ବ୍ୟାସନଗର ପୋୖରାଞ୍ଚଳକୁ ଜିଲ୍ଲାପାଳଙ୍କ ଗସ୍ତ, ବିଭିନ୍ନ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା - Nikhil Pavan Kalyan

By ETV Bharat Odisha Team

Published : Apr 30, 2024, 4:40 PM IST

thumbnail

Nikhil Pavan Kalyan Visits Vyasanagar Municipality Area: ଯାଜପୁର: ଜିଲ୍ଲାର ବ୍ୟାସନଗର ପୋୖରାଞ୍ଚଳକୁ ଗସ୍ତ କରି ବିଭିନ୍ନ ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ । ତେବେ ବ୍ୟାସନଗର ଅଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଦେଇଥିବା ବେଳେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ଶ୍ରମିକମାନେ ଦିନ ୧୧ଟା ପରେ କାର୍ଯ୍ୟ ନ କରିବାକୁ ସରକାର ନିୟମ କରିଛି । କିନ୍ତୁ ବିଭିନ୍ନ ସ୍ଥାନରେ ଠିକାଦାରମାନେ ଏହାକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ଏହାସହ ଜିଲ୍ଲା ପ୍ରଶାସନ ନିୟମ ଅନୁଯାୟୀ, ବ୍ୟାସନଗର ଓ କଳିଙ୍ଗନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ।  ଏହାକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ ଯାଜପୁର ରୋଡ ଗସ୍ତ କରି ବ୍ୟାସନଗର ପୌରପରିଷଦ, କେଏନଡିଏ କାର୍ଯ୍ୟାଳୟ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କ ସମେତ ଜିଲ୍ଲା ପ୍ରଦ୍ୟୁଷଣ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଯୋଗଦେଇ ଏ ସବୁ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ 2 ଦିନ ନିସ୍ତାର ନାହିଁ; 2ରୁ କମିବ ତାତି, ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

ସୂଚନା ଯୋଗ୍ୟ, ଗତ କିଛିଦିନ ହେବ ଅତ୍ୟଧିକ ଖରା ଯୋଗୁଁ ଯାଜପୁର ଜିଲ୍ଲାକୁ ଉତ୍ତପ୍ତ ସହର ଭାବେ ଘୋଷଣା କରିଛନ୍ତି । ଯାହାଫଳରେ ଜିଲ୍ଲାର ବ୍ୟାସନଗର ଓ କଳିଙ୍ଗନଗର ଅଞ୍ଚଳରେ ପ୍ରତ୍ୟେକ ଦିନ ତାପମାତ୍ରା 42 ଡିଗ୍ରୀ ରହୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ସହରରେ ଦିନ 11ଟା ସମୟ ପରେ ସାଧାରଣ ଲୋକେ ବାଇକ ଓ ସାଇକେଲରେ ବାହାରକୁ ଯିବା ଅସମ୍ଭବ ହୋଇପଡିଛି । ଯାହାଫଳରେ ସାଧାରଣ ଲୋକଙ୍କର କୌଣସି କ୍ଷତି ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।
 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.