ଓଡିଶା

odisha

ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ନିର୍ଯ୍ୟାସ ମାମଲାକୁ ଜଟିଳ କରୁଥିବା ଅଭିଯୋଗ

By

Published : Oct 9, 2021, 7:24 PM IST

ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ନିର୍ଯ୍ୟାସ ମାମଲାକୁ କରୁଛି ଜଟିଳ
ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ନିର୍ଯ୍ୟାସ ମାମଲାକୁ କରୁଛି ଜଟିଳ

ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ଣ୍ଣଚ୍ଛେଦ ପକାଇଛି ସତ କିନ୍ତୁ କ୍ରାଇମବ୍ରାଞ୍ଚର ନିର୍ଯ୍ୟାସ ମାମଲାକୁ ଜଟିଳ କରୁଛି ବୋଲି ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ...

କଟକ: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଶେଷ କରି ମାମଲାରେ ଯବନିକା ପକାଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଯ୍ୟାସ ଏକ ବିବାଦର ଅନ୍ତ ଘଟାଇବ କ'ଣ ବରଂ ଏହାକୁ ଆହୁରି ଘନୀଭୂତ କରିଛି । ଏହା ସହିତ ଅନେକ ପ୍ରଶ୍ନକୁ ମଧ୍ୟ ଜନ୍ମ ଦେଇଛି ।

ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ନିର୍ଯ୍ୟାସ ମାମଲାକୁ ଜଟିଳ କରୁଥିବା ଅଭିଯୋଗ

କ'ଣ ସତରେ ସୌମ୍ୟରଞ୍ଜନ ନିଜ ଘର ଭିତରେ ଅଦରକାରୀ କାଗଜ ପୋଡୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଥିଲା ତ ? ଗୋଟିଏ ଲଣ୍ଠନ ବା ଲ୍ୟାମ୍ପରୁ ଜଣକ ଦେହରେ ନିଆଁ ଲାଗିବ କେମିତି ? ଯଦି ଲାଗିବ ତେବେ କ'ଣ ମାତ୍ର କିଛି ସମୟ ମଧ୍ୟରେ ସେହି ବ୍ୟକ୍ତି 95 ପ୍ରତିଶତ ପୋଡ଼ିଯିବ ? ଯଦି ଦୁର୍ଘଟଣାବଶତଃ ଦେହରେ ନିଆଁ ଲାଗିଥିବ ତେବେ ନିଜକୁ ରକ୍ଷା କରିବା ପାଇଁ ସେ ଉଦ୍ୟମ କରି ନଥିଲେ କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

ଏହା ସହିତ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୁଦ୍ଧରେ ଲଗାଯାଇଥିବା IPCର ୨ଟି ଦଫା 285 ଓ 304 (ଏ)ର ବୈଧ୍ୟତାକୁ ନେଇ ବି ଉଠିଛି ପ୍ରଶ୍ନ । ନିଜ ସ୍ବାମୀ ନିଆଁରେ ପୋଡ଼ି ହୋଇ ଯାଉଥିବା ଦୃଶ୍ୟକୁ ଦେଖି ନିଆଁ ଲିଭାଇବା ପାଇଁ ଉପଯୁକ୍ତ ପ୍ରୟାସ ନକରିବା ବା ତାଙ୍କୁ ପୋଡ଼ି ହେବା ପାଇଁ ଛାଡ଼ି ଦେବା ଭଳି ସାଙ୍ଘାତିକ କାର୍ଯ୍ୟ ପାଇଁ ଏହି 304 (ଏ) ଦଫା ପ୍ରଯୁଜ୍ୟ ନଥିବା ମଧ୍ୟ କୁହାଯାଉଛି ।

ତେବେ କ୍ରାଇମବ୍ରାଞ୍ଚ ଖାମଖିଆଲି ଭାବେ ଏହି ଘଟଣାର ତଦନ୍ତ କରିଛି ଏବଂ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରକୃତ ସତ୍ୟ ସାମନାକୁ ଆସିବ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details