ଓଡିଶା

odisha

ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ: ଖୋର୍ଦ୍ଧା ଜିଲ୍ଲାପାଳ

By ETV Bharat Odisha Team

Published : Jan 31, 2024, 10:24 PM IST

New Collector Khordha District: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଚଞ୍ଚଳ ରାଣା । ସେ ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଥିଲେ । ଅଧିକ ପଢନ୍ତୁ

ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ: ଖୋର୍ଦ୍ଧା ଜିଲ୍ଲାପାଳ
ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ: ଖୋର୍ଦ୍ଧା ଜିଲ୍ଲାପାଳ

ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ: ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଆଇଏଏସ୍‌ ଅଧିକାରୀ ଚଞ୍ଚଳ ରାଣା । ଆଜି (ବୁଧବାର) ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଏହା ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାକୁ ପ୍ରାଧାନ୍ୟ ଦିଆଯିବ ଏବଂ ଚଳିତ ବର୍ଷ ନିର୍ବାଚନର ବର୍ଷ ହୋଇଥିବାରୁ କିପରି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରାଯିବ । ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ।

୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଙ୍ଗ ଭାବେ ବଲାଙ୍ଗୀରରେ ଯୋଗଦେଥିଲେ । ସେଠାରେ ଏକାଧିକ ସଫଳତା ହାସିଲ କରିପାରିଛନ୍ତି ସେ । ଏପରିକି ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଚଞ୍ଚଳ ରାଣା ଅନ୍ୟତମ । ତାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପୁରସ୍କୃତ କରିଥିଲେ । ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେହିପରି ଖୋର୍ଦ୍ଧାରେ ମଧ୍ୟ ସମସ୍ତଙ୍କ ସହଯୋଗରେ କିପରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ......କେନ୍ଦୁଝର ଦାୟିତ୍ବଭାର ସମ୍ଭାଳିଲେ ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ

ଏହା ମଧ୍ୟ ପଢନ୍ତୁ ....କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ ନେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ

ତେବେ ଖୋର୍ଦ୍ଧା ରାଜ୍ୟର ଏକ ଗୁରୁତ୍ୱପୂର୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଗୋ ଚାଲାଣ ରୋକିବା, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।

ସୂଚନା ଥାଉକି, ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱର ମାଇନର ମିନେରାଲ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।



ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details