ETV Bharat / entertainment

ସାମନ୍ଥା@37: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମର କଲେ ଘୋଷଣା - Samantha Ruth Prabhu Birthday

author img

By ETV Bharat Odisha Team

Published : Apr 28, 2024, 4:48 PM IST

ସାମନ୍ଥା@37: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମର କଲେ ଘୋଷଣା
ସାମନ୍ଥା@37: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମର କଲେ ଘୋଷଣା

'Bangaram' New Poster: ୩୭ ବର୍ଷରେ ପଦାର୍ପଣ କରିଛନ୍ତି ସାମନ୍ଥା ରୁଥ ପ୍ରଭୁ । ଏହି ଅବସରରେ ଫ୍ୟାନ୍ସଙ୍କୁ ନୂଆ ଫିଲ୍ମ ଭେଟି ଦେଇଛନ୍ତି ସାମନ୍ଥା । ସେ ଫିଲ୍ମର ପୋଷ୍ଟର ସେୟାର କରି ନୂଆ ଫିଲ୍ମ 'ବଙ୍ଗାରାମ' ଘୋଷଣା କରିଛନ୍ତି ।

ହାଇଦ୍ରାବାଦ: ସାମନ୍ଥା ରୁଥ ପ୍ରଭୁ ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କୁ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ ନିଜ ଜନ୍ମଦିନରେ ସେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ଏକ ପୋଷ୍ଟର ରିଲିଜ କରି ତାଙ୍କ ନୂଆ ଫିଲ୍ମ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ମୋଶନ ଭିଡିଓ ଏବଂ ପୋଷ୍ଟର ରିଲିଜ କରି ଚଳଚ୍ଚିତ୍ରର ନାମ 'ବଙ୍ଗାରାମ' ଘୋଷଣା କରିଛନ୍ତି । ଅଭିନେତ୍ରୀ ସେୟାର କରିଥିବା ଏହି ପୋଷ୍ଟରରେ ଦମଦାର ଲୁକରେ ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି ।

ସାମନ୍ଥା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଏବଂ ମୋଶନ ଭିଡିଓ ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରର ପୋଷ୍ଟରରେ ସାମନ୍ଥା ଏକ ନୂଆ ଅବତାରରେ ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । ଫିଲ୍ମର ପୋଷ୍ଟର ଏବଂ ମୋସନ୍ ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ସୁନା ହେବା ପାଇଁ ସବୁକିଛି ଚମକିବା ଉଚିତ୍ ନୁହେଁ', ବଙ୍ଗରାମ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏବେ 'ବଙ୍ଗରାମ' ଘୋଷଣା ପରେ ଅଭିନେତ୍ରୀଙ୍କ ଜନ୍ମଦିନ ଉତ୍ସବ ଦ୍ୱିଗୁଣିତ ହୋଇଛି । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ଲୁକକୁ ଖୁବ ପସନ୍ଦ କରିଛନ୍ତି । ଲୋକମାନେ ବର୍ତ୍ତମାନ ଅଭିନେତ୍ରୀଙ୍କ ଫିଲ୍ମ ବିଷୟରେ ଅଧିକ ଜାଣିବାକୁ ଉତ୍ସାହିତ ମଧ୍ୟ ରହିଛନ୍ତି ।

ଏହି ପୋଷ୍ଟରକୁ ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଲେଖିଛନ୍ତି, ଫାୟାର ସାମ । ଅନ୍ୟ ଜଣେ ଲେଖିଛନ୍ତି, ଏହି ଘୋଷଣା କରିବା ପାଇଁ ଏହା ହେଉଛି ଶ୍ରେଷ୍ଠ ଦିନ । ଆଉ ଜଣେ ଲେଖିଛନ୍ତି, କି କମବ୍ୟାକ! ଏଥିସହ ଅନେକ ଫ୍ୟାନ ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବଲିଉଡ ଠାରୁ ସାଉଥ ସେଲିବ୍ରିଟି ଯାଏଁ ସମସ୍ତେ ସାମନ୍ଥାଙ୍କୁ ଶୁଭକାମନା ଜଣାଇଛନ୍ତି । ସାଉଥ ତାରକା ବିଜୟ ଦେବରକୋଣ୍ଡା, ରାମଚରଣଙ୍କ ପତ୍ନୀ ଉପାସନା ଏବଂ ବଲିଉଡ ଅଭିନେତା ବରୁଣ ଧୱନ ସମେତ ଅନେକ ସେଲିବ୍ରିଟି ସାମନ୍ଥାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନାଗା ଚୈତନ୍ୟଙ୍କୁ ଛାଡପତ୍ର ପରେ ବିବାହର ସ୍ମୃତି ହଟାଇଲେ ସାମନ୍ଥା

ସାମନ୍ଥାଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ, ଶେଷଥର ତାଙ୍କୁ 'ଖୁସି' ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଗାମୀ ୱେବ୍ ସିରିଜ୍ ସିଟାଡେଲର ହିନ୍ଦୀ ସଂସ୍କରଣରେ ଦେଖିବାକୁ ମିଳିବ । ନିକଟରେ ସିଟାଡେଲ' ହିନ୍ଦୀ ଭର୍ସନର ଟାଇଟଲ 'ସିଟାଡେଲ-ହନି ବନି' ଘୋଷଣା ହୋଇଥିଲା । ବିଦେଶୀ ଧାରାବାହିକ ସିଟାଡେଲରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ରିଚାର୍ଡ ମ୍ୟାଡେନ୍ ଏବଂ ଷ୍ଟାନଲି ଟୁଚି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯାହା ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ହିନ୍ଦୀ ଭର୍ସନରେ ସାମନ୍ଥାଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନ ନଜର ଆସିବାକୁ ଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଏକାଠି ନଜର ଆସିବେ । ଏହି ୱେବ ସିରିଜକୁ ରାଜ ଆଣ୍ଡ ଡି.କେ ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏଣିକି ଫିଲ୍ମ ନିର୍ମାଣ ବି କରିବେ ସାମନ୍ଥା, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.