ନିଆରା ଢଙ୍ଗରେ ଟ୍ରାଫିକ ସଚେତନତା: ହେଲମେଟ୍ ପିନ୍ଧ, ଚକୋଲେଟ୍ ଖାଅ

By

Published : Apr 19, 2022, 1:48 PM IST

thumbnail

କଟକ: ନିଆରା ଢଙ୍ଗରେ ଜନସାଧାରଣଙ୍କୁ ଟ୍ରାଫିକ ସଚେତନତା । ଗତ କିଛିଦିନ ହେବ କଟକରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି । ଏହାରି ଭିତରେ ରାପିଡୋ ଓ ଟ୍ରାଫିକ ବିଭାଗର ମିଳିତ ଉଦ୍ୟମରେ ଆଜି କଟକ କଲେଜ ଛକ ନିକଟରେ ଲୋକଙ୍କୁ ଟ୍ରାଫିକ ସଚେତନତା ବାର୍ତ୍ତା ଦିଆଯାଇଛି । ହେଲମେଟ ପିନ୍ଧିବା ଓ ଗାଡ଼ିରେ ଦୁଇଜଣ ବସିବା ଏମିତିକି ଗାଡି ଧୀରେ ଚଳାଇବା ନିୟମକୁ ଲୋକଙ୍କୁ ବୁଝାଇଛନ୍ତି ଟ୍ରାଫିକ ଡିସିପି । ଏହାସହ ହେଲମଟ ପିନ୍ଧି ନଥିବା ଲୋକଙ୍କୁ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇଥିଲା । ଯେଉଁମାନେ ନିୟମ ମାନି ଗାଡ଼ି ଚଳାଉଥିଲେ ସେମାନଙ୍କୁ ଚକୋଲେଟ ଦେଇ ସ୍ବାଗତ କରାଯାଉଥିଲା । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.