ମା'ଙ୍କ ମହାଷ୍ଟମୀ ପୂଜା, ବିଜିପୁର ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ

By

Published : Oct 3, 2022, 3:48 PM IST

thumbnail

ବ୍ରହ୍ମପୁର: ନବରାତ୍ରୀକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର । ଆଜି(ସୋମବାର) ଶକ୍ତିପୀଠରେ ନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ଅଷ୍ଟମୀ ପୂଜା । ବିଜିପୁର ପୂଜା ମଣ୍ଡପରେସହରର ପୁରାତନ ମଣ୍ଡପ ବିଜିପୁର ଦୁର୍ଗା ପୂଜା ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା କରାଯାଉଛି । ଦୀର୍ଘ ଦୁଇ ବର୍ଷ ପରେ ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ଭକ୍ତଙ୍କ ଭିଡ ଜମୁଛି । ସକାଳ ସମୟରେ ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ଦ୍ୱାରପାଳ ପୂଜା ଏବଂ ରୀତିନୀତି ଅନୁଯାୟୀ ମା'ଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ରାତ୍ର ସମୟରେ ସନ୍ଧିପୂଜା ଅନୁଷ୍ଠିତ ହେବ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.