ETV Bharat / entertainment

ଏଣିକି ଫିଲ୍ମ ନିର୍ମାଣ ବି କରିବେ ସାମନ୍ଥା, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ

author img

By ETV Bharat Odisha Team

Published : Dec 11, 2023, 10:58 AM IST

Samantha Ruth Prabhu Production House: ସାମନ୍ଥା ରୁଥ ପ୍ରଭୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅନେକ ହିଟ୍ ତାମିଲ ତେଲୁଗୁ ଚଳଚ୍ଚିତ୍ରରେ କାମ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକଙ୍କ ମନ ଜିତିଛନ୍ତି । ସେ ଫିଲ୍ମି ଦୁନିଆରୁ ବିରତି ନେବା ପରେ ବର୍ତ୍ତମାନ ସେ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜ ପ୍ରଡକ୍ସନ ହାଉନର ନାଁ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

ଏଣିକି ଫିଲ୍ମ ନିର୍ମାଣ କରିବେ ସାମନ୍ଥା, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ
ଏଣିକି ଫିଲ୍ମ ନିର୍ମାଣ କରିବେ ସାମନ୍ଥା, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ

ହାଇଦ୍ରାବାଦ: ସାମନ୍ଥା ରୁଥ ପ୍ରଭୁ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ । ନିଜ ଦମଦାର ଅଭିନୟରେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚୟ ସୃଷ୍ଟି କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀ ଅଭିନୟ ଜଗତରୁ ବିରତି ନେଇଥିବା କୁହାଯାଉଛି । ସେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ଚାହୁଁଥିବା ନେଇ ଏକ ବର୍ଷ ଯାଏଁ ବିରତି ନେଇଥିବା କୁହାଯାଉଛି । ବର୍ତ୍ତମାନ ଏହି ବିରତି ଖବର ମଧ୍ୟରେ ଅଭିନେତ୍ରୀ ନିଜ ପ୍ରଡକ୍ସନ ହାଉସ ଘୋଷଣା କରିଛନ୍ତି । ତେବେ ଅଭିନେତ୍ରୀ ଏବେ ଫିଲ୍ମ ନିର୍ମାଣ କରିବେ ।

ଏହାଛଡ଼ା ଟ୍ରାଲାଲା ମୁଭିଂ ପିକ୍ଚର୍ସ ଆଧୁନିକ ଯୁଗର ଆଦର୍ଶ ଓ ଭାବନା ନେଇ କଣ୍ଟେଣ୍ଟ୍‌ ତିଆରି କରିବ । ସାମାଜିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେଉଥିବା ବହୁମୁଖୀ କଣ୍ଟେଣ୍ଟ୍‌ ପାଇଁ ଏହି ପ୍ରଡକ୍ସନ ହାଉସ ଏକ ମଞ୍ଚ ସଦୃଶ କାମ କରିବ । ଏହି ପ୍ଲାଟଫର୍ମର ଲକ୍ଷ୍ୟ ହେଉଛି ଫିଲ୍ମ ନିର୍ମାତାଙ୍କୁ ସଶକ୍ତ କରିବା, ଯାହାଦ୍ୱାରା ସେମାନଙ୍କ ସେମାନନଙ୍କ କାହାଣୀରେ ଗଭୀରତାକୁ ଯାଇ ନିଷ୍ଠାର ସହ କାମ କରି ପାରିବେ ।

ମୁଖ୍ୟତଃ ତେଲୁଗୁ ଏବଂ ତାମିଲ ସିନେମାରେ କାମ କରୁଥିବା ସାମନ୍ଥା, ୨୦୧୦ରେ ଗୌତମ ଭାସୁଦେବ ମେନନଙ୍କ ନିର୍ଦ୍ଦେଶିତ ତେଲୁଗୁ ରୋମାଣ୍ଟିକ ଡ୍ରାମା 'ୟେ ମାୟା ଚେସାଭେ' ସହ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତା ପରେ ସେ ଇଗା, ମହାନତି, ମର୍ସାଲ, 24, ଡୋକୁଡୁ, ରଙ୍ଗସ୍ତାଲମ୍, ସୁପର ଡିଲକ୍ସ, ଓ ବେବି ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଶେଷଥର ତାଙ୍କୁ 'ଖୁସି' ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ନେଇ ସାମନ୍ଥାଙ୍କ ଖୁଲାସା, କହିଲେ 'ଏହା ମୋ କ୍ୟାରିଅରକୁ ପ୍ରଭାବିତ କରିଛି'

ବର୍ତ୍ତମାନ ତାଙ୍କୁ ଆଗାମୀ ୱେବ୍ ସିରିଜ୍ ସିଟାଡେଲର ହିନ୍ଦୀ ସଂସ୍କରଣରେ ଦେଖିବାକୁ ମିଳିବ । ଫିଲ୍ମ ବ୍ୟତୀତ ସାମନ୍ଥା ୨୦୧୪ ମସିହାରୁ ଏକ ଏନଜିଓ ସଂସ୍ଥା 'ପ୍ରତ୍ୟୁଷା' ପରିଚାଳନା କରିଆସୁଛନ୍ତି । ଯାହା ମହିଳା ଏବଂ ପିଲାମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରେ । ଏହା ସହ ସେ ପ୍ରଗତିଶୀଳ ଶିକ୍ଷା ଉପରେ ଧ୍ୟାନ ଦେଇ ହାଇଦ୍ରାବାଦରେ ଏକ ପ୍ରାରମ୍ଭିକ ଶିକ୍ଷା କେନ୍ଦ୍ର ଏକାମ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.