ଓଡ଼ିଆର ସ୍ୱାଭିମାନ ଓ ଗୌରବକୁ ଅପମାନିତ କରିଛି ବିଜେଡି ସରକାର: ପ୍ରତାପ ଷଡଙ୍ଗୀ - Pratap Sarangi Slams BJD

By ETV Bharat Odisha Team

Published : Apr 26, 2024, 8:35 PM IST

thumbnail

Pratap Sarangi Slams BJD: ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କ ସହ ନବୀନଙ୍କୁ ତୁଳନା ପ୍ରସଙ୍ଗ । ଏହା ଉପରେ ମତ ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି, ବିଜେଡି ନେତାମାନେ ଜୀବନରେ କିଛି ଶିଖିନାହାନ୍ତି । କେବଳ ତୋସାମତ ଓ ଚାଟୁକାରିତା କରି ଜାଣିଛନ୍ତି।" ସୂଚନା ଅନୁସାରେ, ଆଜି ନବରଙ୍ଗପୁରରେ ବିଜେଡି ପକ୍ଷରୁ ଆୟୋଜିତ ସଭାରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଥିଲେ, "ମହାତ୍ମାଗାନ୍ଧୀ ଦେଶକୁ ସ୍ୱାଧୀନତା ଦେଇଛନ୍ତି, ଓଡି଼ଶାକୁ ସ୍ୱାଧୀନତା ଦେଇଛନ୍ତି ନବୀନ ପଟ୍ଟନାୟକ" । ଯାହାକୁ ନିନ୍ଦା କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କୁ ଶାସନଭାର ଟେକିଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ର: ବିଜେପି - BJP Slams CM Naveen
"ଏଭଳି ମନ୍ତବ୍ୟ ପ୍ରତ୍ୟେକ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଓ ତାଙ୍କର ବଳିଦାନ ପାଇଁ ଅପମାନ" ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଏହି ପରିପ୍ରେକ୍ଷୀରେ ସେ ମଧୁବାବୁଙ୍କର ଏକ ପଂକ୍ତି ମନେପକାଇ ବିଜେଡିର ନେତାଙ୍କୁ ସମାଲୋଚିତ କରିଛନ୍ତି । ସେ ଆହୁରି କହିଛନ୍ତି, "ଓଡି଼ଶାକୁ ତାମିଲ ହାତକୁ ଟେକି ଦେବାର ବଡ଼ ଷଡ଼ଯନ୍ତ୍ର ଚାଲିଛି । ଆଉ ତା'ପରେ କହିବେ ପାଣ୍ଡିଆନ ଆମକୁ ସ୍ଵାଧୀନତା ଦେଇଛନ୍ତି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । ଓଡ଼ିଆର ସ୍ୱାଭିମାନ ଓ ଗୌରବକୁ ଅପମାନିତ ଯଦି କିଏ କରିଛନ୍ତି ସେ ହେଉଛି ବିଜୁ ଜନତା ଦଳ ଓ ନବୀନ ସରକାର ।"
 ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.