ନିର୍ବାଚନ ଲଢ଼ିବାକୁ ଆର୍ଥିକ ସହାୟତା ମାଗିଲେ କଂଗ୍ରେସ ପ୍ରାର୍ଥୀ ସୁଚରିତା - MP Candidate Sucharita Mohanty

By ETV Bharat Odisha Team

Published : Apr 30, 2024, 9:56 PM IST

thumbnail

Congress MP Candidate Sucharita Mohanty: ପୁରୀ: ପୁରୀ ଲୋକସଭା ପାଇଁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଟିକଟ ଦେଇଛି । ସୁଚରିତା ଅଦ୍ୟାବଧି ନିଜର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିନାହାଁନ୍ତି । ଏଥିପାଇଁ ଆର୍ଥିକ ଅକ୍ଷମତା ମୁଖ୍ୟ ପ୍ରତିବନ୍ଧକ ସାଜିଛି ବୋଲି ସୁଚରିତା ଗଣମାଧ୍ୟମକୁ ଜଣାଇଛନ୍ତି । ଏଥି ସହିତ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।  

ସୁଚରିତା ଏଥିପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସହ ସଂଲଗ୍ନ ଏକ ଡିଜିଟାଲ୍ ପେମେଣ୍ଟ ବାରକୋଡ୍ ବି ଦେଇଛନ୍ତି । ସେ କହିଛନ୍ତି, ଯେ ସେ ପୁରୀର ଝିଅ ଭାବେ ଏଠାରେ ନିର୍ବାଚନ ଲଢୁଛନ୍ତି । ମାତ୍ର ନିର୍ବାଚନ ଜିତିବା ପାଇଁ ବିଜେପି ସରକାର ମୁଖ୍ୟ ବିରୋଧୀ କଂଗ୍ରେସଠାରୁ ନିଜ ପାଣ୍ଠିରୁ ଛଡ଼ାଇ ନେବାକୁ ଚେଷ୍ଟା କରିଛି । ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିଥିବାରୁ କଂଗ୍ରେସ ପାର୍ଟି ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଛି । ଆମର ଲକ୍ଷ୍ୟ ହେଉଛି, ପୁରୀରୁ ଦୁର୍ନୀତିଗ୍ରସ୍ତ ଶାସକ ଦଳକୁ ପରାସ୍ତ କରିବା ଓ ଲୋକଙ୍କ ଜୀବନଜୀବିକାକୁ ଉନ୍ନତ କରିବା ।

ଏହା ମଧ୍ୟ ପଢନ୍ତୁ... ପୁରୀରେ ନାମାଙ୍କନ ଭରିଲେ ସମ୍ବିତ-ସଞ୍ଜୟ-ଆଶ୍ରିତ - Puri Lok Sabha Constituency

"ମୋର ପ୍ରାର୍ଥିତ୍ଵ ପଛରେ ଜନସମର୍ଥନ ରହିଛି । କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ଆର୍ଥିକ ବଳ ନାହିଁ । ଏଣୁ ଏହି ନିର୍ବାଚନରେ ଲଢ଼ିବାକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ ।" ପିତା ମାତାଙ୍କ ଭଳି ସେ ଚାକିରି ଛାଡ଼ି ଜନସେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି । ସେ କୌଣସି ପଦ ପଦବୀ ପାଇଁ ଲଢିବା ପାଇଁ ଆସି ନାହାଁନ୍ତି । ତେବେ ସେ ପୁରୀ ଲୋକସଭାବାସୀଙ୍କ ମୌଳିକ ଅସୁବିଧାକୁ ନେଇ ନିର୍ବାଚନ ଲଢ଼ିବେ । ଏଣୁ ଲୋକଙ୍କ ତାଙ୍କ ପ୍ରତି ସମର୍ଥନ ରହିବ ବୋଲି ସୁଚାରିତା ଆଶା ରଖିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହ ସମନ୍ବୟ ରଖି ନାମାଙ୍ନ ଭରିବେ ବୋଲି କହିଛନ୍ତି ସୁଚରିତା ।   

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.