ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ - Bus fire Tragedy

By ETV Bharat Odisha Team

Published : Apr 26, 2024, 2:35 PM IST

thumbnail
()

Fire breaks out in Bus ଢେଙ୍କାନାଳ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ରାଜପଥରେ ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଢେଙ୍କାନାଳ ଜିଲ୍ଲା ଆନନ୍ଦ ନଗର ନିକଟରେ  ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି  । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି  । 
 

ଏହାମଧ୍ୟ ପଢନ୍ତୁ.. ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପେକ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ
 

୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗରଠାରେ ପ୍ରିୟାଂଶୁ ନାମକ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ଧୂଆଁ ଦେଖି ଡ୍ରାଇଭର ଗାଡିକୁ ତୁରନ୍ତ ଅଟକାଇ ଦେଇଥିଲେ । ଫଳରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡିଥିଲେ । ବସରେ ପ୍ରାୟ 50 ରୁ 60 ଜଣ ଯାତ୍ରୀ ଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଜଣାପଡିନାହିଁ  । ଅତ୍ୟଧିକ ଖରା ଓ ଗରମ ଯୋଗୁଁ ବ୍ୟାଟେରୀରୁ ପ୍ରଥମେ ନିଆଁ ଲାଗି ଡିଜେଲ ଟ୍ୟାଙ୍କକୁ ନିଆଁ ଧରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଯାତ୍ରୀବାହୀ ବସଟି ତାଳଚେରରୁ କଟକ ଅଭିମୁଖେ ଯାଉଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.