ETV Bharat / bharat

ଜେଏନୟୁରେ ଏଭିବିପି ପାଳିବ 40 ଦିନର ସ୍ବାଧିନତା ଦିବସ

author img

By

Published : Aug 2, 2020, 12:38 PM IST

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଅଖିଳ ଭାରତ ବିଦ୍ୟା ପରିଷଦ (AVBP) ୟୁନିଟ୍ ଏହି ସମସ୍ତ କର୍ତ୍ତବ୍ୟବାନ ବେନାମୀ ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ ଶୁଣାଇବାକୁ ପ୍ରତିଶୃତି ଦେଇଛି।

 ଏବିଭିପି ପାଳିବ ସ୍ବତନ୍ତ୍ରତା ପଖୱାଡା
ଏବିଭିପି ପାଳିବ ସ୍ବତନ୍ତ୍ରତା ପଖୱାଡା

ନୂଆଦିଲ୍ଲୀ: ଭାରତକୁ ସ୍ବାଧୀନ କରିବା ପାଇଁ ଅନେକ ଲୋକ ନିଜ ଜୀବନକୁ ବଳିଦାନ ଦେଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ବହିରେ ପ୍ରସିଦ୍ଧ ହେଲେ ଓ କେତେକ ବିଶେଷ ଦିନ ପାଇଁ ସ୍ବତନ୍ତ୍ର ଭାବେ ଉତ୍ସର୍ଗୀକୃତ ହୋଇଗଲେ । କିନ୍ତୁ ସେଠାରେ ଅନେକ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ଥିଲେ ଯେଉଁମାନେ ଇତିହାସର କୌଣସି ସ୍ଥାନରେ ହଜି ଯାଇଛନ୍ତି ।

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଅଖିଳ ଭାରତ ବିଦ୍ୟା ପରିଷଦ (AVBP) ୟୁନିଟ୍ ଏହି ସମସ୍ତ କର୍ତ୍ତବ୍ୟବାନ ବେନାମୀ ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ ଶୁଣାଇବାକୁ ପ୍ରତିଶୃତି ଦେଇଛି। ପ୍ରକାଶଥାଉକି, ଆଗାମୀ ସ୍ବାଧୀନତା ଦିବସ ଅବସରରେ ଏବିଭିପି କେବଳ ଗୋଟିଏ ଦିନ ସ୍ବାଧୀନତା ଦିବସ ପାଳନ କରିବ ନାହିଁ ବରଂ ସ୍ବାଧିନତା ପଖୱାଡା ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

ଏଥିସହିତ, ଏବିଭିପିର ସଭାପତି ଶିବମ୍ ଚୌରେସିଆ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ 15 ରେ ସ୍ବାଧୀନତା ଦିବସ ପାଳନ କରିବା ପରିବର୍ତ୍ତେ ଆମେ ଅଗଷ୍ଟ ମାସର ପ୍ରଥମ 40 ଦିନକୁ ସ୍ବାଧୀନତା ପଖୱାଡା ଦିନ ଭାବରେ ପାଳନ କରିବୁ।

ଏଥି ସହିତ ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆଲୋଚନା କରିବା ତାଙ୍କର ପ୍ରୟାସ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.