ଓଡିଶା

odisha

ଆନ୍ଧ୍ରରେ ଲଜ୍ୟା, 2ଦିନରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

By

Published : Sep 20, 2022, 1:09 PM IST

tribal women raped and murdered in Andhra Pradesh
tribal women raped and murdered in Andhra Pradesh ()

ଆନ୍ଧ୍ରପ୍ରଦେଶରେ ଦୁଇ ଦିନରେ ଦୁଇଟି ଭିନ୍ନ ସ୍ଥାନରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

ଅମରାବତୀ:ଆନ୍ଧ୍ରପ୍ରଦେଶରେ ଲଜ୍ୟା । ରାଜ୍ୟରେ ଦୁଇ ଦିନରେ ଦୁଇଟି ଅଲଗା ସ୍ଥାନରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଅନାକାପଲ୍ଲୀ ଅଚ୍ୟୁତପୁରମରେ ଜଣେ ପ୍ରବାସୀ ମହିଳା କର୍ମଚାରୀଙ୍କୁ ଅନ୍ୟଜଣେ କର୍ମଚାରୀ ଦୁଷ୍କର୍ମ ପରେ ହତ୍ୟା କରିଥିବାବେଳେ ପାଲନାଡୁ ଜିଲ୍ଲାରେ ଅନ୍ୟ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ଅଚ୍ୟୁତପୁରମରେ ଘଟଣାରେ ଜଣେ 32 ବର୍ଷୀୟା ଆଦିବାସୀ ମହିଳା ତାଙ୍କ ପିଲାଙ୍କୁ ଘରେ ଛାଡି ଅଚ୍ୟୁତାପୁରମ ଏସଇଜେଡରେ କାମ କରୁଥିଲେ । ତାଙ୍କ ସ୍ବାମୀ ମଧ୍ୟ ଏସଇଜେଡ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ । ସେ ସେଠାରେ ପ୍ରବାସୀ ଶ୍ରମିକ ଭାବେ କରୁଥିଲେ । ଗତ ଶନିବାର କାମ ସାରି ମହିଳାଜଣଙ୍କ ଫେରୁଥିଲେ ।

ପଶ୍ଚିମବଙ୍ଗରୁ ଆସି ଆରସିଏଲରେ କାମ କରୁଥିବା ସୁଜାନ ସର୍ଦାର ନାମକ ଜଣେ ବ୍ୟକ୍ତି ଘରେ ମହିଳାଙ୍କୁ ଏକୁଟିଆ ଥିବା ଦେଖି ତାଙ୍କ ଉପରେ ଆକ୍ରମଣ କରିଥିଲା । ଦୁଷ୍କର୍ମ କରିବା ପରେ ତାଙ୍କୁ ଘଟଣା ନେଇ କାହାକୁ କହିଲେ ହତ୍ୟା କରିବାରୁ ଧମକ ଦେଇଥିଲେ । ମହିଳାଙ୍କ ମୁଣ୍ଡକୁ ଦୁର୍ବୃତ୍ତ ଜଣକ ଏକ ଲୁହା ରଡରେ ପିଟି ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅପରାଧ ଘଟାଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ।

ପାଲନାଡୁ ଜିଲ୍ଲା ମାଚେରଲା ଘଟଣାରେ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । 3ଜଣ ଦୁର୍ବୁତ୍ତ ଜଣେ 40 ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଅନେକ ବର୍ଷ ହେବ ସେହି ଅଞ୍ଚଳରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ତଳେ ତାଙ୍କ ଫୋନ ହଜି ଯାଇଥିଲା । ତାଙ୍କ ପଡୋଶୀ ଭେଙ୍କାନାନ ତାଙ୍କୁ ଫୋନ ଖୋଜିବା ନେଇ ସାହାଯ୍ୟ କରିବାକୁ କହିଥିଲେ । ଶୁକ୍ରବାର ସେ ତାଙ୍କୁ ଦେଖା କରିବାକୁ ଯାଇଥିଲେ । ସେଠାରେ ମହିଳା ଜଣକ ଫେରିବା ପରେ ସେହି କଲୋନୀର ଚିନା ଅଞ୍ଜି, ବାଇସ୍ବାମୀ ଏବଂ ଅଞ୍ଜିଙ୍କ ଶିକାର ହୋଇଥିଲେ ମହିଳା ଜଣଙ୍କ । ଦୁଷ୍କର୍ମ ପରେ ମହିଳାଙ୍କ ମୁଣ୍ଡକୁ ପଥର ମାଡ କରିଥିଲେ ଦୁର୍ବୃତ୍ତ ଏହାପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢନ୍ତୁ...ଶାଶୁ ଶ୍ବଶୁରଙ୍କୁ ବୋହୂର ବ୍ଲାକମେଲ୍‌, ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ ଧମକ

ମହିଳା ଘରକୁ ନ ଫେରିବାର ଏ ନେଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ଘର ଲୋକ ମହିଳାଙ୍କୁ ଖୋଜିବା ପରେ ତାଙ୍କ ପୋଷା କୁକୁରୁ ଘଟଣାସ୍ଥଳକୁ ଯାଇଥିଲା । ସେଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କ ବୟସ 20ରୁ 25 ବର୍ଷ ଭିତରେ ହେବ । ଘଟଣାରେ ସ୍ଥାନୀୟ ବିଧାୟକ ପୀଡିତାଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details