ETV Bharat / bharat

ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଶାହ

author img

By

Published : Jul 9, 2020, 11:54 AM IST

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବିଭିପି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟା ପରିଷଦର ସଦସ୍ୟମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...

ଏବିଭିପି ପ୍ରତିଷ୍ଠା ଦିବସର ଶାହଙ୍କ ଶୁଭେଚ୍ଛା
ଏବିଭିପି ପ୍ରତିଷ୍ଠା ଦିବସର ଶାହଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବିଭିପି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏବସରରେ ଅଖିଳ ଭାରତୀୟ ବିଦ୍ୟା ପରିଷଦର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସର୍ବବୃହତ ଛାତ୍ର ସଂଗଠନ ଏବିଭିପି ଆଜି ଏହାର 72 ତମ ଫାଉଣ୍ଡେସନ ଦିବସ ପାଳନ କରୁଛି।

ଶାହା ଟ୍ବିଟ୍‌ କରି କହିଛନ୍ତି ଯେ, ଏବିଭିପି ଏହାର ଜାତୀୟତାବାଦୀ ଚିନ୍ତାଧାରା ସହିତ ଗତ ସାତ ଦଶନ୍ଧିରୁ ଯୁବକମାନଙ୍କୁ ଜାତୀୟ ସେବା ପ୍ରତି ଉତ୍ସାହିତ କରି ଆସୁଛି । ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଅନୁସରଣ କରି ଯୁବ ସଂଗଠନ ସଦସ୍ୟମାନେ ରାଷ୍ଟ୍ର ନିର୍ମାଣ ପଥରେ କାର୍ଯ୍ୟ କରୁଛନ୍ତି । ଏବିଭିପି ଦିବସର ଢେରା ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.