ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପୋଲିସ ଓ କେନ୍ଦ୍ରୀୟ ବଳର ଫ୍ଲାଗମାର୍ଚ୍ଚ - police Flag march

By ETV Bharat Odisha Team

Published : Apr 30, 2024, 8:08 AM IST

thumbnail

ଖୋର୍ଦ୍ଧା: ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ଅବାଧ, ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ସମାପନ କରିବା ପାଇଁ ଗତକାଲି (ସୋମବାର) ବାଘମାରି ପୋଲିସ ଏବଂ ସିଆରପିଏଫ- ୧୩୫ ମହିଳା ବାଟାଲିଅନ ଦ୍ୱାରା ମିଳିତ ଭାବେ ନିର୍ବାଚନ ମଣ୍ଡଳରୀ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ବାଘମାରି ଥାନା ଅଧିକାରୀଙ୍କ ନେତୃତ୍ବରେ ୧୩୫ ମହିଳା ବାଟାଲିଅନର ଆସିଷ୍ଟାଣ୍ଟ କମାଡାଣ୍ଟ ସୀମା ନାଗଙ୍କ ନେତୃତ୍ୱରେ ଜଣେ ଆଇଆଇସି, ୩ ଏସଆଇ,୬ ଜଣ ଏଏସଆଇ, ହାବିଲଦାର, କନେଷ୍ଟବଳଙ୍କ ସମେତ ମୋଟ ଗୋଟିଏ କଂପାନୀ ଫୋର୍ସ ପ୍ରଥମେ ପୋଡାଡିହ ଗାଁ ସମେତ ବଜାରରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ସେହିପରି ସିମୋର, ବାଘମାରି ଏବଂ ସାରୁଅ ଗାଁ ସମେତ ବଜାର ଗୁଡିକରେ ଫ୍ଲାଗମାର୍ଚ୍ଚ କରିଛନ୍ତି ।

ଏହି ଫ୍ଲାଗମାର୍ଚ୍ଚରେ ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ନେତୃତ୍ୱରେ ଏସଆଇ ଚନ୍ଦନ କୁମାର ଦାସ, ଏସଆଇ ପୁଷ୍ପଲତା ଲେଙ୍କା ,ଏଏସଆଇ ରଞ୍ଜିତ ନାୟକଙ୍କ ସମେତ ସମସ୍ତ ସ୍ଥାନୀୟ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଶୃଙ୍ଖଳିତ ଭାବେ ଭୋଟରମାନେ କିପରି ନିଜର ମତଦାନ କରିବେ ଓ ଶୃଙ୍ଖଳିତ ଆଚରଣିଧିର ଅନୁସରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ନଉପୁଜିବା ପାଇଁ ଏହା ଏକ ସଚେତନତା କାର୍ଯ୍ୟକ୍ରମ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.