Raju Srivastav: ରାଜୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

author img

By

Published : Sep 21, 2022, 2:09 PM IST

ରାଜୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ନରେନ୍ଦ୍ର ମୋଦୀ

ରାଜୁ ଶ୍ରୀବାସ୍ତବ (Raju Srivastav)ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିଜ କମେଡି ସହିତ ସମସ୍ତଙ୍କ ମୁହଁରେ ହସ ଆଣିଥିବା ରାଜୁ ଶ୍ରୀବାସ୍ତବ ଆଜି ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ । ଗତ 41 ଦିନ ଧରି ନିଜ ଜୀବନ ସହ ସଂଗ୍ରାମ କରୁଥିବା ରାଜୁ ଶ୍ରୀବାସ୍ତବ (Raju Srivastav) ଆଜି ସକାଳେ ଦିଲ୍ଲୀର AIIMS ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କମେଡି ଜଗତର ଏହି ଉଜ୍ଜ୍ୱଳ ତାରକା ଆମ ସହିତ ଆଉ ନାହାଁନ୍ତି ବୋଲି ବିଶ୍ୱାସ କରିବା କଷ୍ଟକର । ରାଜୁଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକ ଛାୟା ଖେଳି ଯାଇଛି । ସମସ୍ତେ କେବଳ ତାଙ୍କ ଆତ୍ମାର ​​ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

  • Raju Srivastava brightened our lives with laughter, humour and positivity. He leaves us too soon but he will continue to live in the hearts of countless people thanks to his rich work over the years. His demise is saddening. Condolences to his family and admirers. Om Shanti. pic.twitter.com/U9UjGcfeBK

    — Narendra Modi (@narendramodi) September 21, 2022 " class="align-text-top noRightClick twitterSection" data=" ">

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାଜୁଙ୍କ ସହ ନିଜର ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, 'ରାଜୁ ଶ୍ରୀବାସ୍ତବ ହସ ଏବଂ ସକରାତ୍ମକତା ସହିତ ଆମ ଜୀବନକୁ ଆଲୋକିତ କରିଛନ୍ତି । ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲେ, କିନ୍ତୁ ସେ ବର୍ଷ ବର୍ଷ ଧରି ତାଙ୍କ କାର୍ଯ୍ୟ ମାଧ୍ୟମରେ ଅଗଣିତ ଲୋକଙ୍କ ହୃଦୟରେ ଜୀବିତ ରହିବେ । ତାଙ୍କ ମୃତ୍ୟୁ ଦୁଃଖଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍‌ ଶାନ୍ତି!

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ ବଡ ବ୍ୟକ୍ତିତ୍ୱ କମେଡି କିଙ୍ଗ କୁହାଯାଉଥିବା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ କୁମାର ବିଶ୍ବାସ ପର୍ଯ୍ୟନ୍ତ ରାଜନୀତି କ୍ଷେତ୍ରର ଅନେକ ଲୋକ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ବିୟୋଗକୁ କମେଡି ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶର ପ୍ରସିଦ୍ଧ ଷ୍ଟାଣ୍ଡ-ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଜିମ୍‌ରେ ୱାର୍କଆଉଟ କରୁଥିବାବେଳେ ହୃଦଘାତ ହୋଇଥିଲା । ହୃଦଘାତରେ ପୀଡିତ ହେବାର କିଛି ସମୟ ପରେ ତାଙ୍କୁ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ 41 ଦିନ ଧରି ରାଜୁ ଏକ ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ, ଦିଲ୍ଲୀର AIIMSରେ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପର ଠାରୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ଓଦା ଆଖିରେ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.