ୍ତା ରହିଛି । ଏହି ସିନେମାଟି ୪୨ଟି ଦେଶର ବିଭିନ୍ନ ଭାଗରେ ପ୍ରଦର୍ଶିତ ହୋଇସାରିଥିବା ବେଳେ ୫ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାତେଇ ସାରିଛି ।

ଏହି ଫିଲ୍ମରେ କେ କ୍ରୀଷ୍ଣା କୁମାରୀଙ୍କ ଜୀବନ ସଂଘର୍ଷର ପ୍ରତିଟି ଚିତ୍ର ଓ ଚରିତ୍ରକୁ ଦର୍ଶାଯାଇଛି । ଗଞ୍ଜାମରୁ ଦିଲ୍ଲୀ ରାଷ୍ଟପତି ଭବନ ଯାଏଁ ସେବା ପାଇଁ ସମ୍ମାନ ପାଇଥିବା ଜଣେ ସେବିକାର ଦୂରଦୃଷ୍ଟି ସଂପନ୍ନ ପାରଦର୍ଶିତାକୁ କାହାଣୀ ମାଧ୍ୟମରେ ଦେଖାଯାଇଛି । ଆଜି ପ୍ରଥମ ଦିନରେ ହିଁ ଏହି ସଚେତନତାଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ଭିଡ ରହିଥିଲା । ସିନେମାଟି ଏକ ବାସ୍ତବଧର୍ମୀ ଓ ମୌଳିକ କାହାଣୀରୁ ଆଧାରିତ ହୋଇଥିବା ବେଳେ ସବୁ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିଛନ୍ତି ଆଉ ଭଲ ପାଇବା ଦେଇଛନ୍ତି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସୁଶ୍ରୀ ରଥଙ୍କୁ ଦେଖିବାକୁ ମିଳିଛି । ଅନ୍ୟ ଭୂମିକାରେ ଅଭିନେତା କୁନା ତ୍ରିପାଠୀ, ରବି ମିଶ୍ର, ଜୀବନ ପଣ୍ଡା, ପଲ୍ଲବୀ ଓ ଜୟଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଜୟଲକ୍ଷ୍ମୀ ମିଶ୍ର ପ୍ରଯୋଜିତ କୁନାଲ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଓଡ଼ିଶାର ମୌଳିକ କଥାବସ୍ତୁ ବା ଓଡ଼ିଶା ଝିଅର କାହାଣୀ ହୋଇଥିବା ବେଳେ ପ୍ରତିଟି ଓଡ଼ିଆ ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ସାମନ୍ଥା@37: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମର କଲେ ଘୋଷଣା - Samantha Ruth Prabhu Birthday

କେ କ୍ରୀଷ୍ଣା କୁମାରୀ, ଅନବରତ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ସେବିକା ଭାବେ ସମ୍ମାନ ପାଇଥିବା ଜଣେ ନର୍ସ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡିର ବାସିନ୍ଦା ହେଉଛନ୍ତି କେ କୃଷ୍ଣ କୁମାରୀ । କୁକୁଡ଼ାଖଣ୍ଡିର ନାଇଟଆଙ୍ଗଲ ବା ଆକା ଭାବେ ତାଙ୍କର ନିସ୍ଵାର୍ଥପର ସେବା ପାଇଁ ସେ ବେଶ ପରିଚିତ । କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଆଉ ଏବେ ମଧ୍ୟ ସେ ସେଠାରେ ହିଁ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ପ୍ରେରଣାଦାୟୀ ସେବିକା ଭାବରେ ତାଙ୍କ ଜୀବନକାହାଣୀ, ସଂଘର୍ଷ ଓ ସଫଳତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା ‘ତେଜସ୍ୱିନୀ ଦି ରେଡିଆଣ୍ଟ୍‌’। ତାଙ୍କ ବାସ୍ତବ ଜୀବନରେ ସେ ପ୍ରଥମେ ଅଙ୍ଗନବାଡ଼ି କର୍ମୀ ଚାକିରି ପରେ ସମିତି ସଭ୍ୟ ଓ ପରେ ପରେ ଏଏନଏମ ପାସ କରି ସ୍ୱାସ୍ଥ୍ୟକର୍ମୀ ହୋଇଥିଲେ । ଆଉ ୨୦୦୦ ମସିହାଠାରୁ ସେ ଜଣେ ସେବିକା ଭାବେ ନିଯୁକ୍ତି ପାଇ ଆଜି ପର୍ଯ୍ୟନ୍ତ ନିଜର ସେବା କରି ଚାଲିଛନ୍ତି । ଆଉ ଆଗକୁ ମଧ୍ୟ ଏ ସେବାର ଯାତ୍ରା ଜାରି ରହିବ ବୋଲି କହିଛନ୍ତି କୃଷ୍ଣ କୁମାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.