ଓଡିଶା

odisha

ମୁଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅର୍ଗାନିକ ପ୍ରଡକ୍ଟ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

By ETV Bharat Odisha Team

Published : Dec 8, 2023, 6:12 PM IST

69th National Convention of AVBP: ମୁଁ ଗର୍ବର ସହ କହିବି ନିର୍ଦ୍ବନ୍ଦରେ କହିବି । କହିବାକୁ ଟିକେ ବି କୁଣ୍ଠାବୋଧ କରିବି ନାହିଁ । ରାଷ୍ଟ୍ରୀୟ ଅଧିବେଶନର ଖୋଲାମଞ୍ଚରେ ସର୍ବ ସାଧାରଣଙ୍କ ଆଗରେ କହୁଛି ମୁଁ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଅର୍ଗାନିକ ପ୍ରଡକ୍ଟ । ଏହି ସଂଗଠନ ମୋତେ ଦେଇଥିବା ଶକ୍ତି ଆଜି ମୁଁ ଉପଯୋଗ କରୁଛି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ମୁଁ ଗର୍ବର ସହ କହିବି ନିର୍ଦ୍ବନ୍ଦରେ କହିବି । କହିବାକୁ ଟିକେ ବି କୁଣ୍ଠାବୋଧ କରିବି ନାହିଁ । ରାଷ୍ଟ୍ରୀୟ ଅଧିବେଶନର ଖୋଲାମଞ୍ଚରେ ସର୍ବ ସାଧାରଣଙ୍କ ଆଗରେ କହୁଛି ମୁଁ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଅର୍ଗାନିକ ପ୍ରଡକ୍ଟ । ଆଜି ଏବିଭିପିର 69ତମ ଜାତୀୟ ଅଧିବେଶନକୁ ସମ୍ବୋଧନ କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ।

ଏଭିବିପିର 69ତମ ଜାତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘‘ଅନୁଭବ ସେହି ବ୍ୟକ୍ତି କରିପାରିବ ଯାହାର ଆରମ୍ଭ ସଂଗଠନର ରାଜକୋଟ ଅଧିବେଶନ ପେଣ୍ଡାଲର ଶେଷରେ ବସି ହୋଇଥିଲା । ସେ ଆଜି ମୁଖ୍ୟ ଅତିଥି ଭାବେ ଏଠାରେ ଛିଡା ହୋଇଛି । ଏବେ ଭାରତର ସମୟ ଆସି ଯାଇଛି । ଦୁନିଆ ଆମକୁ ନେଇ ଅନେକ ଆଶା କରିଛି । ଏଭିବିପି କାର୍ଯ୍ୟକର୍ତ୍ତା ଏହି ସଂକଳ୍ପ ନିଅନ୍ତୁ କି 2047ରେ ଭାରତ ସର୍ବପ୍ରଥମ ହେବ । ଭାରତ ବିଶ୍ବ ଗୁରୁ ହେବ । ଦେଶ ସେବା ପାଇଁ ରାଷ୍ଟ୍ରର ନିର୍ମାଣ ପାଇଁ ଏବିଭିପି ଯେଉଁ ବଳିଦାନ ଦେଇଛି, ଯେଉଁ ପରିଶ୍ରମ କରିଛି ତାହା ଅକଳ୍ପନୀୟ । ବିଶ୍ବର ସର୍ବବୃହତ ଛାତ୍ର ସଂଗଠନର ଜଣେ କର୍ମୀ ଭାବେ କାମ କରିଥିବାରୁ ମଁ ଗର୍ବିତ। ଆଜି ମୁଁ ବିଶ୍ବାସର ସହ ଦୃଢତାର ସହ ଗର୍ବ କରି କହିବି ମୁଁ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଅର୍ଗାନିକ ପ୍ରଡକ୍ଟ। ’’

ଅଧିକ ପଢନ୍ତୁ- ଜେଏନୟୁରେ ଏଭିବିପି ପାଳିବ 40 ଦିନର ସ୍ବାଧିନତା ଦିବସ

ସମ୍ବୋଧନ କରି ଶାହ ଆହୁରି କହିଛନ୍ତି ଏବିଭିପି ଭଳି ସଂଗଠନରୁ ମିଳିଥିବା ଶିକ୍ଷା, ସେବା, ସମର୍ପଣର ଭାବ ଆଜି ଆମକୁ ଶକ୍ତି ଦେଇଛି ରାଷ୍ଟ୍ର ନିର୍ମାଣର ନିଜର ଅବଦାନ ଦେବା ପାଇଁ । ସଂଗଠନରୁ ମିଳିଥିବା ଶିକ୍ଷା ଆଜି ଆମକୁ ଦାୟିତ୍ବ ସମ୍ପନ୍ନରେ ସହାୟତା କରୁଛି । ଆମର ଗୌରବମୟ ସ୍ବର୍ଣ୍ଣିମ ସମୟ ଆସିଛି । ଆମର ପୁରାଣ, ଶାସ୍ତ୍ର, ବେଦ, ଋକବେଦରେ ସବୁ କିଛି ଅଛି । ଆମର ପୂର୍ବ ପୁରୁଷ ଅନେକ ଶକ୍ତିର ଅଧିକାରୀ ଥିଲେ । ଦିନେ ଭାରତ ସାରା ବିଶ୍ବକୁ ମାର୍ଗ ଦେଖାଉଥିଲା । ଆମର ପୂଜ୍ୟ ସାଧୁ ସନ୍ଥ ମହାନ ବିଦ୍ବାନ, ଏହି ପୂଣ୍ୟ ଭୂମିରେ ଜନ୍ମ ନେଇଥିଲେ । ଆମ ପାଖେ ସବୁ ଅଛି । ଖାଲି ଆମକୁ ସଠିକ ମାର୍ଗରେ ଯିବାର ଅଛି । ଏବିଭିପି ସଦସ୍ୟଙ୍କୁ ଆହ୍ବାନ ଦେଇ ଶାହ କହିଛନ୍ତି ଆପଣଙ୍କୁ କୌଣସି ରାସ୍ତା ଖୋଜିବା ଆବଶ୍ୟକ ନାହିଁ । କେବଳ ବିଗତ 75 ବର୍ଷରେ ସଂଗଠନ ଯେଉଁ ସବୁ ଜ୍ଞାନ, ସେବା, ଏକତାର ମୂଳଦୁଆ ପକାଇଛି ତାହାକୁ ଆଗେଇ ନେବାକୁ ପଡିବ । କେବଳ ସେବା ସମର୍ପଣ ଓ ସୁଶାସନର ସଂକଳ୍ପ ନେବାକୁ ପଡିବ ।

ଅଧିକ ପଢନ୍ତୁ- ବ୍ରହ୍ମପୁରରେ ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ

ସେହିପରି ଶାହ କହିଛନ୍ତି ଏହା ତୁମର ଦାୟିତ୍ବ । ଆମର ଅନେକ ପିଢି ସ୍ବାଧୀନତା ସଂଗ୍ରାମରେ ଜୀବନ ଦେଇଛନ୍ତି । ତାଙ୍କ ସ୍ବପ୍ନର ଭାରତ ତିଆରି କରିବା ଯୁବକ ଗୋଷ୍ଠୀଙ୍କ ହାତରେ ରହିଛି । ଯୁବଗୋଷ୍ଠୀ ଦେଶର ମେରୁଦଣ୍ଡ । ଆଜି ସ୍ବର୍ଣ୍ଣିମ ଭବିଷ୍ୟ ଯୁବଗୋଷ୍ଠୀଙ୍କ ଅପେକ୍ଷାରେ ରହିଛି । ଘୋଟାଲା ସ୍ଥାନରେ ନୂଆ ନୀତି ଆସିଛି । ଦେଶର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବଢୁଛି । ଲୋକଙ୍କୁ ମୌଳିକ ସୁବିଧା ମିଳୁଛି । ଧାରା 370 ରଦ୍ଦ ହୋଇଛି । ଏବେ ଲାଲ କିଲ୍ଲାରେ ତ୍ରିରଙ୍ଗା ଉଡୁଛି । ଏଭିବିପିର ରାସ୍ତା ଜ୍ଞାନ ଓ ସଂକଳ୍ପର ଏବଂ ଏହି ରାସ୍ତାରେ ଚାଲିବାର ଅଛି ।

ଅଧିକ ପଢନ୍ତୁ- ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଶାହ

କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆହୁରି କହିଛନ୍ତି, ସେବେ ଏଭିବିପି ଦେଇଥିବା ଶକ୍ତି ଏବେ ଉପଯୋଗ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ପ୍ରଣାଳୀ ଲଗାତାର ଦେଶର ବିକାଶକୁ ଗତି ଦେଉଛି । ଏଥିରେ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଜଡିତ ରହିଛି । ଡିଜିଟାଲ ଓ ଟେକ୍ନୋଲୋଜିରେ ଭାରତ ଏକ ନମ୍ବରରେ ରହିଛି। ଶିକ୍ଷା କ୍ଷେତ୍ରରେ ସରକାର ଅନେକ କାମ କରିଛନ୍ତି । ଶିକ୍ଷା କେବଳ କ୍ୟାରିୟର ତିଆରି କରିବା ନ ହେଉ ବରଂ ଦେଶର ବିକାଶ ପାଇଁ ହେଉ । ସମୟ ବଦଳିଛି । ଆମର କାମ ସରିନାହିଁ । ଏବେ ଦେଶ ପାଇଁ ଜୀବନ ଦେବାର ଆବଶ୍ୟକ ନାହିଁ କାରଣ ସ୍ବାଧୀନତା ଆନ୍ଦୋଳନ ଶେଷ ହୋଇଛି । ସଂଘର୍ଷ ନ କରିବାକୁ ପଡୁ ମାତ୍ର କାମ କେବେ ଶେଷ ହେବ ନାହିଁ । ଦେଶ ପାଇଁ ଜୀବନ ନୁହେଁ ଦେଶ ପାଇଁ ବଞ୍ଚିବା ଜରୁରୀ ହୋଇଛି । ଦେଶ ପାଇଁ ବଞ୍ଚିବାରୁ ଆମକୁ କେହି ବି ଅଟକାଇ ପାରିବେ ନାହିଁ । 2047ରେ ଭାରତ ସର୍ବପ୍ରଥମ ହେବ । ସବୁଥିରେ ଆଗରେ ରହିବ ।

ABOUT THE AUTHOR

...view details