ETV Bharat / politics

ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସୋଫିଆ ଫିରଦୋସ - Sofia Firdous File Nomination

author img

By ETV Bharat Odisha Team

Published : May 3, 2024, 8:05 PM IST

Sofia Firdous File Nomination: କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କଲେ ସୋଫିଆ ଫିରଦୋସ । ଅଧିକ ପଢ଼ନ୍ତୁ

ବିନା ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ସୋଫିଆ ଫିର୍ଦୋସ
ବିନା ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ସୋଫିଆ ଫିର୍ଦୋସ (ETV Bharat Odisha)

ନାମାଙ୍କନ ଭରିଲେ ସୋଫିଆ ଫିରଦୋସ (ETV Bharat Odisha)

କଟକ: ନାମାଙ୍କନ ଭରିଲେ ସୋଫିଆ ଫିରଦୋସ । କଟକ ବାରବାଟୀ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଭାବରେ ଆଜି (ଶୁକ୍ରବାର) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ସୋଫିଆ । ବିନା ଶୋଭାଯାତ୍ରାରେ ମାତ୍ର ଅଳ୍ପ କିଛି କର୍ମୀ ଓ ବାପା ମହମ୍ମଦ ମୋକିମଙ୍କୁ ସାଙ୍ଗରେ ନେଇ ବିଧିବଦ୍ଧ ଭାବରେ ନିର୍ବାଚନୀ ନାମାଙ୍କନ ଦାଖଲ କରିଛନ୍ତି ।

ଆଜି କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଛନ୍ତି ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ । ତେବେ ଅନ୍ୟ ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଉଥିବା ବେଳେ ସୋଫିଆଙ୍କ ପାଖରେ କିଛି ଭିନ୍ନ ଦେଖିବାକୁ ମିଳିଛି । ମାତ୍ର ଅଳ୍ପ କିଛି କର୍ମୀଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି ସୋଫିଆ । ଏବି ଅବସରରେ ସୋଫିଆ ଫିରଦୋସ କହିଛନ୍ତି, "ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଶାସନ ସମୟରେ ବିକାଶ ଅନେକ ମାତ୍ରାରେ ଆଗକୁ ଯାଇଛି । ବାପା ମହମ୍ମଦ ମୋକିମଙ୍କ କାର୍ଯ୍ୟକାଳ ସମୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ କଟକ ସହରରେ ଯେଉଁ ବିକାଶ ହୋଇଛି ସେହି କାର୍ଯ୍ୟକୁ ବଜାୟ ରଖିବା ପାଇ ଏହି ଦାୟିତ୍ୱ ମୁଣ୍ଡକୁ ନେଇଛି । ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି । କଟକବାସୀ ବିକାଶ ଚାହୁଁଛନ୍ତି ଏବଂ ବିକାଶ କେବଳ କଂଗ୍ରେସର ବିଜୟୀରେ ସମ୍ଭବ ହେବ । ବହୁ ମାର୍ଜିନରେ କଂଗ୍ରେସର ବିଜୟୀ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାର ମଇଦାନରେ ସୋଫିଆ, ମଙ୍ଗ ଧରିଲେ ବାପା ମୋକିମ - SOFIA CAMPAIGN

କିଛି ଦିନ ପୁର୍ବରୁ ମହମ୍ମଦ ମୋକିମଙ୍କୁ ଓଡିଶା ହାଇକୋର୍ଟଙ୍କ ବଡ଼ ଝଟକା ଲାଗିଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଣ୍ଡାଦେଶ ପରେ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ହାଇକୋର୍ଟ ଦଣ୍ଡାଦେଶକୁ କାୟମ ରଖିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୋକିମ । ତେବେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ମୋକିମ ବାରବାଟୀ ବିଧାନସଭା ଆସନରେ ନିର୍ବାଚନ ନଲଢ଼ିବା ନେଇ ମନା କରିବା ପରେ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ ଭାବରେ AICC ମୋହର ଲଗାଇଥିଲା । ବାପା ମହମ୍ମଦ ମୋକିମଙ୍କ ଏହି ସମୟରେ ବିନା ଶୋଭାଯାତ୍ରାରେ ନିଜର ନାମାଙ୍କନ ଭରିଛନ୍ତି ସୋଫିଆ । ଆଉ ଏହି ନିର୍ବାଚନରେ ବଡ଼ ମାର୍ଜିନରେ ଜିତିବା ନେଇ ଆଶା ରଖିଛନ୍ତି କଂଗ୍ରେସ ପ୍ରାର୍ଥିନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.