Independence Day 2022: ଗଜପତିରେ ପତାକା ଉତ୍ତୋଳନ କଲେ ଶ୍ରମ ମନ୍ତ୍ରୀ

By

Published : Aug 15, 2022, 4:15 PM IST

Updated : Aug 15, 2022, 4:29 PM IST

thumbnail

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସେ ଦେଶ ସ୍ବାଧୀନ ପାଇଁ ମହାପୁରୁଷଙ୍କ ଅବଦାନ ସଂପର୍କରେ କହିବା ସହ ଜାତୀୟ ସଂହତି ବଜାୟ ରଖିବା ପାଇଁ ଆାହ୍ବାନ ଦେଇଥିଲେ । ସ୍ବାଧୀନତା ସଂଗ୍ରାମରେ ଗଜପତି ଜିଲ୍ଲାର ଅନେକ ଲୋକ ଝାସ ଦେଇଥିଲେ । ବିଶେଷ କରି ପାରଳା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଏବଂ ହାରାମଣି ବିଷୋୟୀଙ୍କ ଭଳି ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିବା ସହ ତାଙ୍କ ପଥ ଅନୁସରଣ କରିବାକୁ କହିଥିଲେ ।ଇଟିଭି ଭାରତ, ଗଜପତି

Last Updated : Aug 15, 2022, 4:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.