ETV Bharat / entertainment

ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ନେଇ ସାମନ୍ଥାଙ୍କ ଖୁଲାସା, କହିଲେ 'ଏହା ମୋ କ୍ୟାରିଅରକୁ ପ୍ରଭାବିତ କରିଛି'

author img

By ETV Bharat Odisha Team

Published : Nov 9, 2023, 12:51 PM IST

ସାମନ୍ଥା ରୁଥ ପ୍ରଭୁ ଏକ ସାକ୍ଷାତକାରରେ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ଏହି ସମୟରେ ସେ ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ର ତାଙ୍କ କ୍ୟାରିଅରରେ କଣ ପ୍ରଭାବ ପକାଇଥିଲା ତାହା ମଧ୍ୟ ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ନେଇ ସାମନ୍ଥାଙ୍କ ଖୁଲାସା, କହିଲେ- 'ଏହା ମୋ କ୍ୟାରିଅରକୁ ପ୍ରଭାବିତ କରିଛି'

ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ନେଇ ମୁହଁ ଖୋଲିଛନ୍ତି । ନାଗା ଚୈତନ୍ୟଙ୍କ ସହ ଅଭିନେତ୍ରୀଙ୍କ ବିବାହ 2021 ରେ ଶେଷ ହୋଇଥିଲା । ବର୍ତ୍ତମାନ ଏକ ସାକ୍ଷାତକାରରେ ସାମନ୍ଥା ନାଗାଙ୍କ ସହ ଅସଫଳ ବିବାହ, ଅଟୋ-ଇମ୍ୟୁନ ସ୍ଥିତି (ମାୟୋସିଟିସ୍) ଏବଂ ଫ୍ଲପ୍ ଚଳଚ୍ଚିତ୍ର ବିଷୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ନିକଟରେ ଏକ ଏକ ସାକ୍ଷାତକାରରେ ସାମନ୍ଥା ତାଙ୍କର ପୂର୍ବ ସଂଘର୍ଷକୁ ମନେ ପକାଇଛନ୍ତି । ସେ କହିଛନ୍ତି, "ଯେତେବେଳେ ମୁଁ ଏକ ବିଫଳ ବିବାହ ସହ ଜୀବନରେ ମୁଁ ସର୍ବନିମ୍ନ ସ୍ତରକୁ ପଲାଇଥିଲି, ଏହା ମୋର ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥିଲା । । ମୁଁ ଏହି ସମୟରେ ଅନୁଭବ କରିଥିଲି ଯେ ସବୁ ବୋଝ ଏକା ଥରକେ ମୋ ଉପରେ ପଡିଛି । ଏହି ସମୟରେ ମୁଁ ଅନ୍ୟ ଅଭିନେତାମାନଙ୍କ ବିଷୟରେ ପଢ଼ିଥିଲି, ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିଥିଲେ, ଟ୍ରୋଲ୍‌ ବା ଚିନ୍ତାଗ୍ରସ୍ତର ସମ୍ମୁଖୀନ ହୋଇଥିଲେ । ସେମାନଙ୍କର କାହାଣୀ ପଢ଼ିବା ମୋତେ ସାହାଯ୍ୟ ହେଲା । ଏହା ମୋତେ ଅନୁପ୍ରାଣିତ କରିଥିଲା ଯେ, ଯଦି ସେମାନେ ଏହା କରିଛନ୍ତି, ମୁଁ ମଧ୍ୟ ଏହା କରିପାରିବି ।"

ସାମନ୍ଥା ଆହୁରି କହିଛନ୍ତି, "ଏହା ଜାଣିବା ଜରୁରୀ ଯେ ଏହି ଦେଶରେ ଏକ ପ୍ରିୟ ତାରକା ହେବା ଏକ ଅବିଶ୍ୱସନୀୟ ଉପହାର ଅଟେ । ତେଣୁ ଏଥିପାଇଁ ଦାୟିତ୍ବବାନ ରୁହିବା ଆବଶ୍ୟକ, ସଚ୍ଚୋଟତା, ବାସ୍ତବବାଦୀ ହୋଇ ନିଜ କାହାଣୀ କହିବାକୁ ପଡ଼େ । ସଫଳତା କେବଳ ବକ୍ସ ଅଫିସ୍ ହିଟ୍, ପୁରସ୍କାର, ସୁସ୍ଥତା, କିମ୍ବା ଫ୍ୟାଶନେବଲ୍ ପୋଷାକ ଦ୍ୱାରା ମାପ କରାଯିବା ଉଚିତ୍ ନୁହେଁ । ବରଂ ଷ୍ଟାର ଜୀବନରେ ଥିବା ସମସ୍ୟା, ମାନସିକ ଚିନ୍ତା ଓ ଯନ୍ତ୍ରଣା ବି ସାମିଲ ହେବା ଦରକାର । ମୋର ଦୁର୍ବଳତା ସାର୍ବଜନୀନ ହେବା ମୋତେ ପ୍ରଭାବ ପକାଏନି । ବାସ୍ତବରେ ମୁଁ ସେନେଇ ବହୁତ ଖୁସି । ମୁଁ ଜାଣିଛି ଯେ, ମୋ ପାଖରେ ଯାହା କିଛି ଅଛି ସେଥିପାଇଁ ମୁଁ ଲଢିବାକୁ ଯାଉଛି । ମୋର ବିଶ୍ବାସ ଅଛି ଯେ, ଯେଉଁ ଲୋକ ସମାନ ପ୍ରକାର ସ୍ଥିତି ଦେଇ ଗତି କରୁଛନ୍ତି, ସେମାନଙ୍କ ପାଖରେ ବି ଲଢ଼ିବା ପାଇଁ ଶକ୍ତି ଥିବ ।"

ଏହା ମଧ୍ୟ ପଢନ୍ତୁ: ପ୍ୟାଚଅପ୍ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନାଗାଙ୍କ ନାଁର ଟାଟୁ ହଟାଇଲେ ସାମନ୍ଥା

ସାମନ୍ଥାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ତାଙ୍କୁ ବିଜୟ ଦେବରକୋଣ୍ଡାଙ୍କ ସହ ଖୁସି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ତାଙ୍କୁ ପୌରାଣିକ ଚଳଚ୍ଚିତ୍ର ଶକୁନ୍ତଲାମରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ କମାଲ କରିପାରିନଥିଲା । ସାମନ୍ଥା ବର୍ତ୍ତମାନ ଅଭିନୟରୁ ବିରତି ନେଇଛନ୍ତି । ସେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଛନ୍ତି ଏବଂ ବିଭିନ୍ନ ସ୍ଥାନ ବୁଲି ସମୟ ଅତିବାହିତ କରିବା ସହ ଜୀବନକୁ ଉପଭୋଗ କରୁଛନ୍ତି । ସୂଚନା ଥାଉ କି, ଅକ୍ଟୋବର ୨୦୧୭ରେ ନାଗାଙ୍କ ସହ ସାମନ୍ଥା ବିବାହ କରିଥିଲେ । ପରେ ୨୦୨୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.