ETV Bharat / entertainment

ବାନ୍ଦ୍ରା ରେସ୍ତୋରାଁରେ ସୁପରଷ୍ଟାରଙ୍କ ମେଳି, ରଣବୀର-ଏନଟିଆର ସମେତ ଏହି ତାରକା ଆସିଲେ ନଜର - Ranbir Alia to Jr NTR Dinner Date

author img

By ETV Bharat Odisha Team

Published : Apr 29, 2024, 12:40 PM IST

ବାନ୍ଦ୍ରା ରେସ୍ତୋରାଁରେ ସୁପରଷ୍ଟାରଙ୍କ ମେଳି, ରଣବୀର-ଏନଟିଆର ସମେତ ଏହି ତାରକା ଆସିଲେ ନଜର
ବାନ୍ଦ୍ରା ରେସ୍ତୋରାଁରେ ସୁପରଷ୍ଟାରଙ୍କ ମେଳି, ରଣବୀର-ଏନଟିଆର ସମେତ ଏହି ତାରକା ଆସିଲେ ନଜର

Ranbir-Alia to Jr NTR Dinner Date: ରବିବାର ରାତିରେ ମୁମ୍ବାଇ ବାନ୍ଦ୍ରାର ରେସ୍ତୋରାଁରେ ବଲିଉଡର ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଜୁନିଅର ଏନଟିଆର ସମେତ ଅନେକ ତାରକାଙ୍କୁ ଏକାଠି ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ବାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଆଜିକାଲି ମୁମ୍ବାଇରେ ଅଛନ୍ତି । ସେ ଏଠାରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ୱାର ୨' ସୁଟିଂ କରୁଛନ୍ତି । ଏହି ସମୟ ମଧ୍ୟରେ ସେଅନେକ ବଲିଉଡ ସେଲିବ୍ରିଟିଙ୍କୁ ଭେଟିଛନ୍ତି । ଗତ ରବିବାର ରାତିରେ ବଲିଉଡ ସେଲିବ୍ରିଟିମାନଙ୍କ ସହ ରାତ୍ରୀ ଭୋଜନରେ ଜୁନିଅର ଏନଟିଆରଙ୍କ ସହ ଦେଖିବାକୁ ମିଳିଥିଲା । ବି-ଟାଉନର ସବୁଠାରୁ ଲୋକପ୍ରିୟ ଦମ୍ପତି ରଣବୀର କପୁର-ଆଲିଆ ଭଟ୍ଟ ଏବଂ ହ୍ରିତିକ ରୋଶନ-ସବା ଆଜାଦ ଏବଂ କରଣ ଜୋହର ମୁମ୍ବାଇର ଏକ ରେସ୍ତୋରାଁରେ ରାତ୍ରୀ ଭୋଜନ ପାଇଁ ଏକତ୍ରିତ ହୋଇ ଯୋଗ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ବାଇରାଲ ହେବାରେ ଲାଗିଛି ।

ଏହି ସମୟରେ ଆଲିଆ ଭଟ୍ଟଙ୍କୁ ହ୍ୱାଇଟ ଏବଂ ୟେଲୋ ରଙ୍ଗର ଆଉଟଫିଟରେ ଦେଖିବାକୁ ମିଳିଥିଲା । ସେପଟେ ରଣବୀର କପୁର, କରଣ ଜୋହର ଏବଂ ଏନଟିଆର ସବୁ ବ୍ଲାକ ଲୁକରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସାବାଙ୍କ ସହ ନଜର ଆସିଥିଲେ ହ୍ରିତିକ ରୋଶନ । ସୁପରଷ୍ଟାରମାନଙ୍କୁ ଏକାଠି ଦେଖି ରେସ୍ତୋରାଁରେ ପ୍ରଶଂସକଙ୍କ ଭିଡ ଜମିଥିଲା । ସମସ୍ତ ତାରକା ଫ୍ୟାପ୍ସଙ୍କ ଆଗରେ ପୋଜ ଦେଇଥିଲେ । ଏହି ସମସ୍ତ ତାରକାଙ୍କୁ ଏକାଠି ଦେଖିଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ସମସ୍ତଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସୂଚନା ଥାଉ କି, 'ୱାର ୨' ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି ଏବଂ YRF ଦ୍ୱାରା ଫିଲ୍ମଟି ନିର୍ମିତ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ । ତେବେ ଏଥିରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ଏକାଠି କାମ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ଉଭୟ ତାରକାଙ୍କ ଫ୍ୟାନ୍ସଙ୍କ ପାଇଁ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି । ଏଥିସହିତ କିଆରା ଆଡଭାନୀ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ଏଣ୍ଟ୍ରି ନେଇ ନିର୍ମାତା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: 'ରାମାୟଣ' ପାଇଁ ବଦଳିଲା ରଣବୀରଙ୍କ ଲୁକ, ବଡ଼ି ଟ୍ରାନ୍ସଫରମେସନ ଦେଖି ଫିଦା ଫ୍ୟାନ୍ସ

ସେପଟେ ରଣବୀର କପୁର ଆଜିକାଲି ଫିଲ୍ମ 'ରାମାୟଣ' ନେଇ ଚର୍ଚ୍ଚାରେ ରହିଛନ୍ତି । ରାମାୟଣ'ର ନିର୍ଦ୍ଦେଶନା ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଉଥିବା ବେଳେ ନାମିତ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ ହେବ । ଏଥିରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବାବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ ନଜର ଆସିବେ । ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ଏଥିସହ ଦଶରଥଙ୍କ ଭୂମିକାରେ ଅରୁଣ ଗୋବିଲ ନଜର ଆସିବେ ଏବଂ ଗୁରୁ ବଶିଷ୍ଟଙ୍କ ଭୂମିକାରେ ଶିଶିର ଶର୍ମାଙ୍କୁ ଚୟନ କରାଯାଇଥିବା କୁହାଯାଉଛି । କିନ୍ତୁ ନିର୍ମାତା ଫିଲ୍ମର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦେଇନାହାନ୍ତି । ଖୁବଶୀଘ୍ର ଏହା ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି । ସେପଟେ ଆଲିଆ ଭଟ୍ଟ ଖୁବଶୀଘ୍ର 'ଜିଗ୍ରା' ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.