ସରସ୍ୱତୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By

Published : Oct 4, 2022, 10:11 PM IST

thumbnail

କଟକ:ମା’ ଦୁର୍ଗାଙ୍କ ଷୋଡଶ ଉପଚାର ପୂଜାରେ ପ୍ରକମ୍ପିତ କଟକର ସମସ୍ତ ଶକ୍ତିପୀଠ । ଶକ୍ତି ପୀଠ ଚଳହଞ୍ଚଳ ରହିଥିବାବେଳେ ମାଆ କଟକ ଚଣ୍ଡୀ ଦେବୀ ସରସ୍ବତୀଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା'ଙ୍କର ସରସ୍ବତୀ ବେଶକୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଛି । ତେବେ କଟକ ସମେତ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଆସି ମା’ କଟକ ଚଣ୍ଡୀଙ୍କ କରୁଣା ଲାଭ କରିଛନ୍ତି । ଏହି ଦୁର୍ଲଭ ଦର୍ଶନ ଅପାର ଶାନ୍ତି ଦେଉଛି ବୋଲି କହିଥିଲେ ଶ୍ରଦ୍ଧାଳୁ । ଶକ୍ତି ପୀଠମାନଙ୍କରେ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.