ନାମାଙ୍କନ ଭରିଲେ ବିଜେଡି ଉପସଭାପତି ଦେବୀ ମିଶ୍ର, ବିକାଶକୁ କରିବେ ମୁଦ୍ଦା - Debiprasad Files Nomination

By ETV Bharat Odisha Team

Published : Apr 30, 2024, 8:20 PM IST

thumbnail

Baramba Assembly Constituency: କଟକ: ନାମାଙ୍କନ ଭରିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଆଜି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କଟକ ସଂସଦୀୟ କ୍ଷେତ୍ର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ଦେବୀଙ୍କ ସହ ସାମିଲ ହୋଇଥିଲେ । ତେବେ ଦେବୀ ମିଶ୍ରଙ୍କ କହିବାନୁଯାୟୀ ଅନଗ୍ରସରତାରୁ ବିକଶିତ ଆଡ଼କୁ ମୁହାଁଇଛି ବଡ଼ମ୍ବା ନରସିଂହପୁର ।  

ଏହା ମଧ୍ୟ ପଢ଼ନ୍ତୁ.. ସୁବର୍ଣ୍ଣପୁରରେ ଜମୁଛି ବିଜେଡିର ପ୍ରଚାର, ସହର ପରିକ୍ରମା କଲେ ନିରଞ୍ଜନ - Odisha Assembly Election 2024

ଏହି ଧାରାକୁ ପୂର୍ଣ୍ଣ ବିକଶିତ କରିବା ପାଇଁ ସମୟ ଆସିଛି । ଯାହାକୁ ଆଗାମୀ ଦିନର ନିଶ୍ଚୟ ପୂର୍ଣ୍ଣ କରାଯିବ । ଆଗମୀ 50 ବର୍ଷର ବିକାଶ ଧାରାକୁ ଲକ୍ଷ୍ୟ ରଖି ଅନେକ ଯୋଜନାର ସଫଳ ରୂପାୟନ ଦିଆଯାଇଛି । ଯେପରି ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ, ଏହା ବ୍ୟତୀତ ପର୍ଯ୍ୟଟନ ଦିଗ ମଧ୍ୟ ବେଶ ଲୋକାଭିମୁଖୀ ହୋଇ ପାରିଛି । କେଉଁ ବିରୋଧୀ ଦଳର ଅନ୍ତକନ୍ଦଳକୁ ଆଧାର କରି ନିର୍ବାଚନ ଲଢ଼ିବା ମୋର ଲକ୍ଷ ନୁହଁ। ବରଂ ସାଧାରଣ ଜନତା ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଓ ନିଜ ଅଞ୍ଚଳର ବିକାଶର ମୁଦ୍ଦା ନେଇ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଦେବୀ। ତେବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଟକ ଜିଲ୍ଲାରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଆଠଗଡ଼ ବିଧାନସଭା ଆସନ ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନାମାଙ୍କନ ଭରିଥିବା ବେଳେ ଆଜି ଦ୍ଵିତୀୟ ଦିନରେ ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ତାଙ୍କର ନାମାଙ୍କନ ଭରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.