ଶାଶୁ ଶ୍ବଶୁରଙ୍କୁ ବୋହୂର ବ୍ଲାକମେଲ୍‌, ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ ଧମକ

author img

By

Published : Sep 20, 2022, 12:13 PM IST

Daughter in law blackmail her inlaws

ଶାଶୁ ଶ୍ବଶୁରଙ୍କ ରୁମରେ କ୍ୟାମେରା ଲଗାଇ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବୋହୂ ଧମକ ଦେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଜଣେ ବୋହୂ ନିଜ ଶାଶୁ ଶ୍ବଶୁରଙ୍କୁ ବ୍ଲାକମେଲ କରୁଥବା ଖବର ସାମ୍ନାକୁ ଆସିଛି (Daughter in law blackmail her inlaws)। ଶାଶୁ ଶ୍ବଶୁରଙ୍କ ରୁମରେ କ୍ୟାମେରା ଲଗାଇ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ମହିଳାଙ୍କ ଭାଇ ଓ ପ୍ରେମିକ ସାମିଲ ଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମହିଳା ଘରୁ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ନେଇ ଫେରାର ହୋଇଛି ।

ଘଟଣା ବାବଦରେ ମହିଳାଙ୍କ ସ୍ବାମୀ ଲକ୍ଷ୍ନୀନଗର ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମହିଳା ଓ ତାଙ୍କ ଭାଇକୁ ଖୋଜୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର କିଛି ସୁରାଗ ମିଳିନାହିଁ । ପୋଲିସ ଅଧିକାରୀ କହିଛନ୍ତି, ''ପୀଡିତ ପରିବାର ଲକ୍ଷ୍ମୀନଗର ଅଞ୍ଚଳରେ ରହୁଛନ୍ତି । ସେମାନଙ୍କର ଚାନ୍ଦିନୀ ଚୌକରେ ସୁନା ଏବଂ ହିରା ବ୍ୟବସାୟ ରହିଛି । ସେମାନଙ୍କ ପରିବାରରେ ମୋଟ 5 ଜଣ ଲୋକ ରହିଛନ୍ତି । ବାହାଘରର କିଛି ଦିନ ଯାଏ ସବୁ ଠିକ ଠାକ ଥିଲା । ସେ ତାଙ୍କ ବାପା ମାଆ ଓ ସାନ ଭାଇଙ୍କ ସହିତ ରହୁଥିଲେ ।''

ସମୟ ଗଡିବା ସହିତ ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ଗତ 4 ବର୍ଷ ହେବ ଝଗଡ ଏତେ ବଢିଥିଲା ଯେ ସମ୍ପର୍କ ଖରାପ ହେବାକୁ ଲାଗିଲା । ଦୁଇ ଦଳ ଗୋଟିଏ ବିଲ୍ଡିଂରେ ରହୁଥିଲେ ମଧ୍ୟ ଅଲଗା ଅଲଗା ରୁମରେ ରହୁଥିଲେ । ସେପ୍ଚେମ୍ବର 5 ତାରିଖରେ ପୀଡିତ ଜଣଙ୍କ ତାଙ୍କ ପତ୍ନୀଙ୍କ ଫୋନରେ ତାଙ୍କ ବନ୍ଧୁଙ୍କ ଏକ ମେସେଜ ଦେଖିଲେ ଓ ସେମାନଙ୍କ ମଧ୍ୟରେ ହୋଇଥିବା ପୂର୍ବ କଥାବାର୍ତ୍ତା ବିଷୟରେ ପଢିଥିଲେ ।

ଜାଣିବାକୁ ପାଇଥିଲେ ଯେ ତାଙ୍କ ବନ୍ଧୁଙ୍କ ସହ ତାଙ୍କ ପତ୍ନୀର ପ୍ରେମ ସମ୍ପର୍କ ରହିଛି । ପୀଡିତ ତାଙ୍କ ବନ୍ଧୁଙ୍କ ସହ ଏ ବାବଦରେ କଥା ହେବାକୁ ଡାକିଥିଲେ ମାତ୍ର ସେ ତାଙ୍କ ପତ୍ନୀଙ୍କୁ ସବୁ କଥା କହି ଦେଇଥିଲେ । ଏହାପରେ ପ୍ରେମିକ ସହ ମିଶି ଘରୁ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ ପୀଡିତଙ୍କ ପତ୍ନୀ ।

ଏହା ବି ପଢନ୍ତୁ...KBC season 14: ପ୍ରଥମ କୋଟିପତି ହେଲେ କବିତା ଚାଓ୍ବାଲା

ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଛି ପୀଡିତଙ୍କ ପତ୍ନୀଙ୍କ ପାଖକୁ ତାଙ୍କ ଭାଇଙ୍କ ଫୋନ ଆସିଛି । ମାମଲାକୁ ରଫା ଦଫା ନକଲେ ଶାଶୁ ଶ୍ବଶୁରଙ୍କ ଏକ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ପୀଡିତ ଓ ତାଙ୍କ ବାପାମାଆଙ୍କ ରୁମରେ କ୍ୟାମେରା ଲଗାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିବା କହିଛି ପୋଲିସ । ଅଭିଯୁକ୍ତ ମହିଳା ଓ ପ୍ରେମିକଙ୍କ ଫୋନ ଟ୍ରେସ କରି ତଦନ୍ତ ଚଳାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.