ନିର୍ବାଚନୀ ରଣାଙ୍ଗନରେ ସୋଫିଆଙ୍କୁ ପରିବାରର ସାଥ୍, ପ୍ରଚାରରେ କରୁଛନ୍ତି ସହଯୋଗ - Sofia Firdous Campaign In Cuttack

By ETV Bharat Odisha Team

Published : May 7, 2024, 9:51 PM IST

thumbnail
Sofia Firdous Campaign With Family Support (ETV Bharat Odisha)

Sofia Firdous Campaign With Family Support: କଟକ: ପ୍ରଚାରରେ କମ୍ପୁଛି କଟକର ମୈଦାନ । ସାହି ସାହି ବୁଲି ଲୋକଙ୍କୁ ଭେଟି ଭୋଟଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛନ୍ତି ସୋଫିଆ ଫିର୍ଦ୍ଦୋସ  । ପିତା ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କୁ ଦଳ ପ୍ରାର୍ଥୀ ଭାବେ ଟିକଟ ଦେଇଛି ।  

ଏହା ମଧ୍ୟ ପଢନ୍ତୁ... ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସୋଫିଆ ଫିରଦୋସ - Sofia Firdous File Nomination

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସଙ୍କ ପାଇଁ ପ୍ରଚାର କରୁଛନ୍ତି ତାଙ୍କର ପରିବାର ଲୋକ । ଏପରିକି ତାଙ୍କ ସାନ ଭଉଣୀ ପେସାରେ ଜଣେ ଡାକ୍ତର ହୋଇଥିବା ବେଳେ ନିଜ ବଡ଼ ଭଉଣୀ ପାଇଁ ପ୍ରଚାରରେ ସେ ସାମିଲ ହୋଇଛନ୍ତି । ବାପା ମହମ୍ମଦ ମୋକିମ ପ୍ରଚାରର ମଙ୍ଗ ଧରିଥିବା ବେଳେ କଂଗ୍ରେସ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି । ତେବେ କେମିତି ଚାଲିଛି ପ୍ରଚାର, ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.