ଓଡିଶା

odisha

Misson Uttarakhand: ଆଜି ଦେବଭୂମି ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

By

Published : Jan 3, 2022, 9:23 AM IST

ଉତ୍ତରାଖଣ୍ଡରେ ନିର୍ବାଚନ ଲଢିବା ପାଇଁ ବିଭିନ୍ନ ଦଳ କସରତ ଆରମ୍ଭ କରିଥିବା ବେଳେ ଆଜି (ସୋମବାର) ଉତ୍ତରାଖଣ୍ଡ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal to visit Uttarakhand today) । ଅଧିକ ପଢନ୍ତୁ

ଆଜି ଦେବଭୂମି ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ଆଜି ଦେବଭୂମି ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: କିଛି ଦିନ ପରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସିଟ୍ ହାତେଇବା ପାଇଁ ଦଳଗୁଡିକ ଆରମ୍ଭ କରି ଦେଲେଣି କସରତ । କିପରି ଲୋକଙ୍କ ମନ ଜିଣିବେ ସେ ନେଇ ପ୍ରସ୍ତୁତ କଲେଣି ରଣନୀତି । ଏଥିରୁ ବାଦ ପଡିନି ଆପ୍ । ଉତ୍ତରାଖଣ୍ଡରେ ନିର୍ବାଚନ ଲଢିବା ପାଇଁ ଦଳ କସରତ ଆରମ୍ଭ କରିଥିବା ବେଳେ ଆଜି (ସୋମବାର) ଉତ୍ତରାଖଣ୍ଡ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal to visit Uttarakhand today) ।

ଦେବଭୂମିକୁ କେଜ୍ରିୱାଲଙ୍କ ଏହା ଷଷ୍ଠ ଗସ୍ତ । ପୂର୍ବାହ୍ନ ୧୧ଟା ୩୦ରେ କେଜ୍ରିୱାଲ ଜୋଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ସେ ବିଜାପୁର ଗେଷ୍ଟ ହାଉସକୁ ଯିବେ । ସେଠାରେ ହିଁ ସେ ଏକ ବୈଠକ କରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାପରେ ଅପରାହ୍ନ ୨ଟାରେ ଏକ ଜନସଭା କରିବେ କେଜ୍ରିୱାଲ ।

ପ୍ରକାଶ ଥାଉ କି ଗତକାଲି (ରବିବାର) ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ କେଜ୍ରିୱାଲ । ସେଠାରେ ଲକ୍ଷ୍ନୌରେ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ରାଲିକୁ ସମ୍ବୋଧନ କରିଥିଲେ । ଆଶିୟାନାର ସ୍ମୃତି ଉପବନ ପରିସରରେ ଏହି ରାଲିରେ ଯୋଗ ଦେଇଥିଲେ । ଜନସଭାକୁ ସମ୍ବୋଧନ କରି ରାଜ୍ୟର ଯୋଗୀ ସରକାରଙ୍କ ସହିତ ପୂର୍ବ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ୨୦୧୭ ସମୟରେ ବିଜେପିର ସବୁଠୁ ବଡ଼ ନେତା କହିଥିଲେ କବରସ୍ଥାନ ହେବ ମାନେ ଶ୍ମଶାନ ମଧ୍ୟ ହେବ। ପୁରୁଣା ସରକାର ଉତ୍ତର ପ୍ରଦେଶରେ କବରସ୍ଥାନ ଓ ଶ୍ମଶାନ ତିଆରି କଲେ। ଆମକୁ ଉତ୍ତରପ୍ରଦେଶରେ ଥରୁଟିଏ ସୁଯୋଗ ଦିଅନ୍ତୁ ଆମେ ବିଦ୍ୟାଳୟ ଓ ଚିକିତ୍ସାଳୟ ତିଆରି କରିବୁ ବୋଲି କହିଥିଲେ କେଜ୍ରିୱାଲ ।

ସେ ଆହୁରି କହିଥିଲେ ଯୋଗୀ ସରକାର କୋରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟ କରିନାହାନ୍ତି। ଅମ୍ଳଜାନ ଅଭାବରୁ ରାସ୍ତାରେ ଲୋକଙ୍କ ଜୀବନ ଯାଇଛି । ଯୋଗୀ ସରକାର ନା ତାଙ୍କୁ ଔଷଧ ଦେଇପାରିଲେ ନା ଅମ୍ଳଜାନ। ଉତ୍ତରପ୍ରଦେଶରେ ଦୁନିଆର ସବୁଠାରୁ ଖରାପ କୋରୋନା ପରିଚାଳନା ହୋଇଛି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

@ANI

ABOUT THE AUTHOR

...view details