ସିଂହଦ୍ବାରରେ ଦେବୀ ସଭା, ମେଲାଣି ନେଲେ ମାଆ

By

Published : Oct 8, 2022, 7:51 AM IST

thumbnail

ପୁରୀ: କୋରୋନା କଟକଣାର ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ ଗୋସାଣୀ ଭସାଣି ଉତ୍ସବ। ଏହି ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେବୀ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଦେବାଦେବୀଙ୍କ ମୂର୍ତ୍ତି ସିଂହଦ୍ବାର ସମ୍ମୁଖରେ ରଖିବା ପରେ ମା'ଙ୍କୁ ମେଲାଣି ଦିଆଯାଇଥିଲା । ବିଭିନ୍ନ ପୂଜା ମଣ୍ଡପରୁ ଗୋସାଣୀ ମେଢ଼, ନାଗା ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଥିଲେ । ମା'ଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ମଙ୍ଗଳା ଘାଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ହୋଇଥିଲା । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.