ଓଡିଶା

odisha

ରାହୁଲଙ୍କୁ ଦିଲ୍ଲୀ ପୋଲିସର ନୋଟିସ, କେଉଁଠି ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି ସୂଚନା ଦେବାକୁ ଉଲ୍ଲେଖ

By

Published : Mar 16, 2023, 9:20 PM IST

ରାହୁଲଙ୍କୁ ଦିଲ୍ଲୀ ପୋଲିସର ନୋଟିସ, କେଉଁଠି ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି ସୂଚନା ଦେବାକୁ ଉଲ୍ଲେଖ
ରାହୁଲଙ୍କୁ ଦିଲ୍ଲୀ ପୋଲିସର ନୋଟିସ, କେଉଁଠି ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି ସୂଚନା ଦେବାକୁ ଉଲ୍ଲେଖ ()

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ଜାରି କଲା ନୋଟିସ । ଭାରତ ଯୋଡୋ ଯାତ୍ରାରେ ରାହୁଲ କହିଥିଲେ ଏବେ ମଧ୍ୟ ଯୌନ ଶୋଷଣର ଶିକାର ହେଉଛନ୍ତି ମହିଳା । ତଥ୍ୟ ମାଗିଲା ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଦେଇଥିବା ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ସମ୍ପର୍କିତ ବୟାନକୁ ନେଇ ପୋଲିସ ଏହି ନୋଟିସ ଜାରି କରିଛି । ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଦେଶରେ ନାରୀମାନେ ଏବେ ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ବୋଲି କହିଥିଲେ ।

ତେବେ ଏହାକୁ ନେଇ ଦିଲ୍ଲୀ ପୋଲିସ ରାହୁଲଙ୍କୁ ଜାରି କରିଥିବା ନୋଟିସରେ କହିଛି, ମହିଳାମାନେ କେଉଁଠି ଏପରି ଯୌନ ନିର୍ଯାତନାର ଶିକାର ହେଉଛନ୍ତି ରାହୁଲ ସେ ସମ୍ପର୍କରେ ପୋଲିସ ନିକଟରେ ତଥ୍ୟ ରଖନ୍ତୁ । ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କେହି ମହିଳା ରାହୁଲଙ୍କ ନିକଟରେ ଏନେଇ ଅଭିଯୋଗ କରିଥାନ୍ତି, ସେ ଏ ସମ୍ପର୍କରେ ପୋଲିସକୁ ଜଣାଇଲେ କାର୍ଯ୍ୟାନୁଷ୍ଠାନ ସଫଳ ହୋଇପାରନ୍ତା ବୋଲି ଦିଲ୍ଲୀ ପୋଲିସ ନୋଟିସରେ କହିଛି । ଭାରତ ଯୋଡୋ ଯାତ୍ରା ସମୟର ଏକାଧିକ ପ୍ରସଙ୍ଗରେ ରାହୁଲ ବିଜେପି ସରକାରକୁ ସମାଲୋଚନା କରିଥିଲେ । ଯାତ୍ରାର ଶେଷ ଭାଗରେ ଶ୍ରୀନଗରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ କହିଥିଲେ, ଏବେ ମଧ୍ୟ ଦେଶରେ ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ।


ଏହା ମଧ୍ୟ ପଢନ୍ତୁ:-Rahul on London remark: ‘ସରକାର ତମାସା କରୁଛନ୍ତି, ମୁଁ ସଂସଦରେ କହିବି’


ନିକଟରେ ରାହୁଲ ଲଣ୍ଡନର ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ବଦେଶ ଫେରିଛନ୍ତି । ତାଙ୍କ ଲଣ୍ଡନ ବୟାନକୁ ନେଇ ମଧ୍ୟ ବିବାଦ ଲାଗି ରହିଛି । ସେ ଦେଇଥିବା ମନ୍ତବ୍ୟକୁ ସିଧା ଦେଶ ବିରୋଧୀ ମନ୍ତବ୍ୟ ବୋଲି କହିଥିଲା ଶାସକ ଭାରତୀୟ ଜନତା ପାର୍ଟି । ମୋଦି ସରକାରର ଏକାଧିକ ମନ୍ତ୍ରୀ ରାହୁଲ ଓ କଂଗ୍ରେସକୁ ଟାର୍ଗେଟ କରିବା ଏପରି ଦେଶ ବିରୋଧୀ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲଙ୍କୁ ଗୃହରେ କ୍ଷମା ମାଗିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କଂଗ୍ରେସ ରାହୁଲଙ୍କ ସମର୍ଥନରେ ବାହାରିଥିଲା । ଏହା କୌଣସି ଦେଶ ବିରୋଧୀ ମନ୍ତବ୍ୟ ନୁହେଁ କିମ୍ବା କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲା ।

ଏହି ବିବାଦ ମଧ୍ୟରେ ଆଜି ରାହୁଲ ସଂସଦରେ ପହଞ୍ଚିଥିଲେ । ପରେ ସେ ପ୍ରେସମିଟ୍‌ କରି ଏହି ଅଭିଯୋଗରେ ଗୃହରେ ଉତ୍ତର ରଖିବା ପାଇଁ ବାଚସ୍ପତି ବିର୍ଲାଙ୍କୁ ଅବଗତ ମଧ୍ୟ କରିଛନ୍ତି । ହେଲେ ତାଙ୍କୁ ଗୃହରେ କହିବାକୁ ଦିଆଯିବନି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ସେ ଗୃହରେ ସେ ଲଣ୍ଡନରେ ଦେଇଥିବା ମନ୍ତବ୍ୟ ନେଇ ଉତ୍ତର ରଖିପାରନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସର ନୋଟିସରେ ରାହୁଲ ଗାନ୍ଧୀ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାର କଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details