ଓଡିଶା

odisha

କ୍ୟାପିଟାଲ ସ୍ପୋର୍ଟସ କ୍ଲବ ଆୟୋଜନ କରିବ ଓଡିଶା ଟି-10 ପ୍ରିମିୟର ଲିଗ

By

Published : Jun 6, 2020, 6:41 AM IST

capital-sports-club-will-host-the-odisha-t-10-premier-league
କ୍ୟାପିଟାଲ ସ୍ପୋର୍ଟସ କ୍ଲବ ଆୟୋଜନ କରିବ ଓଡିଶା ଟି-10 ପ୍ରିମିୟର ଲିଗ

କ୍ୟାପିଟାଲ ସ୍ପୋର୍ଟସ କ୍ଲବ ପୁଣି ରାଜ୍ୟରେ ଥରେ କ୍ରୀଡା ଗତିବିଧି ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଛି । ଲାକଡାଉନ ସରିବା କ୍ଷଣି ରାଜଧାନୀ ଭୁବନେଶ୍ବରରେ ଓଡିଶା ଟି-10ପ୍ରିମିୟର ଲିଗ ଆୟୋଜନ କରିବ ବୋଲି କହିଛନ୍ତି କ୍ଲବର ସଦସ୍ୟ ବିଷ୍ଣୁ ପ୍ରସାଦ ଶତପଥୀ।

ଭୁବନେଶ୍ବର: ପାଖାପାଖି ତିନି ମାସ ଧରି କୋରୋନା ମହାମାରୀ ଯୋଗୁଁ ଦେଶରେ କଟକଣା ଲାଗିଛି । ଏଥିପାଇଁ କୌଣସି ପ୍ରକାର ଖେଳ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ଫଳରେ କ୍ରୀଡା ଗତିବିଧି ଏକ ପ୍ରକାର ଠପ ହୋଇ ଥିବାବେଳେ କ୍ରୀଡ଼ାବିତମାନେ ମଧ୍ୟ ସେମାନଙ୍କ ଅଭ୍ୟାସ ଆଦି କରି ନ ପାରି ଘରେ ରହୁଛନ୍ତି ।

କ୍ୟାପିଟାଲ ସ୍ପୋର୍ଟସ କ୍ଲବ ଆୟୋଜନ କରିବ ଓଡିଶା ଟି-10 ପ୍ରିମିୟର ଲିଗ

ଏହି ଅବସ୍ଥାରେ କ୍ୟାପିଟାଲ ସ୍ପୋର୍ଟସ କ୍ଲବ ପୁଣି ରାଜ୍ୟରେ ଥରେ କ୍ରୀଡା ଗତିବିଧି ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଛି । ଲକଡାଉନ ସରିବା କ୍ଷଣି ରାଜଧାନୀ ଭୁବନେଶ୍ବରରେ ଓଡିଶା ଟି-10 ପ୍ରିମିୟର ଲିଗ ଆୟୋଜନ କରିବ ବୋଲି କହିଛନ୍ତି କ୍ଲବର ସଦସ୍ୟ ବିଷ୍ଣୁ ପ୍ରସାଦ ଶତପଥୀ। ଏବେ ଠାରୁ ଅନଲାଇନରେ ଖେଳାଳିମାନେ ରେଜିଷ୍ଟ୍ରେସନ ଆଦି କରିପାରିବେ। ଯାହାକି ଜୁନ ମାସ 15 ତାରିଖ ମଧ୍ୟରେ ସାରିବାକୁ ହେବ ବୋଲି କହିଛନ୍ତି।ପରେ ସରକାରଙ୍କ ନିର୍ଦେଶନାମାକୁ ପାଳନ ପୂର୍ବକ ଏହି କ୍ରୀଡା ଆୟୋଜିତ ହେବ। ଏଥିରେ ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିବ ତାଙ୍କର ଭିଡିଓ କ୍ଲିପ ଓସିଏକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details