Independence day, ଜାତୀୟ ପତାକା ଉତ୍ତୋଳନ କଲେ ବୌଦ୍ଧ ଜିଲ୍ଲାପାଳ

By

Published : Aug 15, 2022, 6:35 PM IST

thumbnail

ବୌଦ୍ଧରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ । ଉପସ୍ଥିତ ଅତିଥିମାନେ ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ଜିଲ୍ଲାର ବୀର ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଜିଲ୍ଲାପାଳ । ଏହି ଅବସରରେ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ନେଇ ୭୫ ମିଟରର ଏକ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସେପଟେ ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଏକ ଦୁର୍ଲ୍ଲଭ ଡକ୍ୟୁମେଣ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.