ଓଡିଶା

odisha

ୱିଲ୍ ସ୍ମିଥ୍‌ଙ୍କୁ ପୋଲିସ କରିଥାନ୍ତା ଗିରଫ, ଖୁଲାସା କଲେ ଓସ୍କାର ନିର୍ମାତା

By

Published : Apr 1, 2022, 5:18 PM IST

ଓସ୍କାର ସମାରୋହ ଦିନ ଲସ୍‌ ଆଞ୍ଜଲେସ ପୋଲିସ୍ ଘଟଣାସ୍ଥଳରେ ଥିଲେ ଏବଂ ୱିଲ୍ ସ୍ମିଥଙ୍କୁ ଗିରଫ କରିଥାନ୍ତେ। ମାତ୍ର କ୍ରିସ୍ ରକ୍ ୱିଲ ସ୍ମିଥଙ୍କ ବିରୋଧରେ ଅଭିଯୋଗ କରିବାକୁ ମନା କରିଦେଇଥିଲେ, ତେଣୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ଅଧିକ ପଢନ୍ତୁ

ୱିଲ୍ ସ୍ମିଥ୍‌ଙ୍କୁ ପୋଲିସ୍ କରିଥାନ୍ତା ଗିରଫ, ଖୁଲାସା କଲେ ଓସ୍କାର ନିର୍ମାତା
ୱିଲ୍ ସ୍ମିଥ୍‌ଙ୍କୁ ପୋଲିସ୍ କରିଥାନ୍ତା ଗିରଫ, ଖୁଲାସା କଲେ ଓସ୍କାର ନିର୍ମାତା

ହାଇଦ୍ରାବାଦ: ସରିଲାଣି ଓସ୍କାର ସମାରୋହ, କିନ୍ତୁ ସରୁନି ଚର୍ଚ୍ଚା। ଓସ୍କାର ଆୱାର୍ଡ ବିଜେତା ୱିଲ ସ୍ମିଥଙ୍କ ଚାପୁଡା କାଣ୍ଡକୁ ନେଇ ଏବେବି ପୂରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଓସ୍କାର ସମାରୋହରେ ଅଭିନେତା ତଥା କମେଡିଆନ୍ କ୍ରିସ୍ ରକ୍‌ଙ୍କୁ ୱିଲ୍ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ତେବେ ଏହି ଘଟଣାକୁ ତିନି-ଚାରି ଦିନ ବିତି ଯାଇଥିବାବେଳେ ଆଜି ଆଉ ଏକ ନୂଆ ଖୁଲାସା ହୋଇଛି।

ଓସ୍କାର ସମାରୋହର ନିର୍ମାତା ପ୍ରକାଶ କରିଛନ୍ତି ଯେ, ଲସ୍‌ ଆଞ୍ଜଲେସ ପୋଲିସ ଘଟଣାସ୍ଥଳରେ ଥିଲେ ଏବଂ ପୁରସ୍କାର ସମାରୋହରେ ହିଁ ୱିଲ୍ ସ୍ମିଥଙ୍କୁ ଗିରଫ କରିଥାନ୍ତେ। ମାତ୍ର କ୍ରିସ୍ ରକ୍ ୱିଲ ସ୍ମିଥଙ୍କ ବିରୋଧରେ ଅଭିଯୋଗ କରିବାକୁ ମନା କରିଦେଇଥିଲେ, ତେଣୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ଏହା ପୂର୍ବରୁ ଏକାଡେମୀରୁ କୁହାଯାଇଥିଲା ଯେ, କ୍ରିସଙ୍କୁ ଚାପୁଡ଼ା ମାରିବା ପରେ ୱିଲ ସ୍ମିଥଙ୍କୁ ସେଠାରୁ ପଳାଇ ଯିବାକୁ କୁହାଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ।

ଚାପୁଡ଼ା ଉପରେ ପ୍ରଥମ ଥର ପାଇଁ ଓସ୍କାର ନିର୍ମାତା ଦେଲେ ବୟାନ

ଗୁରୁବାର (ମାର୍ଚ୍ଚ 31), ଶୋ’ର ନିର୍ମାତା ୱିଲ୍ ପ୍ୟାକର୍ କହିଛନ୍ତି ଯେ, ଏହି ଘଟଣା ପରେ ସେ କ୍ରିସ୍ ରକଙ୍କ ସହ ବସିଥିଲେ, ଯେତେବେଳେ ପୋଲିସ୍ ଅଧିକାରୀମାନେ କ୍ରିସ୍ ରକଙ୍କ ସହ କଥା ହେବାକୁ କହିଥିଲେ, ସେତେବେଳେ ସେ କହିଥିଲେ- ଆପଣ ଜାଣନ୍ତି, ଇଏ ହେଉଛନ୍ତି ବ୍ୟାଟେରୀ । ସେମାନେ କହିଲେ, ଆମେ ତାଙ୍କୁ ନେଇଯିବୁ, ଆମେ ପ୍ରସ୍ତୁତ ଅଛୁ, ଆମେ ବର୍ତ୍ତମାନ ତାଙ୍କୁ ଧରି ନେଇଯିବା ପାଇଁ ପ୍ରସ୍ତୁତ ଅଛୁ, ଆପଣ ତାଙ୍କ ନାଁରେ ଅଭିଯୋଗ ଆଣିପାରିବେ, ଆମେ ତାଙ୍କୁ ଗିରଫ କରିପାରିବୁ। ତେବେ ୱିଲ ସ୍ମିଥଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ମନା କରିବାରୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ।

ଏହା ବି ପଢନ୍ତୁ: ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ

ସୂଚନାଯୋଗ୍ୟ ଯେ, 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜେଲସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଆୟୋଜିତ ହୋଇଥିଲା। ଏହି ସୋ’କୁ କମେଡିଆନ୍‌ କ୍ରିସ୍‌ ରକ୍‌ ହୋଷ୍ଟ କରିବା ସମୟରେ ହଲିଉଡ ଅଭିନେତା ୱିଲ୍‌ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ। ଏହା ଶୁଣି ୱିଲ ସ୍ମିଥ ରାଗି ଯାଇଥିଲେ। ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ। ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details