ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ସୁରେଶ୍ବରୀ

By

Published : Oct 3, 2022, 2:52 PM IST

thumbnail

ଶାରଦୀୟ ଦୁର୍ଗା ପୂଜା ଅବସରରେ ଚାଲିଛି ମାଙ୍କ ନବରାତ୍ର ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ପୂରପଲ୍ଲୀ । ଆଜି ବିଭିନ୍ନ ଶକ୍ତିପୀଠରେ ମାଙ୍କ ନବମୀ ପୂଜାର୍ଚ୍ଚନା ଚାଲିଛି । ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ନବମୀ ତିଥିରେ ମହିଷାମର୍ଦ୍ଦିନୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଦଶମୀ ତିଥିରେ ଦେବୀ ରାଜ ରାଜେଶ୍ବରୀ ବେଶ ଧାରଣ କରିବେ । ମହାଳୟାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ମାଙ୍କ ଭିନ୍ନଭିନ୍ନ ଚଣ୍ଡୀ ବେଶ ଧାରଣ ପରମ୍ପରା ରାଜା ରାଜୁଡା ଅମଳରୁ ଚାଲି ଆସିଛି । ସୁରେଶ୍ବରୀଙ୍କ ପୀଠରେ ମହାବଳି ଯାତ୍ରା ହୋଇଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ । ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.