ଓଡିଶା

odisha

ନଭେମ୍ବର 2ରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ନୂଆ ନିୟମ

By

Published : Nov 1, 2020, 10:35 PM IST

ନଭେମ୍ବର ମାସ ଆରମ୍ଭରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା। ଏଣିକି ବ୍ୟାଙ୍କ ଛୁଟିଦିନରେ ଟଙ୍କା ଜମା ମେସିନ୍ ବ୍ୟବହାର କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ଅଧିକ ପଢ଼ନ୍ତୁ...

ନଭେମ୍ବର 2 ତାରିକରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ନୂଆ ନିୟମ
ନଭେମ୍ବର 2 ତାରିକରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ନଭେମ୍ବର 2 ତାରିଖରୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନଗଦ ଟଙ୍କା ଜମା କରିବାକୁ ନେଇ ନୂତନ ଶୁଳ୍କ ନିୟମ କରାଯିବ। ଏହି ନିୟମ ଅନୁଯାୟୀ ବ୍ୟାଙ୍କର ଅଣ ବ୍ୟବସାୟ ସମୟ(non-business hours) ପରେ ଓ ବ୍ୟାଙ୍କ ଛୁଟିଦିନରେ ଟଙ୍କା ଜମା ମେସିନ୍ (cash deposit machine) ବ୍ୟବହାର କରୁଥିବା ଗ୍ରାହକଙ୍କ ଠାରୁ ଏହି ଶୁଳ୍କ ଆଦାୟ କରାଯିବ। ଏହି ସମୟରେ ଟଙ୍କା ଜମା ମେସିନ୍ ବ୍ୟବହାର ନଗଦ ଟଙ୍କା ଜମା କଲେ ପ୍ରତି ଟ୍ରାଞ୍ଜାକ୍ସନ(transaction) ପିଛା 50 ଟଙ୍କା ଶୁଳ୍କ ଆଦାୟ କରାଯିବ।

ଏନେଇ ଗତ ଅକ୍ଟୋବର ମାସରୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦିଆଯାଇଛି। ସାଧାରଣତଃ ସଂଧ୍ୟା 6ଟାରୁ ସକାଳ 8ଟା ମଧ୍ୟରେ ହୋଇଥିବା ଟ୍ରାଞ୍ଜାକ୍ସନ ଏବଂ ବ୍ୟାଙ୍କ ଛୁଟି ଦିନରେ କରାଯାଇଥିବା ଟ୍ରାଞ୍ଜାକ୍ସନ ଉପରେ ଏହି ଶୁଳ୍କ ଆଦାୟ କରାଯିବ। ତେବେ ବ୍ୟାଙ୍କ କାରବାର ସମୟରେ ଏହି ଟଙ୍କା ଜମା ମେସିନ୍ ବ୍ୟବହାର କରି ନଗଦ ଜମା କଲେ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ନଭେମ୍ବର 2 ତାରିକରୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ନୂଆ ନିୟମ

ଏହାସହ ବ୍ୟାଙ୍କ କାରବାର ସମୟରେ ଟଙ୍କା ଜମା ମେସିନ ସାହାଯ୍ୟରେ10 ହଜାରରୁ ଅଧିକ ଟଙ୍କା ଜମା କଲେ ସେଥିରେ ମଧ୍ୟ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ କେତେକ ନିର୍ଦ୍ଦିଷ୍ଟ ଆକାଉଣ୍ଟଗୁଡ଼ିକ ଉପରେ ଏହି ଶୁଳ୍କ ଲାଗୁ ହେବାନାହିଁ। ବରିଷ୍ଠ ନାଗରିକ ବ୍ୟାଙ୍କ ଆକାଉଣ୍ଟ, ମୌଳିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ, ଜନ ଧନ ଆକାଉଣ୍ଟ, ଦିବ୍ୟାଙ୍ଗ ତଥା ଦୃଷ୍ଟିହୀନ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ ଏହି ଶୁଳ୍କ ଲାଗୁ ହେବ ନାହିଁ। ଆଇସିଆଇସିଆଇ ବ୍ୟାଙ୍କ ପୂର୍ବରୁ ଗତ ଅଗଷ୍ଟ ମାସରେ ଆକ୍ସିସ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ବାବଦକୁ ମଧ୍ୟ ଏଭଳି ନିୟମ ଆଣି ସାରିଛି।

ଏନେଇ ଆଇସିଆଇସିଆଇ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, " ବ୍ୟାଙ୍କ ଛୁଟିଦିନରେ ଟଙ୍କା ଜମା ମେସିନ୍ ବ୍ୟବହାର କରୁଥିବା ଗ୍ରାହକଙ୍କଠାରୁ ଟ୍ରାଞ୍ଜାକ୍ସନ ପିଛା 50 ଟଙ୍କା ଲେଖାଏଁ ଶୁଳ୍କ ନିଆଯିବ। ଏନେଇ ଆମେ ଆମର ଗ୍ରାହକଙ୍କୁ ଅକ୍ଟୋବର ମାସରୁ ହିଁ ସୂଚନା ଦେଇ ସାରିଥିଲୁ। ଏହାଛଡ଼ା ଏଭଳି ଶୁଳ୍କ ଆମେ ଏକା ନେଉନାହୁଁ। ଆମ ପୂର୍ବରୁ ବହୁ ଘରୋଇ ବ୍ୟାଙ୍କ ଏଭଳି ଶୁଳ୍କ ଆଦାୟ ଆରମ୍ଭ କରି ସାରିଲେଣି। ତେବେ ବ୍ୟାଙ୍କ ଖୋଲା ଥିବା ସମୟରେ ଏହି ଶୁଳ୍କ ଲାଗୁ କରାଯିବନାହିଁ। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details