ସମୀର ଦାସଙ୍କ ସମର୍ଥନରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ଆସନ୍ତାକାଲି ସମୀର ନେବେ ବଡ ନିଷ୍ପତ୍ତି - Support For Samir Dash

By ETV Bharat Odisha Team

Published : Apr 30, 2024, 11:03 PM IST

thumbnail

Minority Community Support Samir Dash: ନିମାପଡା: ପୁଣି ସମୀର ସମର୍ଥକ ମାନେ କରିଛନ୍ତି ଶକ୍ତି ପ୍ରଦର୍ଶନ । ସମୀର ଦାସଙ୍କ ସପକ୍ଷରେ ନିମାପଡ଼ାରେ ଏକାଠି ହେଲେ ସଂଖ୍ୟା ଲଘୁ ସମ୍ପ୍ରଦାୟ । ନିମାପଡ଼ା ବିଜେଡିରେ ଗତ କିଛି ଦିନ ଧରି ଟିକେଟକୁ ନେଇ ଅସ୍ଥିରତା ଲାଗି ରହିଥିବା ବେଳେ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିବା ଅପେକ୍ଷା ଦଳୀୟ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଏପ୍ରିଲ ୨୦ତାରିଖରେ ସମୀର ହଜାର ହଜାର ସମର୍ଥକ ମାନଙ୍କୁ ଧରି ବିଶାଳ ଶୋଭାଯାତ୍ରା କରି ଟିକେଟ ପରିବର୍ତ୍ତନ ଦାବି କରିଥିବା ବେଳେ ବିଜେଡି ଟିକେଟ ଘୋଷଣା ହୋଇଥିବା ଦିଲ୍ଲୀପ ନାୟକ ଗତ ରବିବାର ଦିନ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଦିଲ୍ଲୀପ ।

ଏହା ମଧ୍ୟ ପଢନ୍ତୁ... ପଦ୍ମ ଧରିବେ ସମୀର ଦାସ ! ଚର୍ଚ୍ଚା ବଢାଇଲା ପ୍ରଭାତୀ ପରିଡାଙ୍କ ବୟାନ - Samir Dash May Join BJP

ମାତ୍ର ଟିକେଟ ପରିବର୍ତ୍ତନ ଦାବି କରିଆସୁଥିବା ସମୀର ଦାସ ଓ ତାଙ୍କ ସମର୍ଥକମାନେ ପ୍ରତିଦିନ ବିଭିନ୍ନ ସ୍ଥାନରେ ବୈଠକ କରି ନିଜର ସ୍ଥିତି ଜାହିର କରୁଥିବା ବେଳେ ଆଜି ନିମାପଡ଼ାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସମୀରଙ୍କ ସପକ୍ଷରେ ବାହାରିଛନ୍ତି । ସମୀରଙ୍କ ନେତୁତ୍ବରେ ନିର୍ବାଚନ ଲଢ଼ିଲେ ସମର୍ଥନ ଦେବୁ, ଦଳୀୟ ଟିକେଟ ପରିବର୍ତ୍ତନ ନ ହେଲେ ଦଳୀୟ ଟିକେଟ ପାଇଥିଲେ ମଧ୍ୟ ତାଙ୍କୁ ହରାଇବୁ ବୋଲି ଖୋଲାଖୋଲି କହିଛନ୍ତି । ଆଜି ନିମାପଡ଼ା ଓ ଗୋପ ବ୍ଲକର ୧୧ ଗୋଟି ପଞ୍ଚାୟତର ହଜାର ହଜାର ସଂଖ୍ୟା ଲଘୁ ନେତୁତ୍ବ ଏଥିରେ ଉପସ୍ଥିତ ରହି ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେଉଁ ବୈଠକରେ ସମୀର ଦାସଙ୍କ ସମେତ ନିମାପଡ଼ା ଓ ଗୋପ ବ୍ଲକର ବିଜେଡିର ଅନେକ ନେତୃତ୍ବ ଉପସ୍ଥିତ ଥିଲେ । ସୂଚନା ଥାଉକି ଆସନ୍ତା କାଲି ଅର୍ଥାତ ୧ ତାରିଖ ଦିନ ସମୀର ଦାଶ ବଡ଼ ନିଷ୍ପତ୍ତି କରିପାରନ୍ତି ବୋଲି ଆଲୋଚନା ଚାଲିଥିଲା ବେଳେ ଆଜିର ଏହି ବୈଠକ ନିମାପଡ଼ା ରାଜନୀତି ପାଣିପାଗରେ ଉଷ୍ମତା ଭରିଛି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.