ETV Bharat / city

ବ୍ରହ୍ମପୁରରେ ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ

author img

By

Published : Mar 7, 2021, 10:09 AM IST

ବ୍ରହ୍ମପୁର ସହରରେ ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ
ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ

ବ୍ରହ୍ମପୁର: ସହରର ଟାଉନ୍ ହଲ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଓଡିଶା ପ୍ରାନ୍ତର ୪୫ ତମ ରାଜ୍ୟ ଅଧିବେଶନ ବ୍ରହ୍ମପୁର ଠାରେ ଉଦଘାଟିତ ହୋଇଯାଇଛି । ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରିବା ଏହି ପରିଷଦରୁ ମୁଖ୍ୟ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ କୁହାଯାଇଛି ।

ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ

ସମ୍ମାନୀତ ଅତିଥି ରୂପେ ରାଷ୍ଟ୍ରୀୟ ସମ୍ପାଦିକା ବିନିତା ଇନ୍ଦ୍ବର ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପସ୍ ସଦାସର୍ବଦା ରାଷ୍ଟ୍ର ବିରୋଧ ଚିନ୍ତାଧାରା ରଖୁଥିବା ଶକ୍ତିରୁ ମୁକ୍ତ ହେବା ଆବଶ୍ୟକ ଏବଂ ଦେଶର ପ୍ରତେକ ସ୍ଥାନରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକୁ ନେଇ ମତବ୍ୟକ୍ତ କରିଛନ୍ତି । ଏହି ଅଧିବେସନରେ ରାଜ୍ୟର ସମସ୍ତ ଜିଲ୍ଲାର ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ବହୁ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଓଡିଶାରେ ସାମାଜିକ ସ୍ଥିତି ଓ ଶିକ୍ଷାନୀତି ଉପରେ ଆଲୋଚନା ହୋଇଛି ।

ଆୟୋଜିତ ଏହି ଅଧିବେଶନକୁ ମୁଖ୍ୟ ଅତିଥି ରୂପେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ହରିହର ହୋତା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଶ୍ରୀନିବାସ ସମ୍ମାନୀତ ଅତିଥି ରୂପେ ରାଷ୍ଟ୍ରୀୟ ସମ୍ପାଦିକା ବିନିତା ଇନ୍ଦ୍ବାର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.