ବିଜୟା ଦଶମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର, ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

By

Published : Oct 5, 2022, 2:17 PM IST

thumbnail

ପୁରୀ: ଆଜି ପବିତ୍ର ବିଜୟା ଦଶମୀ । ଏନେଇ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବାହାର ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଶ୍ରୀମନ୍ଦିର ନୀତିକାନ୍ତି ଅନୁଯାୟୀ ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ବର ବେଶରେ ବିଭୂଷିତ ହେଇ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ୍ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସାମାଗମ ହୋଇଛି । ଯିଏ ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିବ ସେ ପୂଣ୍ୟ ଲାଭ କରିଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.